ପତ୍ନୀଙ୍କ ଦୁଷ୍କର୍ମ ବାବଦରେ ଅଭିଯୋଗ କରିବାରୁ ପିଟିଲା ପୁଲିସ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୁଲିସ୍‌ ବର୍ବରତାର ସୀମା ଲଙ୍ଘି ଥିବାର ଆଉ ଏକ ଘଟଣା ଏବେ ଚର୍ଚ୍ଚାରେ ରହିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ବାବଦରେ ଅଭିଯୋଗ କରିବା ପରେ ପୁଲିସ୍‌ ତାଙ୍କ କଥା ଶୁଣିବା ବଦଳରେ ତାଙ୍କୁ ଥାର୍ଡ ଡିଗ୍ରୀ ଅତ୍ୟାଚାର କରିଥିବା ଅଭିଯୋଗ ଆସିଛି। ଏଭଳି ଘଟଣା ଘଟିଛି ଖୋଦ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମୂଲାୟମ ସିଂହ ଯାଦବଙ୍କ ସଂସଦୀୟ କ୍ଷେତ୍ର ମୈନପୁରୀରେ। ମିଳିଥିବା ସୂଚନା ଅନୁଯାୟୀ, ପତ୍ନୀଙ୍କ ସହ […]

police

Subrat Kumar Nayak
  • Published: Sunday, 07 July 2019
  • , Updated: 07 July 2019, 04:51 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୁଲିସ୍‌ ବର୍ବରତାର ସୀମା ଲଙ୍ଘି ଥିବାର ଆଉ ଏକ ଘଟଣା ଏବେ ଚର୍ଚ୍ଚାରେ ରହିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ବାବଦରେ ଅଭିଯୋଗ କରିବା ପରେ ପୁଲିସ୍‌ ତାଙ୍କ କଥା ଶୁଣିବା ବଦଳରେ ତାଙ୍କୁ ଥାର୍ଡ ଡିଗ୍ରୀ ଅତ୍ୟାଚାର କରିଥିବା ଅଭିଯୋଗ ଆସିଛି। ଏଭଳି ଘଟଣା ଘଟିଛି ଖୋଦ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମୂଲାୟମ ସିଂହ ଯାଦବଙ୍କ ସଂସଦୀୟ କ୍ଷେତ୍ର ମୈନପୁରୀରେ।

ମିଳିଥିବା ସୂଚନା ଅନୁଯାୟୀ, ପତ୍ନୀଙ୍କ ସହ ଏହି ବ୍ୟକ୍ତି ବାଇକ୍‌ରେ ମୈନପୁରୀ ଯାଉଥିବାବେଳେ ଏହି ଘଟଣା ଘଟିଥିଲା। ସେମାନଙ୍କୁ ୩ ଜଣ ଦୃର୍ବୃତ୍ତ ଏକ କାର୍‌ରେ ଫଲୋ କରିଥିଲେ। ଏହାପରେ ତାଙ୍କୁ ଅଟକାଇବା ସହ ତାଙ୍କ ଆଖିରେ କିଛି ସ୍ପ୍ରେ କରିଥିଲେ ଏବଂ ତାଙ୍କ ପତ୍ନୀଙ୍କୁ କାର୍‌ରେ ଉଠାଇ ନେଇଥିଲେ। ବ୍ୟକ୍ତି ଜଣକ ସ୍ୱାଭାବିକ ହେବା ପରେ ପୁଲିସ୍‌କୁ ଫୋନ୍ କରିଥିଲେ, କିନ୍ତୁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସେ ମିଛ ଅଭିଯୋଗ କରୁଥିବା କହିଥିଲା।

ପୁଲିସ୍‌ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ନାମରେ ବିଭିନ୍ନ ଅଭିଯୋଗ ଆଣିଥିଲା। ଏପରିକି ପୁଲିସ୍‌ ମାଡ଼ରେ ତାଙ୍କ ଆଙ୍ଗୁଠି ଭାଙ୍ଗିଯାଇଥିବା ସୂଚନା ମିଳିଛି। ପୁଲିସ୍‌ କହିଛି ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କୁ ହତ୍ୟା କରି ଏଭଳି ମିଥ୍ୟ ଅଭିଯୋଗ ଆଣୁଛି। କିନ୍ତୁ ପରେ ତାଙ୍କ ପତ୍ନୀ ଦୁର୍ବୃତ୍ତଙ୍କ କବଳରୁ କୌଣସି ମତେ ଖସି ଆସି ଥାନାରେ ପହଞ୍ଚିଥିଲେ। ସେ ପୂରା ଘଟଣା ବଖାଣିବା ପରେ ପୁଲିସ୍‌ ବାଧ୍ୟ ହୋଇ ଅଭିଯୋଗ ଦାୟର କରିଥିଲା। ଜଣେ ଅଭିଯୋଗକାରୀଙ୍କୁ ଥାନା ଭିତରେ ମାଡ଼ ମାରିଥିବାରୁ ୩ ଜଣ ପୁଲିସ୍‌ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଅନ୍ୟପକ୍ଷରେ ଡାକ୍ତରୀ ପରୀକ୍ଷାରୁ ସମ୍ପୃକ୍ତ ଦୁଷ୍କର୍ମ ବାବଦରେ କୌଣସି ପ୍ରମାଣ ମିଳିପାରିନାହିଁ।

Related story