ବୟଫ୍ରେଣ୍ଡଙ୍କୁ ମାଡ଼, ଛୁରୀ ଦେଖାଇ ଯୁବତୀଙ୍କୁ ଗଣଦୁଷ୍କର୍ମ

ଚେନ୍ନାଇ: ନିର୍ଭୟା ଦୋଷୀ କେବେ ଫାଶୀରେ ଝୁଲାଯିବ ତା’କୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ହେଲେ ଏସବୁ ଭିତରେ ତାମିଲନାଡୁରେ ନିର୍ଭୟା ଭଳି ଘଟଣାର ପୁନରାବୃତ୍ତି ହୋଇଛି। ଏଠାରେ ଜଣେ ୨୪ ବର୍ଷୀୟ ଯୁବତୀଙ୍କୁ ଛୁରୀ ଦେଖାଇ ୩ ଜଣ ଯୁବକ ଗଣଦୁଷ୍କର୍ମ କରିଛନ୍ତି। ସେହିପରି ତାଙ୍କ ବୟଫ୍ରେଣ୍ଡଙ୍କୁ ଯୁବକମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତାମିଲନାଡୁର ଭେଲ୍ଲୋର ଜିଲ୍ଲାରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ୧୬ତମ ଶତାବ୍ବୀର ଭେଲ୍ଲୋର ପୋର୍ଟ […]

e

Hemant Lenka
  • Published: Monday, 20 January 2020
  • , Updated: 20 January 2020, 05:13 PM IST

ଚେନ୍ନାଇ: ନିର୍ଭୟା ଦୋଷୀ କେବେ ଫାଶୀରେ ଝୁଲାଯିବ ତା’କୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ହେଲେ ଏସବୁ ଭିତରେ ତାମିଲନାଡୁରେ ନିର୍ଭୟା ଭଳି ଘଟଣାର ପୁନରାବୃତ୍ତି ହୋଇଛି।

ଏଠାରେ ଜଣେ ୨୪ ବର୍ଷୀୟ ଯୁବତୀଙ୍କୁ ଛୁରୀ ଦେଖାଇ ୩ ଜଣ ଯୁବକ ଗଣଦୁଷ୍କର୍ମ କରିଛନ୍ତି। ସେହିପରି ତାଙ୍କ ବୟଫ୍ରେଣ୍ଡଙ୍କୁ ଯୁବକମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ତାମିଲନାଡୁର ଭେଲ୍ଲୋର ଜିଲ୍ଲାରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ୧୬ତମ ଶତାବ୍ବୀର ଭେଲ୍ଲୋର ପୋର୍ଟ ନିକଟରେ ଶନିବାର ସନ୍ଧ୍ୟା ୭ଟାରେ ଏହା ଘଟିଥିଲା। ଦୁର୍ବୃତ୍ତମାନେ ଉକ୍ତ ଯୁବକ ଓ ଯୁବତୀଙ୍କ ପାଖରେ ଥିବା ସମସ୍ତ ଜିନିଷପତ୍ର ଲୁଟ କରି ନେଇଛନ୍ତି।

ପୁଲିସ୍‌ ଦୁଷ୍କର୍ମ ଓ ଲୁଟ ମାମଲା ରୁଜୁ କରି ଦୁଇ ଜଣ ୧୮ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଆଉ ଜଣେ ଏବେ ବି ଫେରାର ରହିଛି।

Related story