ରାଞ୍ଚି: ଲକଡାଉନ୍ ପାଇଁ ବିଦେଶରେ ଅଟକି ଥିବା ଲୋକଙ୍କ ପାଇଁ ସରକାର ବିମାନ ବ୍ୟବସ୍ଥା କରୁଛନ୍ତି। ହେଲେ ଦେଶର ଶ୍ରମିକଙ୍କ ପାଇଁ ସରକାର ବସ କି ଟ୍ରେନ୍ ସେବା ବଦଳରେ ବିମାନ ସେବା କାହିଁକି କରୁନାହାନ୍ତି ବୋଲି ଅନେକ ଦାବି ଉଠିଛି। ତେବେ ଏହାକୁ ସଫଳ କରାଇଛି ହେମନ୍ତ ସୋରେନ୍ ସରକାର। ନିଜ ରାଜ୍ୟର ୧୮୦ ଶ୍ରମିକଙ୍କ ଝାଡ଼ଖଣ୍ଡ ସରକାର ମୁମ୍ୱାଇରୁ ଝାଡ଼ଖଣ୍ଡ ଆଣିଛନ୍ତି।
ଏ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ କେନ୍ଦ୍ର ସରକାରକୁ ଅନୁରୋଧ କରିଥିଲେ। କେନ୍ଦ୍ର ସରକାର ଅନୁମତି ଦେବା ପରେ ଝାଡ଼ଖଣ୍ଡ ସରକାର ନିଜ ରାଜ୍ୟର ଶ୍ରମିକଙ୍କୁ ବିମାନରେ ଆଣିଛନ୍ତି। ସୂଚନାଯୋଗ୍ୟ, ଘରକୁ ଫେରିବା ପାଇଁ ଏହି ଶ୍ରମିକଙ୍କ ପକେଟରେ ଟଙ୍କାଟିଏ ବି ନଥିଲା।
ତେବେ ବେଙ୍ଗାଲୁରୁରର ନ୍ୟାଶନାଲ ଲ’ ସ୍କୁଲ ପ୍ରବାସୀଙ୍କ ପାଇଁ ବିମାନ ବ୍ୟବସ୍ଥା କରାଇଥିବାରୁ ହେମନ୍ତ ସୋରେନ୍ ଧନ୍ୟବାଦ ଦେଇଛନ୍ତି। କରୋନା ମହାମାରୀ ବେଳେ ମାନବିକତାର ଆବଶ୍ୟକତା ରହିଛି। ନ୍ୟାଶନାଲ ଲ’ ସ୍କୁଲର ଆଲୁମୁନି ଯେଉଁଭଳି ଭାବରେ ମାନବିକତା ଦେଖାଇଛନ୍ତି ଅନ୍ୟ ପାଇଁ ପ୍ରେରଣା ଦାୟକ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପାଇଖାନା ସଫା କଲେ ଛାତ୍ରୀ, ନିଲମ୍ବିତ ହେଲେ ପ୍ରିନ୍ସିପାଲ
କେତେବେଳେ ସେମାନଙ୍କୁ ପାଇଖାନା ସଫା କରିବାକୁ କୁହାଯାଏ ତ ଆଉ କେତେ ବେଳେ ପାଣି ଦେବାକୁ କୁହାଯାଏ। ଅନେକ ସମୟରେ ପିଲାମାନେ ସ୍କୁଲ ପରିସରକୁ ମଧ୍ୟ ସଫା କରନ୍ତି।
Politics
ବଡ଼ ଭୁଲ: କପିଲ ମିଶ୍ରାଙ୍କୁ ଟିକେଟ ମିଳିବା ପରେ ଅସନ୍ତୋଷ ଝାଡ଼ିଲେ ବିଜେପି ବିଧାୟକ
ମୋହନ ସିଂହଙ୍କ ବଦଳରେ ୨୦୨୫ ବିଧାନସଭା ନିର୍ବାଚନରେ କରୱାଲ ନଗର ଆସନରୁ କପିଲ ମିଶ୍ରା ବିଜେପି ଟିକେଟରେ ଲଢ଼ିବେ। ଦଳର ଏପରି ପଦକ୍ଷେପକୁ ବଡ଼ ତ୍ରୁଟି ବୋଲି ମୋହନ ସିଂହ କହିଛନ୍ତି।
Politics
କଂଗ୍ରେସର ବଡ଼ ପ୍ରତିଶ୍ରୁତି: ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା
ଯଦି କଂଗ୍ରେସ ୧୫ ବର୍ଷର ବନବାସ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ, ତା’ହେଲେ ସମସ୍ତ ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା।
National
ମହାୟୁତିରେ ଫାଟ! ଦିଲ୍ଲୀରେ ଏକା ଲଢ଼ିବ ଏନ୍ସିପି
ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ।
National
ଶାହଙ୍କୁ ଟାର୍ଗେଟ୍, କେଜ୍ରିଓ୍ୱାଲ କହିଲେ- ବିଜେପି ସତ୍ତାକୁ ଆସିଲେ ଲୋପ ପାଇଯିବ ବସ୍ତି
ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ଭୋଟିଂ ହେବ। ୮ ତାରିଖରେ ଭୋଟ୍ ଗଣତି ହେବ।