ଥାନା ନିକଟରେ ଫୁଟିଲା ବୋମା, ଚାରି ମୃତ

କ୍ୱେଟା: ପୁଣିଥରେ ପାକିସ୍ତାନରେ ବୋମା ବିସ୍ପୋରଣ। ବେଲୁଚିସ୍ତାନର କ୍ୱେଟାରେ ବାଣ ବିସ୍ଫୋରଣରୁ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଦୁଇ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଆଗକୁ ମୃତ୍ୟୁ ଓ ଆହତ ସଂଖ୍ୟା ବଢ଼ିପାରେ ବୋଲି ଜଣାପଡ଼ିଛି। ସାଲକୋଟ ଥାନା ନିକଟରେ ଥିବା କ୍ୱେଟାର ହଜରତଗଞ୍ଜ ଅଞ୍ଚଳରେ ଥିବା ବଜାରରେ ଏହି ବିସ୍ଫୋରଣ ଘଟିଛି। ସହରରେ ଥିବା ଆୟୁବ ପଡ଼ିଆରେ ‘ପାକିସ୍ଥାନ ଡେମୋକ୍ରାଟିକ୍ ଆଲଏନ୍ସ’ ସରକାରୀ ବିରୋଧୀ ରାଲି ଆୟୋଜିତ କରିଥିବା ବେଳେ ଏହି […]

Balochistan Quetta

Subhransu Sekhar
  • Published: Sunday, 25 October 2020
  • , Updated: 25 October 2020, 07:41 PM IST

କ୍ୱେଟା: ପୁଣିଥରେ ପାକିସ୍ତାନରେ ବୋମା ବିସ୍ପୋରଣ। ବେଲୁଚିସ୍ତାନର କ୍ୱେଟାରେ ବାଣ ବିସ୍ଫୋରଣରୁ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଦୁଇ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଆଗକୁ ମୃତ୍ୟୁ ଓ ଆହତ ସଂଖ୍ୟା ବଢ଼ିପାରେ ବୋଲି ଜଣାପଡ଼ିଛି। ସାଲକୋଟ ଥାନା ନିକଟରେ ଥିବା କ୍ୱେଟାର ହଜରତଗଞ୍ଜ ଅଞ୍ଚଳରେ ଥିବା ବଜାରରେ ଏହି ବିସ୍ଫୋରଣ ଘଟିଛି।

ସହରରେ ଥିବା ଆୟୁବ ପଡ଼ିଆରେ 'ପାକିସ୍ଥାନ ଡେମୋକ୍ରାଟିକ୍ ଆଲଏନ୍ସ' ସରକାରୀ ବିରୋଧୀ ରାଲି ଆୟୋଜିତ କରିଥିବା ବେଳେ ଏହି ବିସ୍ଫୋରଣ ଘଟିଛି। ପିଡିଏ ହେଉଛି ପାକିସ୍ତାନର ମୁଖ୍ୟ ବିରୋଧୀ ଦଳର ଏକ ମିଳିତ ମଞ୍ଚ, ଯାହା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାର ବିରୋଧରେ ଏକ ରାଲିର ଆୟୋଜନ କରିଛି। ତେବେ ଯେଉଁଠାରେ ରାଲି ହୋଇଥିଲା ସେହି ସ୍ଥାନ ବିସ୍ଫୋରଣ ଘଟିଥିବା ସ୍ଥାନଠାରୁ ପ୍ରାୟ ୩୫-୪୦ କିଲୋମିଟର ଦୂରରେ ରହିଛି। ସୁରକ୍ଷା ଦୃଷ୍ଟିରୁ ବାଲୁଚିସ୍ତାନ ସରକାର ପିଡିଏକୁ ରାଲି ନକରିବାକୁ କହିଥିଲେ।

Related story