ରାଜସ୍ଥାନର ୪ଟି ଜିଲ୍ଲାରେ ଘୂର୍ଣ୍ଣିବାତ୍ୟା : ୨୭ ମୃତ, ୧୦୦ରୁ ଅଧିକ ଆହତ

ଜୟପୁର: ମଙ୍ଗଳବାର ରାଜସ୍ଥାନର ଚାରୋଟି ଜିଲ୍ଲାରେ ପ୍ରଳୟଙ୍କରୀ ଘୂର୍ଣ୍ଣିବାତ୍ୟାର ତାଣ୍ଡବ ଦେଖିବାକୁ ମିଳିଛି। ଏହା ଫଳରେ ୨୭ ଜଣ ଲୋକଙ୍କ ପ୍ରାଣହାନି ହୋଇଛି।  ଘୂର୍ଣ୍ଣିବାତ୍ୟାରେ  ଭରତପୁରରେ ୧୦, ଧୋଲପୁରରେ ୬,ଅଲୱାରରେ ୩  ଓ ଝୁନ୍‌ଝୁନ୍‌ରେ ଜଣଙ୍କର ମୃତ୍ୟୁ ହୋଇଛି। ସନ୍ଧ୍ୟା ୬ଟା ସମୟରେ ହୋଇଥିବା ଏହି ଘୂର୍ଣ୍ଣିବାତ୍ୟାରେ  ଘଣ୍ଟାକୁ  ପ୍ରାୟ ୧୦୦ କିମି ବେଗରେ  ପବନ ବହିଥିଲା। ଅଲୱର ଜିଲ୍ଲାରେ  ହୋଇଥିବା ଝଡ ଫଳରେ ଅନେକ ଘରର ଟିଣ ଓ ପାଣି ଟାଙ୍କି ଉଡିଯାଇଥିଲା। ଏଠାରେ ଜଣେ […]

rajasthan-dust-storm-bikaner-pti_650x400_81525323036

Rakesh Mallick
  • Published: Thursday, 03 May 2018
  • , Updated: 03 May 2018, 02:11 PM IST

ଜୟପୁର: ମଙ୍ଗଳବାର ରାଜସ୍ଥାନର ଚାରୋଟି ଜିଲ୍ଲାରେ ପ୍ରଳୟଙ୍କରୀ ଘୂର୍ଣ୍ଣିବାତ୍ୟାର ତାଣ୍ଡବ ଦେଖିବାକୁ ମିଳିଛି। ଏହା ଫଳରେ ୨୭ ଜଣ ଲୋକଙ୍କ ପ୍ରାଣହାନି ହୋଇଛି।  ଘୂର୍ଣ୍ଣିବାତ୍ୟାରେ  ଭରତପୁରରେ ୧୦, ଧୋଲପୁରରେ ୬,ଅଲୱାରରେ ୩  ଓ ଝୁନ୍‌ଝୁନ୍‌ରେ ଜଣଙ୍କର ମୃତ୍ୟୁ ହୋଇଛି। ସନ୍ଧ୍ୟା ୬ଟା ସମୟରେ ହୋଇଥିବା ଏହି ଘୂର୍ଣ୍ଣିବାତ୍ୟାରେ  ଘଣ୍ଟାକୁ  ପ୍ରାୟ ୧୦୦ କିମି ବେଗରେ  ପବନ ବହିଥିଲା।

ଅଲୱର ଜିଲ୍ଲାରେ  ହୋଇଥିବା ଝଡ ଫଳରେ ଅନେକ ଘରର ଟିଣ ଓ ପାଣି ଟାଙ୍କି ଉଡିଯାଇଥିଲା। ଏଠାରେ ଜଣେ ଶିଶୁ ସମେତ ୩ ଲୋକଙ୍କର ମୃତ୍ୟୁ ହୋଇଛି ଓ  ୨୦ ଜଣ ଆହତ  ହୋଇଛନ୍ତି। ପ୍ରବଳ ବେଗରେ ପବନ ହେବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଦ୍ୟୁତ ଖୁଣ୍ଟ ଉପୁଡି ଯିବାରୁ ବିଦ୍ୟୁତ ସେବା ମଧ୍ୟ ବ୍ୟାହତ ହୋଇଛି । ରାସ୍ତା ଓ ରେଳ ଧାରଣାରେ ଗଛ ପଡିବାରୁ ଯାତାୟତ ବ୍ୟବସ୍ଥା ମଧ୍ୟ ଠପ୍‌ ଯାଇଛି।

ସେହିପରି ଝୁନ୍‌ଝୁନ୍‌ର ରମ୍ବା ଗାଁରେ ନିର୍ମାଣଧୀନ ଘରର ଛାତ ଖସିପଡ଼ିବା ଯୋଗୁଁ ଜଣଙ୍କ ମୃତ୍ୟୁ ହେବା ସହ ପାଞ୍ଚଜଣ ଆହତ ହୋଇଛନ୍ତି। ଅଲୱାରରେ  ହୋଇଥିବା ଝଡରେ ପରିବା ବଜାରରେ ଥିବା ଏକ ଗଛ ତଳେ  ଚାପି ହୋଇ ୨୭ ବର୍ଷର ଯୁବକ ରାକେଶ ଜାଙ୍ଗିଡଙ୍କ ମୃତ୍ୟୁ ହୋଇଛି। ସେହିପରି ଅଲବର-ରାମଗଢ ରୋଡରେ ଥିବା ଏକ ଗୋଶାଳା ପାଖରେ ଥିବା ଏକ କାର ଉପରେ ଗଛ ପଡିବା ଯୋଗୁଁ ଜଣଙ୍କ ମୃତ୍ୟୁ ହେବା ସହ ପାଖରେ ଥିବା ତିନି ସାଥୀ ଆହତ ହୋଇଛନ୍ତି।

Related story