କାଲି ପାକିସ୍ତାନରୁ ସ୍ୱଦେଶ ଆସିବେ ୩୦୦ ଭାରତୀୟ

ଇସଲାମାବାଦ: ମହାମାରୀ କରୋନା ଭାଇରସ ଯୋଗୁ ଦୀର୍ଘ ଦିନ ହେଲା ପାକିସ୍ତାନରେ ଫସି ରହିଥିବା ପ୍ରାୟ ୩୦୦ ଭାରତୀୟ ସ୍ୱଦେଶ ଫେରିବେ। ସେମାନଙ୍କୁ ସ୍ୱତନ୍ତ୍ର ବସ ଯୋଗେ ଆସନ୍ତକାଲି ଭାରତ ଅଣାଯିବ ବୋଲି ଜଣାପଡ଼ିଛି। ଶନିବାର ଏହି ଭାରତୀୟମାନେ ୱାଘା-ଅଟ୍ଟାରୀ ସୀମା ଦେଇ ଭାରତରେ ପ୍ରବେଶ କରିବେ। ଏମାନଙ୍କ ମଧ୍ୟରେ ୮୦ ଜଣ ଜମ୍ମୁ-କଶ୍ମୀରର ଶିକ୍ଷାର୍ଥୀ ଅଛନ୍ତି। ଏମାନେ ଲାହୋରରେ ପାଠପଢ଼ୁଥିଲେ। ସେହିପରି ଇସଲାମାବାଦରେ ୧୦ ଜଣ ଓ ୧୨ ଜଣ ନାନକନା ସାହିବରେ ରହିଛନ୍ତି। ଏହି […]

n

n

Hemant Lenka
  • Published: Friday, 29 May 2020
  • Updated: 29 May 2020, 08:55 AM IST

ଇସଲାମାବାଦ: ମହାମାରୀ କରୋନା ଭାଇରସ ଯୋଗୁ ଦୀର୍ଘ ଦିନ ହେଲା ପାକିସ୍ତାନରେ ଫସି ରହିଥିବା ପ୍ରାୟ ୩୦୦ ଭାରତୀୟ ସ୍ୱଦେଶ ଫେରିବେ। ସେମାନଙ୍କୁ ସ୍ୱତନ୍ତ୍ର ବସ ଯୋଗେ ଆସନ୍ତକାଲି ଭାରତ ଅଣାଯିବ ବୋଲି ଜଣାପଡ଼ିଛି। ଶନିବାର ଏହି ଭାରତୀୟମାନେ ୱାଘା-ଅଟ୍ଟାରୀ ସୀମା ଦେଇ ଭାରତରେ ପ୍ରବେଶ କରିବେ। ଏମାନଙ୍କ ମଧ୍ୟରେ ୮୦ ଜଣ ଜମ୍ମୁ-କଶ୍ମୀରର ଶିକ୍ଷାର୍ଥୀ ଅଛନ୍ତି। ଏମାନେ ଲାହୋରରେ ପାଠପଢ଼ୁଥିଲେ।

ସେହିପରି ଇସଲାମାବାଦରେ ୧୦ ଜଣ ଓ ୧୨ ଜଣ ନାନକନା ସାହିବରେ ରହିଛନ୍ତି। ଏହି ଭାରତୀୟମାନେ ପାକିସ୍ତାନରେ ରହୁଥିବା ସେମାନଙ୍କ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଇଥିବା ବେଳେ କରୋନା ଲକଡାଉନ ଯୋଗୁ ସେଠାରେ ଫସି ଯାଇଥିଲେ। ପ୍ରାୟ ୨୦୦ ଭାରତୀୟ କରାଚି ଓ ସିନ୍ଧ ପ୍ରଦେଶର ବିଭିନ୍ନ ସ୍ଥାନରେ ରହୁଛନ୍ତି। ସମସ୍ତ ଭାରତୀୟ ଏକ ଘୋଷଣାପତ୍ରରେ ଦସ୍ତଖତ କରିବା ପରେ ସେମାନଙ୍କୁ ସ୍ୱଦେଶ ଫେରିବାକୁ ଅନୁମତି ମିଳିଛି।

ୱାଘା ସୀମାନ୍ତ ପର୍ଯ୍ୟନ୍ତ ଏହି ଭାରତୀୟଙ୍କୁ ଆଣିବା ପାଇଁ ପାକିସ୍ତାନ ସମସ୍ତ ପ୍ରକାରର ବ୍ୟବସ୍ଥା କରିବେ। ଶୁକ୍ରବାର ରାତିରେ ଏମାନେ ୱାଘା ସୀମାନ୍ତରେ ପହଞ୍ଚିବେ। ଶନିବାର ସକାଳୁ ଭାରତୀୟ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ବ୍ୟକ୍ତି ସ୍ୱଦେଶ ମାଟିରେ ପାଦ ରଖିବେ।
ଏହାପୂର୍ବରୁ ବୁଧବାର ଭାରତରେ କରୋନା ଲକଡାଉନ ଯୋଗୁ ଫସିଥିବା ପ୍ରାୟ ୧୭୬ ଜଣ ପାକିସ୍ତାନୀଙ୍କୁ ୱାଘା-ଅଟ୍ଟାରୀ ସୀମା ଦେଇ ଇସଲାମାବାଦ ପଠାଯାଇଥିଲା। ଏମାନେ ଭାରତକୁ ବୁଲିବାକୁ ଆସିଥିବା ବେଳେ ଦୀର୍ଘ ୨ ମାସ ହେଲା ଲକଡାଉନ ଯୋଗୁ ସ୍ୱଦେଶ ଫେରିପାରି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos