ପ୍ରଥମ ଦିନରେ ମାତ୍ର ୪ ଜଣ ଫିଲ୍ମ ଦେଖିବାକୁ ହଲ ଆସିଲେ

ନୂଆଦିଲ୍ଲୀ: ଦୀର୍ଘ ୬ ମାସରୁ ଅଧିକ ଦିନ ପରେ ଆଜି ଦିଲ୍ଲୀ ସମେତ ଏକାଧିକ ସ୍ଥାନରେ ସିନେମା ହଲ ଖୋଲିଛି। ହେଲେ ପ୍ରଥମ ଦିନରେ ମାତ୍ର ୪ ଜଣ ଲୋକ ଦିଲ୍ଲୀର ଏକ ଥିଏଟରରେ ଟିକେଟ କିଣି ସିନେମା ଦେଖିଛନ୍ତି। ଏବେ କୌଣସି ନୂଆ ଫିଲ୍ମ ରିଲିଜ୍‌ ହୋଇ ନାହିଁ। ପୁରୁଣା ଫିଲ୍ମ ଦେଖିବାକୁ ଲୋକ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ଥିଏଟର ମାଲିକମାନେ କହିଛନ୍ତି। ଦିଲ୍ଲୀର ଗ୍ରେଟର କୈଳାସ ପାଖରେ ଥିବା ହଲ୍‌ରେ ଆଜି ୧୧.୩୦ର […]

ff

Hemant Lenka
  • Published: Thursday, 15 October 2020
  • , Updated: 15 October 2020, 10:46 PM IST

ନୂଆଦିଲ୍ଲୀ: ଦୀର୍ଘ ୬ ମାସରୁ ଅଧିକ ଦିନ ପରେ ଆଜି ଦିଲ୍ଲୀ ସମେତ ଏକାଧିକ ସ୍ଥାନରେ ସିନେମା ହଲ ଖୋଲିଛି। ହେଲେ ପ୍ରଥମ ଦିନରେ ମାତ୍ର ୪ ଜଣ ଲୋକ ଦିଲ୍ଲୀର ଏକ ଥିଏଟରରେ ଟିକେଟ କିଣି ସିନେମା ଦେଖିଛନ୍ତି। ଏବେ କୌଣସି ନୂଆ ଫିଲ୍ମ ରିଲିଜ୍‌ ହୋଇ ନାହିଁ। ପୁରୁଣା ଫିଲ୍ମ ଦେଖିବାକୁ ଲୋକ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ଥିଏଟର ମାଲିକମାନେ କହିଛନ୍ତି।

ଦିଲ୍ଲୀର ଗ୍ରେଟର କୈଳାସ ପାଖରେ ଥିବା ହଲ୍‌ରେ ଆଜି ୧୧.୩୦ର ଶୋ’ ପାଇଁ ମାତ୍ର ୪ ଜଣ ଟିକେଟ କରିଥିଲେ। ସେହିପରି ୨.୩୦ର ଶୋ’ ପାଇଁ ୫ ଜଣ ଟିକେଟ କାଟିଛନ୍ତି। ଏଠାରେ ୧୫୦ ଜଣଙ୍କ ବସିବା ପାଇଁ ବ୍ୟବସ୍ଥା ରହିଥିଲା। ଟିକେଟ କିଣିଥିବା ସୌରଭ ନାମକ ଜଣେ ବ୍ୟକ୍ତି କହିଛନ୍ତି, ମୁଁ ମୋର ସାଙ୍ଗ ମାନଙ୍କ ସହ କରୋନା କଟକଣା ଭିତରେ ସିନେମା ହଲ କେମିତି କାର୍ଯ୍ୟ କରୁଛି, ତାହା ଦେଖିବା ପାଇଁ ଟିକେଟ କିଣିଛି। ଆଜି ଗୋଟିଏ ପୁରୁଣା ଫିଲ୍ମ ରିଲିଜ୍‌ ହୋଇଛି। ଏହାକୁ ମୁଁ ଦେଖି ନଥିଲି। ହେଲେ ରିଭ୍ୟୁ ଭଲ ଥିବାରୁ ଆଜି ଦେଖିବାକୁ ଆସିଛି।

ଥିଏଟରର ମାଲିକ କହିଛନ୍ତି, ୱିକଏଣ୍ଡ ବେଳକୁ ଭିଡ଼ ହେବ ବୋଲି ଆମର ଆଶା। କାରଣ ଦିଲ୍ଲୀର ୧୩୦ଟି ଯାକ ହଲ ଏବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଧୀରେଧୀରେ ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଦିଲ୍ଲୀ ବ୍ୟତୀତ ହରିଆଣା, ଗୁଜରାଟ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ବିହାର, ପଞ୍ଜାବ, ଚଣ୍ଡିଗଡ଼, ଉତ୍ତରାଖଣ୍ଡ, କର୍ଣ୍ଣାଟକା ଓ ଜମ୍ମୁ-କଶ୍ମୀରରେ ଆଜି ହଲ ଖୋଲିଥିଲେ ହେଁ ଦର୍ଶକଙ୍କ ସଂଖ୍ୟା ବହୁତ କମ ଥିଲା। କେନ୍ଦ୍ର ସରକାର ଅନଲକ-୫ରେ ୫୦% ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବାକୁ ଅନୁମତି ଦେବା ପରେ ଆଜିଠାରୁ ଏହା କାର୍ଯ୍ୟକ୍ଷମ ହୋଇଥିଲା।

Related story