ପ.ବଙ୍ଗରେ ୧୫୧ ଡାକ୍ତରଙ୍କ ଇସ୍ତଫା, ସରକାରଙ୍କୁ ହାଇକୋର୍ଟ ଦେଲେ ୭ ଦିନର ସମୟ

କୋଲକାତା: ପଶ୍ଚିମବଙ୍ଗରେ ସୁରକ୍ଷା ପ୍ରଶ୍ନକୁ ନେଇ ଚାରିଦିନ ଧରି ଡାକ୍ତରମାନଙ୍କ ଆନ୍ଦୋଳନ ଚାଲିଥିବା ବେଳେ ସ୍ଥାନୀୟ ପ୍ରଶାସନ ଏବଂ ସରକାର ଆଶ୍ଚର୍ଯ୍ୟଜନକ ଭାବରେ ନିରବ ରହିଛନ୍ତି। ସରକାରଙ୍କ ଏଭଳି ଆଭିମୁଖ୍ୟ ବିରୋଧରେ ଆନ୍ଦୋଳନ ଜାରି ରହିଛି। କେବଳ ଏନ୍‌ଆରଏସ୍‌ କଲେଜ୍‌ ଓ ହସ୍ପିଟାଲରୁ ୧୦୮ ଜଣ ଡାକ୍ତର ଇସ୍ତଫା ଦେଇଛନ୍ତି। ଫଳରେ ଶେଷ ଖବର ସୁଦ୍ଧା ଏହି ଆନ୍ଦୋଳନକୁ ସମର୍ଥନ କରି ଇସ୍ତଫା ଦେଇଥିବା ଡାକ୍ତରଙ୍କ ମୋଟ ସଂଖ୍ୟା ୧୫୧ ହୋଇଛି। ସେହିପରି ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ […]

wb-doctors

wb-doctors

Subrat Kumar Nayak
  • Published: Friday, 14 June 2019
  • Updated: 14 June 2019, 07:20 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗରେ ସୁରକ୍ଷା ପ୍ରଶ୍ନକୁ ନେଇ ଚାରିଦିନ ଧରି ଡାକ୍ତରମାନଙ୍କ ଆନ୍ଦୋଳନ ଚାଲିଥିବା ବେଳେ ସ୍ଥାନୀୟ ପ୍ରଶାସନ ଏବଂ ସରକାର ଆଶ୍ଚର୍ଯ୍ୟଜନକ ଭାବରେ ନିରବ ରହିଛନ୍ତି। ସରକାରଙ୍କ ଏଭଳି ଆଭିମୁଖ୍ୟ ବିରୋଧରେ ଆନ୍ଦୋଳନ ଜାରି ରହିଛି। କେବଳ ଏନ୍‌ଆରଏସ୍‌ କଲେଜ୍‌ ଓ ହସ୍ପିଟାଲରୁ ୧୦୮ ଜଣ ଡାକ୍ତର ଇସ୍ତଫା ଦେଇଛନ୍ତି। ଫଳରେ ଶେଷ ଖବର ସୁଦ୍ଧା ଏହି ଆନ୍ଦୋଳନକୁ ସମର୍ଥନ କରି ଇସ୍ତଫା ଦେଇଥିବା ଡାକ୍ତରଙ୍କ ମୋଟ ସଂଖ୍ୟା ୧୫୧ ହୋଇଛି। ସେହିପରି ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ ପକ୍ଷରୁ ଜୁନ୍‌ ୧୭ ତାରିଖରେ କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦିଆଯାଇଛି। ଜୁନିଅର ଡାକ୍ତରମାନଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦ କରି ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାରେ ନିଜର ପକ୍ଷ ରଖିବା ପାଇଁ କ୍ୟାଲକାଟା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ୭ ଦିନର ସମୟ ଦେଇଛନ୍ତି। ଏହି ଆନ୍ଦୋଳନର ସମାଧାନ ପାଇଁ ସରକାର ଏପର୍ଯ୍ୟନ୍ତ କି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ହାଇକୋର୍ଟ ପ୍ରଶ୍ନ କରିବା ସହ ଏହାର ଆଶୁ ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତରମାନଙ୍କ ଆନ୍ଦୋଳନକୁ ନେଇ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଡାକ୍ତରଙ୍କ ଆନ୍ଦୋଳନର ସମର୍ଥନରେ ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ୧୬ ଜଣ ଡାକ୍ତର ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗକୁ ସେମାନଙ୍କ ଇସ୍ତଫା ପତ୍ର ପଠାଇଦେଇଛନ୍ତି। ୧୬ ଜଣ ସ୍ୱାକ୍ଷର କରିଥିବା ଏକ ଚିଠିରେ ସେମାନେ କହିଛନ୍ତି ବର୍ତ୍ତମାନ ରାଜ୍ୟରେ ଯେଉଁ ସ୍ଥିତି ରହିଛି, ଏଥିରେ କର୍ତ୍ତବ୍ୟ ତୁଲାଇବା ମୁସ୍କିଲ ହୋଇ ପଡ଼ିଛି। ଆମେ ଯେହେତୁ ଏପରି ସ୍ଥିତିରେ କାମ କରିପାରୁନାହୁଁ, ତେଣୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଉଛୁ।

