ଓଲଟି ପଡ଼ିଲା ସିମେଣ୍ଟ ବୋଝେଇ ଟ୍ରକ୍‌: ୧୯ ମୃତ

ନୂଆଦିଲ୍ଲୀ: ଗୁଜରାଟର ଭାବନଗର ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ  ରାସ୍ତା ତଳକୁ ଓଲଟି ପଡ଼ିବାରୁ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୧୨ ଜଣ ମହିଳା ଥିବା ବେଳେ ୩ ଜଣ ଶିଶୁ ଅଛନ୍ତି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି। […]

tre

Rakesh Mallick
  • Published: Saturday, 19 May 2018
  • , Updated: 19 May 2018, 02:13 PM IST

ନୂଆଦିଲ୍ଲୀ: ଗୁଜରାଟର ଭାବନଗର ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ  ରାସ୍ତା ତଳକୁ ଓଲଟି ପଡ଼ିବାରୁ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୬ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୧୨ ଜଣ ମହିଳା ଥିବା ବେଳେ ୩ ଜଣ ଶିଶୁ ଅଛନ୍ତି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

ସିମେଣ୍ଟ ବୋଝେଇ ଟ୍ରକଟି ଭାବନଗରରୁ  ପିପାଭାଭ୍‌ ପୋର୍ଟ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ୧୮ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଶ୍ରମିକଙ୍କୁ ମିଶାଇ ଟ୍ରକରେ ମୋଟ ୨୫ ଜଣ ଥିଲେ।

ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍‌ କରି ମୃତ ଶ୍ରମିକ ପାଇଁ ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ  ଆହତ ହୋଇଥିବା ଶ୍ରମିକ ଶୀଘ୍ର ଠିକ୍‌ ହୋଇ ଯାଆନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି।

 

 

 

 

 

Related story