ମୋଦିଙ୍କ ଜାମ୍ମୁ କାଶ୍ମୀର ଗସ୍ତ ପୂର୍ବରୁ ସୀମାପାର ଅସ୍ତ୍ରବିରତି ଉଲଂଘନ: ପାକ୍ ସେନାର ଗୁଳିମାଡରେ ଯବାନ ସହିଦ, ୪ ସ୍ଥାନୀୟ ଲୋକ ନିହତ

ସୁଧୁରୁନି ପାକିସ୍ତାନ, ୩୬ ଘଣ୍ଟାରେ ୪ଥର ଅସ୍ତ୍ରବିରତି ଉଲଂଘନ। କିଛି ଦିନ ଧରି ଲଗାତର ଅସ୍ତ୍ରବିରତି ଉଲ୍ଲଂଘନ କରି ଆସୁଥିବା ପାକ୍ ସେନା ପୁଣି ଭାରତୀୟ ସେନାକୁ ଟାର୍ଗେଟ କରିଛି। ଆଜି ଆର୍ଣ୍ଣିଆ ଓ ଆରଏସପୁରା ସେରରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ ହୋଇଛି। ଏଥିରେ ୪ ଜଣ ସ୍ଥାନୀୟ ଲୋକ ନିହତ ହୋଇଥିବା ବେଳେ ଆଉ ତିନି ଜଣ ଆହତ ହୋଇଛନ୍ତି। ଗୁଳିମାଡରେ ବିଏସଏଫ୍ କନେଷ୍ଟବଳ ସହିଦ ହୋଇଛନ୍ତି।  ଝାଡଖଣ୍ଡର ବାସିନ୍ଦା କନେଷ୍ଟବଳ ସୀତାରାମ ଉପାଧ୍ୟାୟ […]

bsf-story_647_110116083853

Rakesh Mallick
  • Published: Friday, 18 May 2018
  • , Updated: 18 May 2018, 09:35 PM IST

ସୁଧୁରୁନି ପାକିସ୍ତାନ, ୩୬ ଘଣ୍ଟାରେ ୪ଥର ଅସ୍ତ୍ରବିରତି ଉଲଂଘନ। କିଛି ଦିନ ଧରି ଲଗାତର ଅସ୍ତ୍ରବିରତି ଉଲ୍ଲଂଘନ କରି ଆସୁଥିବା ପାକ୍ ସେନା ପୁଣି ଭାରତୀୟ ସେନାକୁ ଟାର୍ଗେଟ କରିଛି। ଆଜି ଆର୍ଣ୍ଣିଆ ଓ ଆରଏସପୁରା ସେରରେ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ ହୋଇଛି। ଏଥିରେ ୪ ଜଣ ସ୍ଥାନୀୟ ଲୋକ ନିହତ ହୋଇଥିବା ବେଳେ ଆଉ ତିନି ଜଣ ଆହତ ହୋଇଛନ୍ତି। ଗୁଳିମାଡରେ ବିଏସଏଫ୍ କନେଷ୍ଟବଳ ସହିଦ ହୋଇଛନ୍ତି।  ଝାଡଖଣ୍ଡର ବାସିନ୍ଦା କନେଷ୍ଟବଳ ସୀତାରାମ ଉପାଧ୍ୟାୟ ୨୦୧୧ ମସିହାରେ ବିଏସଏଫରେ ଭର୍ତ୍ତି ହୋଇଥିଲେ। ଗୁଳିମାଡରେ ସେ ଗୁରୁତର ଆହତ ହୋଇଥିଲେ, ପରେ ତାଙ୍କର ମେଡିକାଲରେ ମୃତ୍ୟୁ ହୋଇଥିଲା।

ପାକ୍ ସେନାର ଗୁଳିମାଡ ପରେ ଭାରତୀୟ ସେନା ପକ୍ଷରୁ ଏହାର ଜବାବ ଦିଆଯାଉଛି। ଆନ୍ତର୍ଜାତିକ ସୀମା ରେଖାର ତିନି କିଲୋମିଟର ମଧ୍ୟରେ ଥିବା ସବୁ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି। ଜାମ୍ମୁ କାଶ୍ମୀର ସୀମାବର୍ତ୍ତୀ ଅଂଚଳରେ ଏବେ ଫସଲ ଅମଳ ଶେଷ ହୋଇଛି। ଅନୁପ୍ରବେଶକାରୀ ମାନେ ଏହାର ସୁଯୋଗ ନେଇ ଭାରତୀୟ ସୀମାରେ ପଶିବାକୁ ଚେଷ୍ଟା କରିଥାନ୍ତି। ଏଥିପାଇଁ ପାକ୍ ସେନା ପକ୍ଷରୁ ଗୁଳିମାଡ ହୋଇଥାଏ। କିନ୍ତୁ ଭାରତୀୟ ଯବାନ ଏହାର ଉପଯୁକ୍ତ ଯବାବ ଦେଉଛନ୍ତି ବୋଲି ବିଏସଏଫ୍ ଆଇଜି କହିଛନ୍ତି।

Related story