ଟଳିଲେ ୨ ଆତଙ୍କୀ, ଏବେ ବି ଗୁଳିବିନିମୟ ଜାରି

ପୁଲୱାମା: ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ୨ ଜଣ ଆତଙ୍କବାଦୀ। ଆଜି ଭୋର ସମୟରେ ଜମ୍ମୁ-କଶ୍ମୀରର ପୁଲୱାମା ଅନ୍ତର୍ଗତ ଟିକେନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ଏହି ସଫଳତା ମିଳିଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଛନ୍ତି। ତେଣୁ ସର୍ଚ୍ଚ ଅପରେସନ ସହ ଗୁଳି ବିନିମୟ ମଧ୍ୟ ଜାରି ରହିଛି। ଏହି ଆତଙ୍କବାଦ ଦମନ ଅଭିଯାନରେ ଜମ୍ମୁ-କଶ୍ମୀର ପୁଲିସ୍‌ ସହ ସିଆରପିଏଫ ଯବାନ ସାମିଲ ହୋଇଛନ୍ତି। ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ […]

f

Hemant Lenka
  • Published: Wednesday, 09 December 2020
  • , Updated: 09 December 2020, 08:55 AM IST

ପୁଲୱାମା: ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ୨ ଜଣ ଆତଙ୍କବାଦୀ। ଆଜି ଭୋର ସମୟରେ ଜମ୍ମୁ-କଶ୍ମୀରର ପୁଲୱାମା ଅନ୍ତର୍ଗତ ଟିକେନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ଏହି ସଫଳତା ମିଳିଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଛନ୍ତି। ତେଣୁ ସର୍ଚ୍ଚ ଅପରେସନ ସହ ଗୁଳି ବିନିମୟ ମଧ୍ୟ ଜାରି ରହିଛି।

ଏହି ଆତଙ୍କବାଦ ଦମନ ଅଭିଯାନରେ ଜମ୍ମୁ-କଶ୍ମୀର ପୁଲିସ୍‌ ସହ ସିଆରପିଏଫ ଯବାନ ସାମିଲ ହୋଇଛନ୍ତି। ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଟିକେନ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ପୁଲିସ୍‌ ଓ ଯବାନଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା।

ଆତଙ୍କବାଦୀମାନେ ଲୁଚି ରହିଥିବା ସ୍ଥାନରେ ସୁରକ୍ଷାକର୍ମୀମାନେ ପହଞ୍ଚିବା କ୍ଷଣି ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା। ଏହି ଗୁଳି ବିନିମୟରେ ବର୍ତ୍ତମାନ ସୁଦ୍ଧା ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁଳି ବିନିମୟ ଜାରି ରହିଥିବାରୁ ପୁଲିସ୍‌ ପକ୍ଷରୁ ଘଟଣା ସମ୍ପର୍କରେ ଅଧିକ ସୂଚନା ଦିଆଯାଇ ନାହିଁ।

Related story