ବେଙ୍ଗାଲୁରୁ ହିଂସା: ପୁଲିସ ଫାଇରିଂରେ ୩ ମୃତ, ୬୦ ପୁଲିସକର୍ମୀ ଆହତ

ବେଙ୍ଗାଲୁର: ଫେସବୁକ୍ ପୋଷ୍ଟକୁ ନେଇ ପୂର୍ବ ବେଙ୍ଗାଲୁରୁରେ ମଙ୍ଗଳବାର ରାତିରେ ହିଂସାକାଣ୍ଡ ଘଟିଛି। ପରିସ୍ଥିତି ଓ ଭିଡ଼ ନିୟନ୍ତ୍ରଣ କରିବା ଲାଗି ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ଏପରି କି ଲୁହ ବୁହା ଗ୍ୟାସ ଏବଂ ଲୁହ ବୁହା ବୋମା ସମେତ ପୁଲିସକୁ ଫାଇରିଂ ମଧ୍ୟ କରିବାକୁ ପଡ଼ିଛି।

ଏନେଇ ବେଙ୍ଗାଲୁରୁ ପୁଲିସ କମିଶନର କମଲ ପନ୍ତ ସୂଚନା ଦେଇଛନ୍ତି ଯେ, ପୂର୍ବ ବେଙ୍ଗାଲୁରୁର ଡିଜେ ହଲ୍ଲି ଅଞ୍ଚଳରେ ପୁଲିସ ଫାଇରିଂ ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ହିଂସାକାଣ୍ଡ ଯୋଗୁ ୬୦ ପୁଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି। ଡିଜେ ହଲ୍ଲୀ ଏବଂ କେଜି ହଲ୍ଲୀ ଥାନା ଅଧୀନ ଅଞ୍ଚଳରେ ଗୁରୁବାର ସକାଳ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଛି। ଅନ୍ୟପଟେ ସମଗ୍ର ବେଙ୍ଗାଲୁରୁରେ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି। କମିଶନର କହିଛନ୍ତି,ବର୍ତ୍ତମାନ ପରିସ୍ଥିତି ଆୟତ୍ତରେ ଅଛି। ପୁଲିସ ଏହି ମାମଲାରେ କଂଗ୍ରେସ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ପୁତୁରା ନବୀନଙ୍କ ବ୍ୟତୀତ ୧୧୦ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି।

ସୂଚନାଯୋଗ୍ୟ, ପୁଲକେଶୀ ନଗରରେ ମଙ୍ଗଳବାର ରାତି ଭିଡ୍ ସ୍ଥାନୀୟ ଥାନା ଏବଂ କଂଗ୍ରେସ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଧାୟକଙ୍କ ପୁତୁରା ସୋଶାଲ ମିଡିଆରେ ଧର୍ମ, ସମ୍ପ୍ରଦାୟ ସମ୍ୱନ୍ଧୀୟ ପୋଷ୍ଟ ଶେୟାର କରିଥିଲେ, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ବଢ଼ିଥିବା ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ

ମିଳିଲା ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ, ଦୁଷ୍କର୍ମ ଅଭିଯୋଗ ଆଣିଲେ ପରିବାର

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ଉତ୍ତର ପ୍ରଦେଶ ପରେ ମଧ୍ୟପ୍ରଦେଶ: ନାବାଳିକାଙ୍କୁ ୩ ଜଣଙ୍କ ଗଣଦୁଷ୍କର୍ମ

ଟ୍ରୋଲର୍ ପଚାରିଲେ ‘ଡ୍ରଗ୍ସ ହେ କ୍ୟା?’, ଅଭିଷେକ କହିଲେ…

ତଦନ୍ତରେ ଖୁସି ନାହାନ୍ତି ୟୁପି ଦୁଷ୍କର୍ମ ପୀଡ଼ିତାଙ୍କ ବାପା, ସିବିଆଇ ତଦନ୍ତ ଦାବି

ଲକଡାଉନ: ଟିକେଟ ଟଙ୍କା ଫେରି ପାଇବେ ବିମାନ ଯାତ୍ରୀ

ଉଥାପ୍ପାଙ୍କ ନାଁରେ ଯୋଡ଼ି ହେଲା ଅଲୋଡ଼ା ରେକର୍ଡ: ବିରାଟ କୋହଲିଙ୍କୁ ବି ଅତିକ୍ରମ କଲେ

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩ ଲକ୍ଷ ଡେଇଁଲା, ମୃତ୍ୟୁସଂଖ୍ୟା ପ୍ରାୟ ୯୯ ହଜାର

ସୀମା ଲଙ୍ଘିଲା ପାକିସ୍ତାନ, ଗୁଳି ମାଡ଼ରେ ୩ ଭାରତୀୟ ଯବାନ ସହିଦ

ହାଥରସ୍ ଗଣଦୁଷ୍କର୍ମ ମାମଲା: ଭିଡିଓ ଶେୟାର କରି ବର୍ଷିଲେ ପ୍ରିୟଙ୍କା

କାଶ୍ମୀରରେ ଆତଙ୍କବାଦୀଙ୍କୁ ସକ୍ରିୟ କରିବାକୁ ହାତ ମିଳାଇଛନ୍ତି ପାକ୍-ଚୀନ

ଯୌନ ନିର୍ଯାତନା ଅଭିଯୋଗ; ଥାନାରେ ହାଜର ହେଲେ ଅନୁରାଗ କଶ୍ୟପ