ଦୁଇ ଆତଙ୍କବାଦୀ ନିହତ

କୁଲଗାମ: ଶନିବାର ସକାଳେ ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଗତ ସନ୍ଧ୍ୟାରେ ଏହି ଜିଲ୍ଲାର ଚିଙ୍ଗାମରେ ମିଳିତ ଅପରେସନ ଆରମ୍ଭ କରିଥିଲେ ବୋଲି କଶ୍ମୀର ଜୋନ୍ ପୁଲିସ କହିଛି। #UPDATE Joint operation in Chingam area of Kulgam district has concluded. Total […]

terrorists killed

Subhransu Sekhar
  • Published: Saturday, 10 October 2020
  • , Updated: 10 October 2020, 09:41 AM IST

କୁଲଗାମ: ଶନିବାର ସକାଳେ ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଗତ ସନ୍ଧ୍ୟାରେ ଏହି ଜିଲ୍ଲାର ଚିଙ୍ଗାମରେ ମିଳିତ ଅପରେସନ ଆରମ୍ଭ କରିଥିଲେ ବୋଲି କଶ୍ମୀର ଜୋନ୍ ପୁଲିସ କହିଛି।

https://twitter.com/ANI/status/1314763113795731456

ମୃତ ଆତଙ୍କବାଦୀଙ୍କ ପାଖରୁ ଗୋଟିଏ ଏମ4 ରାଇଫଲ ଏବଂ ଗୋଟିଏ ପିସ୍ତଲ ଉଦ୍ଧାର କରାଯାଇଛି ବୋଲି ଶ୍ରୀନଗର ପ୍ରତିରକ୍ଷା ବିଭାଗର ପିଆରଓ କହିଛନ୍ତି। ଏହାପୂର୍ବରୁ ବୁଧବାର ଦିନ ଶୋପିଆନ୍ ଜିଲ୍ଲାର ସୁଗାନ୍ ଜେନାପୋରା ଅଞ୍ଚଳରେ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦ୍ୱାରା ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

Related story