‘ନାରୀ ଶକ୍ତି ପୁରସ୍କାର’ରେ ୧୫ ମହିଳାଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରି ଉଦାହରଣ ସାଜିଥିବା ୧୫ ସଶକ୍ତ ମହିଳାଙ୍କୁ ‘ନାରୀ ଶକ୍ତି ପୁରସ୍କାର’ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ସମାଜର ଏହି ଅନନ୍ୟାଙ୍କୁ ରବିବାର ସମ୍ମାନିତ କରାଯାଇଛି। ସେମାନେ ହେଲେ ୧୦୩ ବର୍ଷୀୟା ଆଥଲେଟ୍ ମନ୍ କୌର, ଭାରତୀୟ ସେନାର ମହିଳା ଲଢ଼ୁଆ ବିମାନ ପାଇଲଟ ମୋହନା ଜିତରଓ୍ୱାଲା, ଅଭନୀ ଚତୁର୍ବେଦୀ ଏବଂ ଭାବନା କାନ୍ତ, ଚାଷୀ ପଦାଲା ଭୂଦେବୀ ଓ ବୀଣା ଦେବୀ, ଶିଳ୍ପୀ […]

nari-shakti-puraskar

nari-shakti-puraskar

Subhransu Sekhar
  • Published: Sunday, 08 March 2020
  • Updated: 08 March 2020, 05:05 PM IST

Sports

Latest News

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରି ଉଦାହରଣ ସାଜିଥିବା ୧୫ ସଶକ୍ତ ମହିଳାଙ୍କୁ ‘ନାରୀ ଶକ୍ତି ପୁରସ୍କାର’ ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ସମାଜର ଏହି ଅନନ୍ୟାଙ୍କୁ ରବିବାର ସମ୍ମାନିତ କରାଯାଇଛି। ସେମାନେ ହେଲେ ୧୦୩ ବର୍ଷୀୟା ଆଥଲେଟ୍ ମନ୍ କୌର, ଭାରତୀୟ ସେନାର ମହିଳା ଲଢ଼ୁଆ ବିମାନ ପାଇଲଟ ମୋହନା ଜିତରଓ୍ୱାଲା, ଅଭନୀ ଚତୁର୍ବେଦୀ ଏବଂ ଭାବନା କାନ୍ତ, ଚାଷୀ ପଦାଲା ଭୂଦେବୀ ଓ ବୀଣା ଦେବୀ, ଶିଳ୍ପୀ ଆରିଫା ଜାନ୍, ପରିବେଶବିତ୍ ଚାମି ମୁର୍ମୁ, ଉଦ୍ୟୋଗୀ ନୀଲଜା ଓ୍ୱାଙ୍ଗମୋ, ଅଟୋମୋଟିଭ ରିସର୍ଚ୍ଚ ପ୍ରଫେଶନାଲ ରଶ୍ମୀ ଉର୍ଦ୍ଧ୍ୱରଦେଶେ, ଲେଡି ମେସନ କଳାବତୀ ଦେବୀ, ଯୁଗ୍ମ ପର୍ବାତାରୋହୀ ତାଶୀ ଏବଂ ନଙ୍ଗଶୀ ମଲ୍ଲିକ, ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ କୌଶିକୀ ଚକ୍ରବର୍ତ୍ତୀ ଏବଂ ୯୮ ବର୍ଷୀୟା କାର୍ଥ୍ୟାୟିନୀ ଅମ୍ମା।

ସୂଚନାଯୋଗ୍ୟ, ସମ୍ମାନିତ ହୋଇଥିବା ଭାରତୀୟ ସେନାର ୩ ମହିଳା ଲଢ଼ୁଆ ବିମାନ ପାଇଲଟ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି। ଭାରତ ସରକାର ପରୀକ୍ଷାମୂଳକ ଭିତ୍ତିରେ ଭାରତୀୟ ସେନାରେ ମହିଳାଙ୍କ ପାଇଁ ଫାଇଟର ଷ୍ଟିମ୍ ଖୋଲିବାକୁ ନିଷ୍ପତ୍ତି ନେବା ପରେ ପ୍ରଥମେ ମୋହନା, ଅଭନୀ ଓ ଭାବନାଙ୍କୁ ଫାଇଟର ସ୍କ୍ୱାଡ୍ରୋନରେ ଅନ୍ତର୍ଭୁକ୍ତ କରାଯାଇଥିଲା। ୨୦୧୮ରେ ଏକକ ବିମାନ ଚାଳନାରେ ତିନିଜଣ ପ୍ରଥମେ ଭାରତୀୟ ସେନାର ଯୁଦ୍ଧ ବିମାନ ମିଗ୍-୨୧କୁ ଉଡାଇଥିଲେ।

