୬ ମାସ ପରେ ମୁକୁଳିଲେ କଶ୍ମୀରର ୪ ନେତା
ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୬ ମାସ ପରେ ୪ କଶ୍ମୀର ନେତା ଆଜି ବାହାରିଛନ୍ତି। ନ୍ୟାଶନାଲ କନଫରେନସର ତିନି ଏବଂ ପିଡ଼ିପିର ଜଣେ ନେତାଙ୍କୁ ଆଜି ଛାଡ଼ି ଦିଆଯାଇଛି। ଅଗଷ୍ଟରେ ଏମାନଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା। ଏବେ ଧୀରେ ଧୀରେ ଗୃହବନ୍ଦୀ ଥିବା ନେତାଙ୍କୁ କଶ୍ମୀର ପ୍ରଶାସନ ଛାଡ଼ୁଛି। ନ୍ୟାଶନାଲ କନଫରେନସର ଅବଦୁଲ ମାଜିଦ ଲାରମିସ ଗୁଲାମ ନବୀ ଭଟ୍ଟ ଏବଂ ମୋ.ଶଫିଙ୍କ ଏବଂ ପିଡିପିର ମୋ. ୟୁସୁଫ ଭଟ୍ଟଙ୍କୁ ଶ୍ରୀନଗର […]
ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୬ ମାସ ପରେ ୪ କଶ୍ମୀର ନେତା ଆଜି ବାହାରିଛନ୍ତି। ନ୍ୟାଶନାଲ କନଫରେନସର ତିନି ଏବଂ ପିଡ଼ିପିର ଜଣେ ନେତାଙ୍କୁ ଆଜି ଛାଡ଼ି ଦିଆଯାଇଛି। ଅଗଷ୍ଟରେ ଏମାନଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା। ଏବେ ଧୀରେ ଧୀରେ ଗୃହବନ୍ଦୀ ଥିବା ନେତାଙ୍କୁ କଶ୍ମୀର ପ୍ରଶାସନ ଛାଡ଼ୁଛି।
ନ୍ୟାଶନାଲ କନଫରେନସର ଅବଦୁଲ ମାଜିଦ ଲାରମିସ ଗୁଲାମ ନବୀ ଭଟ୍ଟ ଏବଂ ମୋ.ଶଫିଙ୍କ ଏବଂ ପିଡିପିର ମୋ. ୟୁସୁଫ ଭଟ୍ଟଙ୍କୁ ଶ୍ରୀନଗର ସ୍ଥିତ ଏମଏଲଏ ହୋଟେଲରୁ ଆଜି ଛଡ଼ାଯାଇଛି। ଗତ ମାସରେ ନ୍ୟାଶନାଲ କନଫରେନସର ନାଜିର ଗୁରେଜୀ, ପୂର୍ବତନ ମନ୍ତ୍ରୀ ଅବଦୁଲ୍ଲା ହକ ଖାନ୍, ମୋହମ୍ମଗ ଆବାସ ଏବଂ କଂଗ୍ରେସର ପୂର୍ବତନ ବିଧାୟକ ହାଜି ଅବଦୁଲ ରଶିଦଙ୍କୁ ଜମ୍ମୁ କଶ୍ମୀର ପ୍ରଶାସନ ଛାଡ଼ିଥିଲା।
ଏବେ ବି କିନ୍ତୁ ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ ରହିଛନ୍ତି। ସେମାନେ ହେଲେ ନ୍ୟାଶନାଲ କନଫରେନସର ନେତା ଫାରୁକ ଅବଦୁଲ୍ଲା ଏବଂ ଉମର ଅବଦୁଲ୍ଲା ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି। ଉମର ଏବଂ ମୁଫତିଙ୍କୁ ସରକାରୀ ବଙ୍ଗଳାରେ ଅଟକ ରଖାଯାଇଛି।