ଯେତେବେଳେ ମାଓଙ୍କ ଗାଲ ଥାପୁଡ଼ାଇଥିଲେ ସର୍ବପଲ୍ଲୀ ରାଧାକୃଷ୍ଣନ୍‌

ନୂଆଦିଲ୍ଲୀ: ଆଜି ହେଉଛି ଦେଶର ପ୍ରଥମ ଉପ-ରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଜନ୍ମ ଦିନ। ତାଙ୍କ ଜନ୍ମଦିନକୁ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଏ। ଦର୍ଶନ ଶାସ୍ତ୍ରରେ ପାଠପଢ଼ା ଶେଷ କରିବା ପରେ ସେ ମାଡ୍ରାସ୍‌ ପ୍ରେସିଡେନ୍ସି କଲେଜରେ ଏହି ବିଭାଗର ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ଦେଶ ବିଦେଶରେ ଅନେକ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିବା ଶ୍ରୀ ରାଧାକୃଷ୍ଣନ୍ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ମଧ୍ୟ […]

radha2

radha2

Puspanjali Panda
  • Published: Thursday, 05 September 2019
  • Updated: 05 September 2019, 01:06 PM IST

Sports

Latest News

ନୂଆଦିଲ୍ଲୀ: ଆଜି ହେଉଛି ଦେଶର ପ୍ରଥମ ଉପ-ରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଜନ୍ମ ଦିନ। ତାଙ୍କ ଜନ୍ମଦିନକୁ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଏ। ଦର୍ଶନ ଶାସ୍ତ୍ରରେ ପାଠପଢ଼ା ଶେଷ କରିବା ପରେ ସେ ମାଡ୍ରାସ୍‌ ପ୍ରେସିଡେନ୍ସି କଲେଜରେ ଏହି ବିଭାଗର ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ଦେଶ ବିଦେଶରେ ଅନେକ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିବା ଶ୍ରୀ ରାଧାକୃଷ୍ଣନ୍ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଜଣେ ଛାତ୍ରବତ୍ସଳ ଶିକ୍ଷକ ଥିଲେ। ସେଥିପାଇଁ ସେ ରାଷ୍ଟ୍ରପତି ଥିବା ବେଳେ କିଛି ଛାତ୍ର ତାଙ୍କର ଜନ୍ମଦିନ ପାଳନ କରିବା ପାଇଁ ଚାହିଁଥିଲେ। ତେବେ ସେ ଅତି ବିନମ୍ରତାର ସହିତ କହିଥିଲେ,‘ମୋ ଜନ୍ମଦିନ ପାଳନ କରିବା ପରିବର୍ତ୍ତେ ଯଦି ସେପ୍ଟେମ୍ୱର ୫ ତାରିଖକୁ ଗୁରୁ ଦିବସ ଭାବରେ ପାଳନ କରାଯାଏ, ତା’ହେଲେ ଏହା ମୋ ପାଇଁ ଗର୍ବର ବିଷୟ ହେବ।’ ସେବେଠାରୁ ତାଙ୍କୁ ସମ୍ମାନ ଜଣାଇ ସାରା ଦେଶ ଏହି ଦିନଟିକୁ ଗୁରୁମାନଙ୍କୁ ସମର୍ପିତ କରିଛି ଓ ଗୁରୁ ଦିବସ ଭାବେ ପାଳନ କରି ଆସୁଛି।

ଆଜିର ଏହି ପବିତ୍ର ଦିନରେ ଡ.ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ବିଷୟରେ ଆସନ୍ତୁ କିଛି ଜଣାଅଜଣା କଥା ଜାଣିବ।

