ସମୁଦ୍ରରେ ୨୫ ମତ୍ସ୍ୟଜୀବୀ ନିଖୋଜ

ନୂଆଦିଲ୍ଲୀ: ଖରାପ ପାଗ ଯୋଗୁ ସମୁଦ୍ର ଅଶାନ୍ତ ହୋଇ ଉଠିଛି। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ୪ ଦିନ ପାଇଁ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଥିଲା। ତଥାପି ବଙ୍ଗୋପସାଗରରେ ମାଛ ମାରିବା ପାଇଁ ୩୧ ଜଣ ମତ୍ସ୍ୟଜୀବୀ ଏହା ମଧ୍ୟକୁ ଯାଇଥିଲେ। ସୋମବାର ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲେ ହେଁ ଏବେ ବି ୨୫ ଜଣ ମତ୍ସ୍ୟଜୀବୀ ନିଖୋଜ ରହିଛନ୍ତି। ସେହିପରି ଗଭୀର ସମୁଦ୍ରରେ ଗୋଟିଏ ବୋଟ୍‌ରେ ୧୩ ଜଣ ମତ୍ସ୍ୟଜୀବୀ ମାଛ ଧରୁଥିବା ବେଳେ […]

gh

Hemant Lenka
  • Published: Monday, 08 July 2019
  • , Updated: 08 July 2019, 05:56 PM IST

ନୂଆଦିଲ୍ଲୀ: ଖରାପ ପାଗ ଯୋଗୁ ସମୁଦ୍ର ଅଶାନ୍ତ ହୋଇ ଉଠିଛି। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ୪ ଦିନ ପାଇଁ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଥିଲା। ତଥାପି ବଙ୍ଗୋପସାଗରରେ ମାଛ ମାରିବା ପାଇଁ ୩୧ ଜଣ ମତ୍ସ୍ୟଜୀବୀ ଏହା ମଧ୍ୟକୁ ଯାଇଥିଲେ।

ସୋମବାର ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲେ ହେଁ ଏବେ ବି ୨୫ ଜଣ ମତ୍ସ୍ୟଜୀବୀ ନିଖୋଜ ରହିଛନ୍ତି। ସେହିପରି ଗଭୀର ସମୁଦ୍ରରେ ଗୋଟିଏ ବୋଟ୍‌ରେ ୧୩ ଜଣ ମତ୍ସ୍ୟଜୀବୀ ମାଛ ଧରୁଥିବା ବେଳେ ଢେଉ ମାଡ଼ ଯୋଗୁ ବାଂଲାଦେଶ ସୀମାକୁ ଚାଲି ଯାଇଥିଲେ। ତେବେ ସେମାନଙ୍କୁ ଶନିବାର ଉଭୟ ଭାରତ ଓ ବାଂଲାଦେଶର ତଟରକ୍ଷୀ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର କରିନେଇଛି।

ଏଭଳି ଭାବେ ଶନିବାର ଠାରୁ ସୋମବାର ମଧ୍ୟରେ ୪୯ ଜଣ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରରୁ ଉଦ୍ଧାର କରାଯାଇଥିବା ପ୍ରତିରକ୍ଷା ଅଧିକାରୀଙ୍କ ସୁତ୍ରରୁ ଜଣାପଡ଼ିଛି। ସେ କହିଛନ୍ତି, ୪୯ ଜଣଙ୍କୁ ଉଦ୍ଧାର କରାଯାଇଥିଲେ ହେଁ ଏବେ ବି ୨୫ ଜଣ ମତ୍ସ୍ୟଜୀବୀ ଗଭୀର ସମୁଦ୍ର ମଧ୍ୟରେ ଫସି ରହିଥିବା ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର ପାଇଁ ତଟରକ୍ଷୀ ବାହିନୀ ଉଦ୍ୟମ ଜାରି ରଖିଛି। ସମସ୍ତ ନିଖୋଜ ମତ୍ସ୍ୟଜୀବୀ କାକଡ୍ୱପି ଅଞ୍ଚଳର।

Related story