ଏୟାରପୋର୍ଟରେ ଗୁଳିମାଡ଼, ୨ ମୃତ

ଲାହୋର: ପାକିସ୍ତାନର ଲାହୋର ଅନ୍ତର୍ଜାତୀୟ ଏୟାରପୋର୍ଟରେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛି। ଏହି ଗୁଳିକାଣ୍ଡ ଯୋଗୁ ଏୟାରପୋର୍ଟରେ କିଛି ସମୟ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଲୋକଙ୍କ ମନରେ ଆତଙ୍କବାଦୀ ଆକ୍ରମଣର ଭୟ ସୃଷ୍ଟି ହୋଇଥିଲା। ମୃତ ଦୁଇ ବ୍ୟକ୍ତି ସାଉଦି ଆରବରୁ ଉମରାହ ସାରି ଆଜି ବିମାନ ଯୋଗେ ଲାହୋର ସ୍ଥିତ ଆଲ୍ଲାମା ଇକବାଲ ଅନ୍ତର୍ଜାତୀୟ ଏୟାର ପୋର୍ଟରେ ଓହ୍ଲାଇଥିଲେ। ଉମରାହ […]

ui

Hemant Lenka
  • Published: Wednesday, 03 July 2019
  • , Updated: 03 July 2019, 04:01 PM IST

ଲାହୋର: ପାକିସ୍ତାନର ଲାହୋର ଅନ୍ତର୍ଜାତୀୟ ଏୟାରପୋର୍ଟରେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛି। ଏହି ଗୁଳିକାଣ୍ଡ ଯୋଗୁ ଏୟାରପୋର୍ଟରେ କିଛି ସମୟ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

ଲୋକଙ୍କ ମନରେ ଆତଙ୍କବାଦୀ ଆକ୍ରମଣର ଭୟ ସୃଷ୍ଟି ହୋଇଥିଲା। ମୃତ ଦୁଇ ବ୍ୟକ୍ତି ସାଉଦି ଆରବରୁ ଉମରାହ ସାରି ଆଜି ବିମାନ ଯୋଗେ ଲାହୋର ସ୍ଥିତ ଆଲ୍ଲାମା ଇକବାଲ ଅନ୍ତର୍ଜାତୀୟ ଏୟାର ପୋର୍ଟରେ ଓହ୍ଲାଇଥିଲେ। ଉମରାହ ହେଉଛି ଇସ୍‌ଲାମା ଧର୍ମର ଏକ ତୀର୍ଥ ଯାତ୍ରା। ଉମରାହ କରୁଥିବା ଲୋକମାନେ ମକ୍କା ଯାଇ ପ୍ରାର୍ଥନା କରିଥାଆନ୍ତି।

ତେବେ ସେମାନେ ରନ୍‌ୱେରୁ ଏୟାରପୋର୍ଟକୁ ଆସୁଥିବା ବେଳେ ପୂର୍ବରୁ ଏଠାରେ ରହିଥିବା ଦୁଇ ଜଣ ବ୍ୟକ୍ତି ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଗୁଳିମାଡ଼ କରିଥିବା ଦୁଇ ବ୍ୟକ୍ତି ଅଶ୍ରଦ ଓ ଶାହାନଙ୍କୁ ଏୟାରପୋର୍ଟରେ ମୁତୟନ ଥିବା ସୁରକ୍ଷାକର୍ମୀ ଗିରଫ କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସେମାନେ ଏଭଳି କରିଥିବା କହିଛନ୍ତି।

Related story