ଟିଏମସି କେ ଗଦ୍ଦାର କୋ, ଗୋଲି ମାରୋ ସା..ନାରା ଦେଇ ୩ ବିଜେପି କର୍ମୀ ଗିରଫ

କୋଲକାତା: ପୁଣିଥରେ ବିଜେପି ରାଲିରେ ଶୁଣିବାକୁ ମିଳିଛି ଗୋଲି ମାରୋ ସା… ନାରା।  ପଶ୍ଚିମବଙ୍ଗ ବିଧାନସଭା ପାଇଁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ରାଲି କରୁଥିବା ବେଳେ ଦଳର କର୍ମୀମାନେ “ଟିଏମସି କେ ଗଦ୍ଦାର କୋ, ଗୋଲି ମାରୋ ସା.. ନାରା ଦେଇଛନ୍ତି। ଏହି ନାରା ପାଇଁ ପୁଲିସ୍ ହୁଗୁଳି ଜିଲ୍ଲା ବିଜେପିର ଯୁବ ସଂଗଠନ ମୁଖ୍ୟ ସୁରେଶ ସାହୁଙ୍କ ସହ ୩ ଜଣଙ୍କୁ ଗିରଫ କରିଛି। ବୁଧବାର ଶୁଭେନ୍ଦୁ ଅଧିକାରୀ ହୁଗୁଳିରେ ବିଶାଳ ରୋଡ ଶୋ’ […]

fu

Hemant Lenka
  • Published: Thursday, 21 January 2021
  • , Updated: 23 January 2021, 01:04 PM IST

କୋଲକାତା: ପୁଣିଥରେ ବିଜେପି ରାଲିରେ ଶୁଣିବାକୁ ମିଳିଛି ଗୋଲି ମାରୋ ସା… ନାରା।  ପଶ୍ଚିମବଙ୍ଗ ବିଧାନସଭା ପାଇଁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ରାଲି କରୁଥିବା ବେଳେ ଦଳର କର୍ମୀମାନେ “ଟିଏମସି କେ ଗଦ୍ଦାର କୋ, ଗୋଲି ମାରୋ ସା.. ନାରା ଦେଇଛନ୍ତି। ଏହି ନାରା ପାଇଁ ପୁଲିସ୍ ହୁଗୁଳି ଜିଲ୍ଲା ବିଜେପିର ଯୁବ ସଂଗଠନ ମୁଖ୍ୟ ସୁରେଶ ସାହୁଙ୍କ ସହ ୩ ଜଣଙ୍କୁ ଗିରଫ କରିଛି।

ବୁଧବାର ଶୁଭେନ୍ଦୁ ଅଧିକାରୀ ହୁଗୁଳିରେ ବିଶାଳ ରୋଡ ଶୋ’ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଏହି ସମୟରେ କିଛି ବିଜେପି କର୍ମୀ ଗୋଲି ମାରୋ ଭଳି ଉତ୍ତେଜନା ସୃଷ୍ଟି କରିବା ଭଳି ନାରା ଦେଉଥିବା କ୍ୟାମେରାରେ କଏଦ ହୋଇଥିଲା। ଭିଡିଓ ଆଧାର କରି ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରିଥିଲା।

ଭିଡିଓ ଅନୁଯାୟୀ, ରୋଡ ଶୋ’ ବେଳେ ଗୋଟିଏ ଟ୍ରକରେ ଅଧିକାରୀ ଯାଉଥିବା ବେଳେ ତାଙ୍କ ପଛରେ ଶତାଧିକ ବିଜେପି କର୍ମୀ ନାରାବାଜୀ କରୁଥିଲେ। ତେବେ ରଥତାଲା ଅଞ୍ଚଳରେ ହଠାତ୍ କିଛି ବିଜେପି କର୍ମୀ ଗୋଲି ମାରୋ ନାରା ଦେଇଥିଲେ। ଏହି ସମୟରେ ସେମାନେ ବିଜେପି ପତାକା ଓ ତ୍ରିରଙ୍ଗା ଧରିଥିଲେ।

ବିଜେପି ରାଲିରେ ଏପରି ନାରା ଦିଆଯାଇଥିଲେ ହେଁ ଦଳ ଏହାକୁ ଖାରଜ କରିଛି। ଏଭଳି ନାରା ଦେବା ଘଟଣା ସହ ବିଜେପିର କୌଣସି ସମ୍ପର୍କ ନଥିବା ଦଳର ମୁଖପାତ୍ର ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି।

ଏହା ପୂର୍ବରୁ ଦିଲ୍ଲୀରେ ଚାଲିଥିବା ସିଏଏ ବିରୋଧୀ ବିକ୍ଷୋଭକୁ ଟାର୍ଗେଟ କରି ବିଜେପି ସାଂସଦ ଅନୁରାଗ ଠାକୁର ଦେଶ କେ ଗଦ୍ଦାର କୋ, ଗୋଲି ମାରୋ ସା.. ନାରା ଦେଇଥିଲେ।

ଅଧିକ ପଢ଼ନ୍ତୁ : ବିବାଦରେ ଶାହାରୁଖଙ୍କ ‘ପଠାନ’, ଶୁଟିଂ ସେଟରେ ମାରପିଟ୍ 

 

Related story