ସେହିଭଳି ନର୍ଥ ବେଙ୍ଗଲ ମେଡିକାଲ କଲେଜ୍‌ରେ ଗୁରୁବାର ରାତିରେ ହିଁ ପ୍ରିନ୍ସିପାଲ, ମେଡିକାଲ ସୁପରିନଟେଣ୍ଡେଣ୍ଟ ଇସ୍ତଫା ଦେଇଛନ୍ତି। ଏହି କଲେଜ୍‌ ହିଁ ଆନ୍ଦୋଳନର କେନ୍ଦ୍ରସ୍ଥଳ। ମଙ୍ଗଳବାର ଦିନ ଏହି ହସ୍ପିଟାଲରେ ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ କରି ଜଣେ ମୃତ ରୋଗୀଙ୍କ ପରିବାର ଚିକିତ୍ସାରେ ନିୟୋଜିତ ଥିବା ଜୁନିୟର ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାପରେ ସବୁ ଜୁନିୟର ଡାକ୍ତରମାନେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଆନ୍ଦୋଳନ ବର୍ତ୍ତମାନ ସାରା ଦେଶକୁ ବ୍ୟାପିଯିବା ପରେ ସ୍ୱାସ୍ଥ୍ୟସେବା ଗୁରୁତର ପ୍ରଭାବିତ ହୋଇଛି।

ଏନ୍‌ଆରଏସ୍‌ ମେଡିକାଲ କଲେଜ୍‌ର ଅଧ୍ୟକ୍ଷ ପ୍ରଫେସର ଶୈବାଲ ମୁଖାର୍ଜୀ ଏବଂ ମେଡିକାଲ ସୁପରିନଟେଣ୍ଡେଣ୍ଟ ତଥା ଉପାଧ୍ୟକ୍ଷ ସୌରଭ ଚଟ୍ଟୋପଧ୍ୟାୟ ମଧ୍ୟ ଇସ୍ତଫା ଦେଇଛନ୍ତି। ସେମାନେ ଅନୁଷ୍ଠାନରେ ସ୍ୱାଭାବିକ ସ୍ଥିତି ଫେରାଇବାରେ ବିଫଳ ହୋଇଥିବା ଦର୍ଶାଇ ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ରାଜ୍ୟ ଡିଏମ୍‌ଇ ଡକ୍ଟର ପ୍ରଦୀପ କୁମାର ଦେ ସମସ୍ତ ମେଡିକାଲ କଲେଜ ମୁଖ୍ୟମାନଙ୍କୁ ଆଉଟ୍‌ ପେସେଣ୍ଟ ଏବଂ ଆପାତ୍‌କାଳୀନ ବିଭାଗଗୁଡ଼ିକ ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ଜୁନିଅର ଡାକ୍ତରମାନଙ୍କର ଏହି ଆନ୍ଦୋଳନ ସମଗ୍ର ରାଜ୍ୟର ସରକାରୀ ଏବଂ ଘରୋଇ ଡାକ୍ତରଖାନାକୁ ପ୍ରଭାବିତ କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଧମକ ପରେ ମଧ୍ୟ ଜୁନିଅର ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଛନ୍ତି। ସରକାରୀ ଡାକ୍ତରଖାନାଗୁଡ଼ିକରେ ବର୍ତ୍ତମାନ ଆଉଟ୍‌ଡୋର ଏବଂ ଅନ୍ୟ ବିଭାଗର ସେବା ବାଧାପ୍ରାପ୍ତ ହୋଇଛି। ଉତ୍ତରପୂର୍ବ ଭାରତ, ଓଡ଼ିଶା ଏବଂ ଗୋଆ ଆଦି ସ୍ଥାନର ଡାକ୍ତର ସଂଘମାନେ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story