୨୦୦୭ରେ ଲଳିତ ମୋଦିଙ୍କୁ ପଦ୍ମ ପୁରସ୍କାର ଦେବାକୁ ସୁପାରିଶ କରିଥିଲେ ବସୁନ୍ଧରା

ନୂଆଦିଲ୍ଲୀ: ଆହୁରି ଅଧିକ ସମସ୍ୟାରେ ପଡ଼ି ଯାଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ। ପୁଣି ସେହି ଲଳିତ ମୋଦିଙ୍କୁ ନେଇ। ଦୁର୍ନୀତି ଅଭିଯୁକ୍ତ ଆଇପିଏଲର ଏହି ପୂର୍ବତନ କମିଶନରଙ୍କୁ ପଦ୍ମ ପୁରସ୍କାର ଦେବା ପାଇଁ ୨୦୦୭ ମସିହାରେ ବସୁନ୍ଧରା ସୁପାରିଶ କରିଥିଲେ ବୋଲି ବୁଧବାର ଏକ ସଦ୍ୟ ରିପୋର୍ଟ ଆସିଛି। ଏକ ହିନ୍ଦୀ ଖବର କାଗଜରେ ପ୍ରକାଶ ପାଇଛି ରିପୋର୍ଟ। ଏଥିରେ ଦର୍ଶାଯାଇଛି ଯେ ୨୦୦୭ରେ ଲଳିତ ମୋଦିଙ୍କୁ ପଦ୍ମ ପୁରସ୍କାର ଦେବା ପାଇଁ ବସୁନ୍ଧରା ରାଜେଙ୍କ […]

basumodi

Rakesh Mallick
  • Published: Wednesday, 08 July 2015
  • , Updated: 08 July 2015, 08:25 AM IST

ନୂଆଦିଲ୍ଲୀ: ଆହୁରି ଅଧିକ ସମସ୍ୟାରେ ପଡ଼ି ଯାଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ। ପୁଣି ସେହି ଲଳିତ ମୋଦିଙ୍କୁ ନେଇ। ଦୁର୍ନୀତି ଅଭିଯୁକ୍ତ ଆଇପିଏଲର ଏହି ପୂର୍ବତନ କମିଶନରଙ୍କୁ ପଦ୍ମ ପୁରସ୍କାର ଦେବା ପାଇଁ ୨୦୦୭ ମସିହାରେ ବସୁନ୍ଧରା ସୁପାରିଶ କରିଥିଲେ ବୋଲି ବୁଧବାର ଏକ ସଦ୍ୟ ରିପୋର୍ଟ ଆସିଛି। ଏକ ହିନ୍ଦୀ ଖବର କାଗଜରେ ପ୍ରକାଶ ପାଇଛି ରିପୋର୍ଟ। ଏଥିରେ ଦର୍ଶାଯାଇଛି ଯେ ୨୦୦୭ରେ ଲଳିତ ମୋଦିଙ୍କୁ ପଦ୍ମ ପୁରସ୍କାର ଦେବା ପାଇଁ ବସୁନ୍ଧରା ରାଜେଙ୍କ ନେତୃତ୍ୱାଧୀନ ତତକାଳୀନ ସରକାର ସୁପାରିଶ କରିଥିଲେ। କ୍ରୀଡ଼ା କାଉନସିଲ୍ ମାଧ୍ୟମରେ ତାଙ୍କ ନାମକୁ ସୁପାରିଶ କରାଯାଇଥିଲେ। ଲଳିତ ମୋଦି ଜଣେ ସଫଳ ବ୍ୟବସାୟୀ ତଥା କ୍ରିକେଟର ଉନ୍ନତି କ୍ଷେତ୍ରରେ ତାଙ୍କର ଯୋଗଦାନ କଥା ଉଲ୍ଲେଖ କରି ତାଙ୍କୁ ପଦ୍ମ ପୁରସ୍କାର ଦିଆଯିବାକୁ ସୁପାରିଶ କରିଥିଲେ ବସୁନ୍ଧରାଙ୍କ ନେତୃତ୍ୱାଧୀନ ତତକାଳୀନ ସରକାର।

ତେବେ ରାଜସ୍ଥାନ କ୍ରିକେଟ୍ ଆସୋସିଏସନର ପୂର୍ବତନ ସଂପାଦକ ସୁଭାଷ ଯୋଶୀ କହିଛନ୍ତି ଯେ ଏହି ସୁପାରିଶରେ କୌଣସି ପ୍ରକାର ଭୁଲ୍ ନଥିଲା। ପଦ୍ମ ପୁରସ୍କାର ପାଇବା ପାଇଁ ତାଙ୍କ ପାଖରେ ସେତେବେଳେ ସମସ୍ତ ଯୋଗ୍ୟତା ଥିଲା। ସେତେବେଳ ସବୁ ଠିକଠାକ ଚାଲିଥିଲା।

Related story