ସୀମା ଲଙ୍ଘିଲା ବର୍ବରତା: ୫୦ ବର୍ଷୀୟ ବିଧବାଙ୍କୁ ଗଣଦୁଷ୍କର୍ମ ପରେ..

ରାଞ୍ଚି: ପୁଣିଥରେ ଦିଲ୍ଲୀ ନିର୍ଭୟା କାଣ୍ଡର ପୁନରାବୃତ୍ତି ଝାରଖଣ୍ଡର ଛତ୍ରାରେ ଘଟିଛି। ଏଠାରେ ଜଣେ ୫୦ ବର୍ଷୀୟ ବିଧବାଙ୍କୁ ୩ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଛନ୍ତି। ଗଣଦୁଷ୍କର୍ମ ପରେ ମହିଳାଙ୍କ ଗୁପ୍ତାଙ୍ଗରେ ଗୋଟିଏ ଷ୍ଟିଲ ଗ୍ଲାସ ଭଳି ଦେଖାଯାଉଥିବା ଟୁମବ୍ଲର ପୂରାଇ ଦେଇଛନ୍ତି। ଗୁରୁବାର ଛତ୍ରା ଜିଲ୍ଲା ହୁଣ୍ଟେରଗଞ୍ଜ ରାତି ୧୦ଟାରେ ଏହି ଘଟଣା ଘଟିଛି। ପ୍ରଥମେ ମହିଳାଙ୍କୁ ୩ ଜଣ ବ୍ୟକ୍ତି ଅପହରଣ କରିନେଇଥିଲେ। ଏହାପରେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଗଣଦୁଷ୍କର୍ମ ପରେ ମନ ନ […]

jh

Hemant Lenka
  • Published: Saturday, 09 January 2021
  • , Updated: 09 January 2021, 06:13 PM IST

ରାଞ୍ଚି: ପୁଣିଥରେ ଦିଲ୍ଲୀ ନିର୍ଭୟା କାଣ୍ଡର ପୁନରାବୃତ୍ତି ଝାରଖଣ୍ଡର ଛତ୍ରାରେ ଘଟିଛି। ଏଠାରେ ଜଣେ ୫୦ ବର୍ଷୀୟ ବିଧବାଙ୍କୁ ୩ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଛନ୍ତି। ଗଣଦୁଷ୍କର୍ମ ପରେ ମହିଳାଙ୍କ ଗୁପ୍ତାଙ୍ଗରେ ଗୋଟିଏ ଷ୍ଟିଲ ଗ୍ଲାସ ଭଳି ଦେଖାଯାଉଥିବା ଟୁମବ୍ଲର ପୂରାଇ ଦେଇଛନ୍ତି। ଗୁରୁବାର ଛତ୍ରା ଜିଲ୍ଲା ହୁଣ୍ଟେରଗଞ୍ଜ ରାତି ୧୦ଟାରେ ଏହି ଘଟଣା ଘଟିଛି।

ପ୍ରଥମେ ମହିଳାଙ୍କୁ ୩ ଜଣ ବ୍ୟକ୍ତି ଅପହରଣ କରିନେଇଥିଲେ। ଏହାପରେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଗଣଦୁଷ୍କର୍ମ ପରେ ମନ ନ ଭରିବାରୁ ସେମାନେ ତାଙ୍କ ଗୁପ୍ତାଙ୍ଗରେ ଷ୍ଟିଲ ଟୁମବ୍ଲର ଭର୍ତ୍ତି କରିଦେଇଥିଲେ। ଯଦି ମହିଳା ଏକଥା କାହାକୁ କହିବେ, ତା’ହେଲେ ତାଙ୍କୁ ଏହାର ଭୟଙ୍କର ପରିଣାମ ଭୋଗିବାକୁ ହେବ ବୋଲି ସେମାନେ ଧମକ ଦେଇଥିଲେ।

ମହିଳାଙ୍କୁ ନ ପାଇ ତାଙ୍କ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲେ। ଏହି ସମୟରେ ରକ୍ତାକ୍ତ ଅବସ୍ଥାରେ ମହିଳା ଜଣଙ୍କ ଗୋଟିଏ ପରିତ୍ୟକ୍ତ ସ୍ଥାନରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପ୍ରଥମେ ତାଙ୍କୁ ହୁଣ୍ଟେରଗଞ୍ଜ ହସ୍ପିଟାଲକୁ ନିଆଯାଇଥିଲା।

ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବିହାରର ଗୟାରେ ଥିବା ଅନୁଗ୍ରହ ନାରାୟଣ ମଗଧ ମେଡିକାଲ କଲେଜକୁ ପଠାଇଯାଇଥିଲା। ଏଠାରେ ସେ ନିଜ ଜୀବନ ସହ ସଂଗ୍ରାମ କରୁଛନ୍ତି। ପୁଲିସ୍‌ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ବି ଜଣେ ଫେରାର ରହିଛନ୍ତି।

ଏହାପୂର୍ବରୁ ଉତ୍ତର ପ୍ରଦେଶର ବଦାଉଁରେ ଜଣେ ୫୦ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିଲା।

Related story