ଅଭନୀ ଚତୁର୍ବେଦୀ ହ୍ରାଇଦ୍ରାବାଦ ଏୟାରଫୋର୍ସ ଏକା଼ଡେମୀରେ ନିଜର ଟ୍ରେନିଂ ସମାପ୍ତ କରିଛନ୍ତି। ସେ ରାଜସ୍ଥାନର ସୁରଟଗଡ଼ର ନଂ ୨୩ ସ୍କ୍ୱାଡ୍ରୋନ (ପାନ୍ଥରସ୍)ରେ ଦାୟିତ୍ୱ ତୁଲାଉଥିବା ବେଳେ ୨୦୧୮ରେ ଫ୍ଲାଇଟ୍ ଲିୟୁଟେନାଣ୍ଟ ଭାବେ ପଦୋନ୍ନତି ପାଇଛନ୍ତି। ସେହିପରି ବିହାରର ଦରଭଙ୍ଗାରେ ଜନ୍ମିତ ଭାବନା କାନ୍ତ ବାଙ୍ଗାଲୁରୁର ବିଏମଏସ କଲେଜ ଅଫ୍ ଇଞ୍ଜିନିୟରିଂରୁ ବି.ଇି. ଡିଗ୍ରୀ ହାସଲ କରିଛନ୍ତି। ସେ ହରିୟାଣାର ଅମ୍ବାଲାର ନଂ ୩ ସ୍କ୍ୱାଡ୍ରୋନ (କୋବ୍ରାସ)ରେ ଦାୟିତ୍ୱ ତୁଲାଉଛନ୍ତି। ୨୦୧୬ରେ ଭାବନା ନିଜ ଟ୍ରେନିଂ ସମାପ୍ତ କରିଥିଲେ। ଅନ୍ୟପଟେ ଆଗ୍ରାରେ ଜନ୍ମିତ ଭାରତୀୟ ସେନାର ଅନ୍ୟତମ ପ୍ରଥମ ମହିଳା ପାଇଲଟ ହେଲେ ମୋହନା ଜିତରଓ୍ୱାଲା। ସେ ନୂଆଦିଲ୍ଲୀର ଏୟାରଫୋର୍ସ ସ୍କୁଲରୁ ନିଜର ପାଠପଢ଼ା ଶେଷ କରିଛନ୍ତି। ମୋହନାଙ୍କ ବାପା ପ୍ରତାପ ସିଂ ଭାରତୀୟ ସେନାର ଓ୍ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ।

ସେହିପରି ୧୦୩ ବର୍ଷୀୟା ଆଥଲେଟ୍ ମନ କୌର ମଧ୍ୟ ଆଜି ରାଷ୍ଟ୍ରପତି ଭବନରେ ସମ୍ମାନିତ ହେବା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା। ଅନ୍ୟତମ ଆକର୍ଷଣ ଥିଲେ ୯୮ ବର୍ଷୀୟା କାର୍ଥ୍ୟାୟିନୀ ଅମ୍ମା। ସେ ୨୦୧୮ରେ ସାକ୍ଷରତା ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ତେବେ ମନୋନୀତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଥିବା ୧୦୫ ବର୍ଷୀୟା ଭାଗିରଥୀ ଅମ୍ମା କିନ୍ତୁ ସମ୍ମାନ ଗ୍ରହଣ କରିବାକୁ ଦିଲ୍ଲୀ ଯାତ୍ରା କରିପାରିଲେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story