ଭୁଶୁଡ଼ିଲା କୋଠା, ୩୦ ଯବାନ ଫସି ରହିଥିବା ଆଶଙ୍କା

ସୋଲାନ: ଲଗାଣ ବର୍ଷା ଯୋଗୁ ହିମାଚଳପ୍ରଦେଶର ସୋଲାନ ଜିଲ୍ଲାରେ ଆଜି ଏକ ଗେଷ୍ଟ ହାଉସ୍‌ ଭୁଶୁଡ଼ି ପଡ଼ିଛି। ଏହି ବିଲଡିଂର ଧ୍ୱଂସାବଶେଷ ତଳେ ୩୦ରୁ ଅଧିକ ସେନା ଯବାନ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାରକାରୀ ଦଳ ସମସ୍ତଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ଉଦ୍ୟମ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଧ୍ୱଂସାବଶେଷ ତଳେ ଫସି ରହିଥିବା ୧୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ଆଜି ଅପରାହ୍ନ ୪ଟା ସମୟରେ କୁମାରହାଟ୍ଟି-ନାହାନ ଜାତୀୟ ରାଜପଥ କଡ଼ରେ ଥିବା ଗେଷ୍ଟ […]

rn

Hemant Lenka
  • Published: Sunday, 14 July 2019
  • , Updated: 14 July 2019, 06:14 PM IST

ସୋଲାନ: ଲଗାଣ ବର୍ଷା ଯୋଗୁ ହିମାଚଳପ୍ରଦେଶର ସୋଲାନ ଜିଲ୍ଲାରେ ଆଜି ଏକ ଗେଷ୍ଟ ହାଉସ୍‌ ଭୁଶୁଡ଼ି ପଡ଼ିଛି। ଏହି ବିଲଡିଂର ଧ୍ୱଂସାବଶେଷ ତଳେ ୩୦ରୁ ଅଧିକ ସେନା ଯବାନ ଫସି ରହିଥିବା ଆଶଙ୍କା କରାଯାଉଛି।

ଉଦ୍ଧାରକାରୀ ଦଳ ସମସ୍ତଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ଉଦ୍ୟମ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଧ୍ୱଂସାବଶେଷ ତଳେ ଫସି ରହିଥିବା ୧୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି।

ଆଜି ଅପରାହ୍ନ ୪ଟା ସମୟରେ କୁମାରହାଟ୍ଟି-ନାହାନ ଜାତୀୟ ରାଜପଥ କଡ଼ରେ ଥିବା ଗେଷ୍ଟ ହାଉସ୍‌ ବିଲଡିଂଟି ଭୁଶୁଡ଼ି ପଡ଼ିଥିଲା। ବିଲଡିଂ ଭୁଶୁଡ଼ିବା ବେଳେ ଏହା ତଳେ ସେନାର ଯବାନମାନେ ମଧ୍ୟାହ୍ନ ଭୋଜନ କରୁଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଧ୍ୱଂସାବଶେଷ ତଳେ ୩୦ରୁ ଅଧିକ ଯବାନ ଓ ୨ଟି ପରିବାର ଫସି ରହିଛନ୍ତି।

ତେବେ ସରକାରୀ ଭାବେ ଧ୍ୱଂସାବଶେଷ ତଳେ ୨୫ ଜଣ ଫସି ରହିଥିବା କୁହାଯାଇଛି। ପଞ୍ଚକୁଲାରୁ ଏନ୍‌ଡିଆରଏଫ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି। ସେହିପରି ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Related story