୧. ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କୁ ତାଙ୍କ ଛାତ୍ରମାନେ ବହୁତ ଭଲ ପାଉଥିଲେ। ସେ ଯେତେବେଳେ ମୈସୋର ବିଶ୍ୱବିଦ୍ୟାଳୟରୁ ଅବ୍ୟାହତି ନେଇ କୋଲକାତା ବିଶ୍ୱବିଦ୍ୟାଳୟକୁ ଗଲେ ଛାତ୍ରମାନେ ତାଙ୍କ ପାଇଁ ଏକ ଫୁଲରେ ସଜା ହୋଇଥିବା ଗାଡ଼ିର ବ୍ୟବସ୍ଥା କରିଥିଲେ। ସେମାନେ ଏହି ଗାଡ଼ିଟିକୁ ଟାଣି ଟାଣି ରେଲ୍‌ୱେ ଷ୍ଟେସନ୍ ପର୍ଯ୍ୟନ୍ତ ନେଇଥିଲେ।

୨. ମାତ୍ର ୧୬ ବର୍ଷ ବୟୟରେ ସେ ତାଙ୍କର ଜଣେ ଦୂର ସମ୍ପର୍କୀୟ ଭଉଣୀଙ୍କୁ ବିବାହ କରିଥିଲେ। ତାଙ୍କର ୫ ଜଣ ଝିଅ ଓ ଜଣେ ପୁଅ ଥିଲେ।

୩. ରାଧାକୃଷ୍ଣନ୍‌ ଇଂରାଜୀ ଶିଖନ୍ତୁ ବୋଲି ତାଙ୍କ ବାପା ଚାହୁଁ ନଥିଲେ। ସେ ଚାହୁଁଥିଲେ ତାଙ୍କ ପୁଅ ଜଣେ ପଣ୍ଡିତ ବା ପୂଜକ ହୁଅନ୍ତୁ।

୪. ସେ ବହୁତ ସାଧାରଣ ଓ ବିନମ୍ର ସ୍ୱଭାବର ପିଲା ଥିଲେ। ଭାରତର ରାଷ୍ଟ୍ରପତି ହେବା ପରେ ସେ ତାଙ୍କ ପାରିଶ୍ରମିକରୁ ମାତ୍ର ୨୫୦୦ ଟଙ୍କା ନେଉଥିଲେ। ବଳକା ଟଙ୍କା ସେ ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ଦାନ କରୁଥିଲେ।

[caption id="attachment_430311" align="aligncenter" width="750"] ମାଓ ଜେଡ଼ଙ୍ଗ[/caption]

୫. ରାଧାକୃଷ୍ଣନ୍‌ଙ୍କ ସମ୍ପର୍କରେ ଏକ ରୋଚକ କଥା ରହିଛି, ଯାହାକୁ ଖୁବ୍‌ କମ୍‌ ଲୋକ ଜାଣିଛନ୍ତି। ଥରେ ସେ ଚୀନ୍‌ ପରିଭ୍ରମଣରେ ଯାଇଥିଲେ। ସେଠାରେ ସେ  କ୍ରାନ୍ତିକାରୀ ନେତା ତଥା ଶାସକ ମାଓ ଜେଡ଼ଙ୍ଗଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ବେଳେ ସେ ମାଓଙ୍କ ଗାଲକୁ ସ୍ନେହରେ ଥାପୁଡ଼ାଇ ଦେଇଥିଲେ। ତାଙ୍କର ଏଭଳି ବ୍ୟବହାରରେ ମାଓ ଓ ଉପସ୍ଥିତ ଅନ୍ୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ରାଧାକୃଷ୍ଣନ୍ ପୂର୍ବରୁ ଷ୍ଟାଲିନ୍ ଓ ପୋପ୍‌ଙ୍କ ସହିତ ମଧ୍ୟ ଏମିତି କରିଥିବା କହି ସମସ୍ତଙ୍କ ମନ ଜିତି ନେଇଥିଲେ।

୬. ଡ.ସର୍ବପଲ୍ଲୀ ରାଧାକୃଷ୍ଣନ୍‌ ରାଷ୍ଟ୍ରପତି ଥିବା ବେଳେ ସପ୍ତାହରେ ଦୁଇ ଦିନ ଯେକୌଣସି ବ୍ୟକ୍ତି ତାଙ୍କୁ ଭେଟି ପାରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏହିପରି ଭାବରେ ସେ ରାଷ୍ଟ୍ରପତି ଭବନକୁ ସାଧାରଣ ଲୋକଙ୍କ ପାଇଁ ଖୋଲା ରଖୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story