ବଜ୍ରପାତରେ ୨୨ ଜଣଙ୍କର ମୃତ୍ୟୁ
ପାଟଣା: ବଜ୍ରପାତରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ବିଗତ ୨୪ ଘଣ୍ଟାରେ ବିହାରରେ ଏହି ମୃତ୍ୟୁ ହୋଇଥିବା ସୂଚନା ରହିଛି। ବିହାରର ବିପର୍ଯ୍ୟୟ ପରିଚାଳନା ବିଭାଗ (ଏସଡିଏମଡି) ଗୁରୁବାର ଏହି ସୂଚନା ଦେଇଛି। ସେହିପରି ବଜ୍ରପାତରେ ଅନେକ ଲୋକ ଆହତ ହୋଇଥିବା ସୂଚନା ରହିଛି।
22 people killed due to thunderstorms in Bihar in the last 24 hours: State Disaster Management Department
— ANI (@ANI) June 25, 2020
ବଜ୍ରପାତରେ ସର୍ବାଧିକ ପ୍ରଭାବିତ ହୋଇଛି ଗୋପାଳଗଞ୍ଜ ଜିଲ୍ଲା। ମୋଟ୍ ୨୨ ମୃତକଙ୍କ ମଧ୍ୟରୁ ୧୪ ଜଣ ଗୋପାଳଗଞ୍ଜ ଜିଲ୍ଲାର ବୋଲି ଜଣାପଡ଼ିଛି। ବର୍ଷା ହେଉଥିବା ବେଳେ ଗଛ ତଳେ ନରହି ଘରେ ରହିବାକୁ ବିହାର ଜିଲ୍ଲାପାଳ ଅରଶଦ ଅଜିଜ ଲୋକଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ବିଗତ ୨୪ ଘଣ୍ଟାରେ ଉତ୍ତର ବିହାରର ଅମେକ ଜିଲ୍ଲାରେ ବର୍ଷା ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।