ବଢ଼ୁଛି କରୋନା ଆରୋଗ୍ୟ ହାର

ନୂଆଦିଲ୍ଲୀ: ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୩୯୦ ଜଣ ଏହି ମହାମାରୀର ଶିକାର ହୋଇଥିବାବେଳେ ୧୦୩ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ୩୭, ୯୧୬ ଜଣ କରୋନାରେ ଚିକିତ୍ସାଧୀନ ରହିଛନ୍ତି। ତେବେ ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ହାରରେ ବଢ଼ୁଛି ସେହି ହାରରେ ଦେଶରେ ଆରୋଗ୍ୟ ହାର ମଧ୍ୟ ବଢ଼ିଛି। ଯାହାକି ଦେଶବାସୀ ପାଇଁ ଆଶ୍ୱସ୍ତିକର। ମାସକ ମଧ୍ୟରେ ୧୨ ପ୍ରତିଶତରୁ ୨୯.୩୬% ହୋଇଛି ଆରୋଗ୍ୟ ହାର। ଏ ନେଇ କେନ୍ଦ୍ର […]

Luv

Luv

Subhransu Sekhar
  • Published: Friday, 08 May 2020
  • Updated: 08 May 2020, 04:59 PM IST

Sports

Latest News

ନୂଆଦିଲ୍ଲୀ: ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୩୯୦ ଜଣ ଏହି ମହାମାରୀର ଶିକାର ହୋଇଥିବାବେଳେ ୧୦୩ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ୩୭, ୯୧୬ ଜଣ କରୋନାରେ ଚିକିତ୍ସାଧୀନ ରହିଛନ୍ତି। ତେବେ ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ହାରରେ ବଢ଼ୁଛି ସେହି ହାରରେ ଦେଶରେ ଆରୋଗ୍ୟ ହାର ମଧ୍ୟ ବଢ଼ିଛି। ଯାହାକି ଦେଶବାସୀ ପାଇଁ ଆଶ୍ୱସ୍ତିକର। ମାସକ ମଧ୍ୟରେ ୧୨ ପ୍ରତିଶତରୁ ୨୯.୩୬% ହୋଇଛି ଆରୋଗ୍ୟ ହାର। ଏ ନେଇ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଏଯାବତ ୧୬,୫୪୦ ଜଣ ଆକ୍ରାନ୍ତ ଆରୋଗ୍ୟ ବା ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୧୨୭୩ ଜଣ ଆରୋଗ୍ୟ ହୋଇଛନ୍ତି ବୋଲି ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଲଭ୍ ଅଗ୍ରଓ୍ୱାଲ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି।

https://twitter.com/ANI/status/1258709007025537025

ଚିକିତ୍ସାଧୀନ ଥିବା ୩୭, ୯୧୬ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ତେବେ ୧.୧% କରୋନା ଆକ୍ରାନ୍ତ ଭେଣ୍ଟିଲେଟରରେ ରହିଛନ୍ତି। ଗତ ୨୮ ଦିନରେ ଦେଶର ୪୨ଟି ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖିବାକୁ ମିଳିନି। ୨୧ ଦିନ ହେବ ୨୯ଟି ଜିଲ୍ଲାରୁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ୧୪ ଦିନ ହେବ ୩୬ଟି ଜିଲ୍ଲାରୁ ଏବଂ ୭ ଦିନ ହେବ ୪୬ଟି ଜିଲ୍ଲାରୁ କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ମୋଟ୍ ଉପରେ ୭୩୩ଟି ଜିଲ୍ଲାରୁ ୨୧୬ଟି ଜିଲ୍ଲାରେ ଏଯାବତ କରୋନା ପ୍ରବେଶ କରିନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

https://twitter.com/ANI/status/1258712886647631873

ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ବଢ଼ାଇବା ପୂର୍ବରୁ କେନ୍ଦ୍ର ସରକାର ଦେଶର ବିଭିନ୍ନ ସ୍ଥାନକୁ ତିନୋଟି ଜୋନରେ ବିଭକ୍ତ କରିଥିଲେ। ତେବେ ଏହାରି ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବଢ଼ିବା ଓ ଗ୍ରୀନ ଜୋନରେ ଆକ୍ରାନ୍ତଙ୍କ ଚିହ୍ନଟ ହେବା ପରେ ପୁଣି ଥରେ କେନ୍ଦ୍ର ସରକାର ରେଡ୍, ଅରେଞ୍ଜ ଏବଂ ଗ୍ରୀନ୍ ଜୋନ୍ ବାବଦରେ ତାଲିକା ପ୍ରକାଶ କରିବେ ବୋଲି ଯୁଗ୍ମ ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos