ବିଏସ୍‌ପି ନେତାଙ୍କୁ ଜୋତାମାଳ ପିନ୍ଧାଇ ଗଧ ପିଠିରେ ବୁଲାଇଲେ କର୍ମୀ

ଜୟପୁର: ମଙ୍ଗଳବାର ୨ ଜଣ ବିଏସ୍‌ପି ନେତାଙ୍କୁ ଜୋତାମାଳ ପିନ୍ଧାଇବା ସହ ମୁହଁ କଳା କରି କାର୍ଯ୍ୟାଳୟ ବାହାରେ ବୁଲାଇଛନ୍ତି ଦଳର କର୍ମୀ। ଏହି ଦୁଇ ନେତା ଟିକେଟ୍‌ ବଣ୍ଟନରେ ଦୁର୍ନୀତି କରିଥିବା ଦର୍ଶାଇ କର୍ମୀମାନେ ଏପରି କରିଥିବା କୁହାଯାଉଛି। ଜାତୀୟ ସଂଯୋଜକ ରାମଜୀ ଗୌତମ ଏବଂ ଦଳର ପୂର୍ବତନ ରାଜସ୍ଥାନ ସଭାପତି ସୀତାରାମଙ୍କ ମୁହଁ ଏଭଳି କଳା କରାଯାଇଛି। ସେମାନେ ରାମଜୀଙ୍କୁ ଗଧରେ ବସାଇ ସ୍ଥାନୀୟ ଏକ କାର୍ଯ୍ୟାଳୟ ବାହାରେ ବୁଲାଇଛନ୍ତି। #WATCH Rajasthan: BSP […]

gadha

gadha

Subrat Kumar Nayak
  • Published: Tuesday, 22 October 2019
  • Updated: 22 October 2019, 05:11 PM IST

Sports

Latest News

ଜୟପୁର: ମଙ୍ଗଳବାର ୨ ଜଣ ବିଏସ୍‌ପି ନେତାଙ୍କୁ ଜୋତାମାଳ ପିନ୍ଧାଇବା ସହ ମୁହଁ କଳା କରି କାର୍ଯ୍ୟାଳୟ ବାହାରେ ବୁଲାଇଛନ୍ତି ଦଳର କର୍ମୀ। ଏହି ଦୁଇ ନେତା ଟିକେଟ୍‌ ବଣ୍ଟନରେ ଦୁର୍ନୀତି କରିଥିବା ଦର୍ଶାଇ କର୍ମୀମାନେ ଏପରି କରିଥିବା କୁହାଯାଉଛି।

ଜାତୀୟ ସଂଯୋଜକ ରାମଜୀ ଗୌତମ ଏବଂ ଦଳର ପୂର୍ବତନ ରାଜସ୍ଥାନ ସଭାପତି ସୀତାରାମଙ୍କ ମୁହଁ ଏଭଳି କଳା କରାଯାଇଛି। ସେମାନେ ରାମଜୀଙ୍କୁ ଗଧରେ ବସାଇ ସ୍ଥାନୀୟ ଏକ କାର୍ଯ୍ୟାଳୟ ବାହାରେ ବୁଲାଇଛନ୍ତି।
https://twitter.com/ANI/status/1186559408316137474
ସେଠାରେ ଥିବା ଜଣେ କର୍ମୀ କହିଛନ୍ତି, “ଆମ କର୍ମୀମାନେ ନେତାଙ୍କ ଉପରେ କ୍ଷୁବ୍ଧ ଅଛନ୍ତି। କର୍ମୀମାନେ ୫ ବର୍ଷ ଧରି ତୃଣମୂଳ ସ୍ତରରେ କାମ କରିଛନ୍ତି। କିନ୍ତୁ ବାହାରୁ ଆସିଥିବା ପାରାଚ୍ୟୁଟ୍‌ ନେତାଙ୍କୁ ଟିକେଟ୍‌ ଦିଆହେଲା। ଟଙ୍କା ବଦଳରେ କଂଗ୍ରେସ ଓ ବିଜେପି ନେତାଙ୍କୁ ଏଭଳି ଟିକେଟ୍‌ ମିଳିଲା। ବିଏସ୍‌ପି ନେତାଙ୍କୁ ଅଣଦେଖା କରାଯାଇଛି ଏବଂ ଧୋକା ଦିଆଯାଇଛି।” ସୂଚନାଯୋଗ୍ୟ ଯେ, ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ନେତା ବାରମ୍ବାର ପଡ଼ିଯାଉଛନ୍ତି ଏବଂ କର୍ମୀ ତାଙ୍କୁ ଉଠାଇ ଗଧ ପିଠିରେ ବସାଇ ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos