ସମ୍ପ୍ରତି ବିଧାନସଭାରେ ମୌସୁମୀ ଅଧିବେଶନ ଚାଲିଥିବା ବେଳେ ୧୯୭୭-୭୮ରୁ ଆରମ୍ଭ କରି ୨୦୧୫-୧୬ ମଧ୍ୟରେ ହୋଇଥିବା ବଜେଟ ବହିର୍ଭୁତ ଅତିରିକ୍ତ ଖର୍ଚ୍ଚର ହିସାବ ଦେଲାବେଳେ ବିହାର ସରକାର ଏକଥା କହିଛନ୍ତି।
୧୯୯୦-୯୧ରୁ ୧୯୯୫-୯୬ ମଧ୍ୟରେ ୧୬ ଲକ୍ଷ ଟଙ୍କା ଖର୍ଚ୍ଚରେ ୪୯ ହଜାର ୯୫୦ ଲିଟର ସୋରିଷ ତେଲ କିଣା ଯାଇଥିଲା। ଡାଏରୀ ଫାର୍ମର ମହାପ୍ରବନ୍ଧକ ଡାକ୍ତର ଜେନୁଆଲ ଭଙ୍ଗେରାଜ ଓ ବରିଷ୍ଠ ଅଧିକାରୀ ଏବଂ ପ୍ରମୁଖ ନେତାଙ୍କ ମିଲିଭଗତରେ ଏତେ ପରିମାଣର ତେଲ କିଣାଯାଇ ଥିବାର ନକଲି ବିଲ୍ ପ୍ରସ୍ତୁତ ହୋଇଥିଲା ବୋଲି ସରକାର ବିଧାନସଭାରେ କହିଛନ୍ତି।
ସୂଚନାଯୋଗ୍ୟ, ସିବିଆଇ ଏହି ଚାରା ଘୋଟାଲାର ତଦନ୍ତ କରୁଛି। ଏଥିରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ ହୋଇ ରାଞ୍ଚିରେ ସଜା କାଟୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।