ଅତ୍ୟଧିକ ଗରମ ସହି ନ ପାରି ୪ ଟ୍ରେନ୍‌ ଯାତ୍ରୀଙ୍କ ମୃତ୍ୟୁ

ଲକ୍ଷ୍ନୌ: ଅସହ୍ୟ ତାତିରୁ ବର୍ତ୍ତିଲେନି ଟ୍ରେନ ଯାତ୍ରୀ। ଟ୍ରେନ ଯାତ୍ରା ବେଳେ ସ୍ଲିପର କୋଚରେ ଅତ୍ୟଧିକ ଗରମ ସହି ନ ପାରି ୪ ଯାତ୍ରୀଙ୍କର ମୃତ୍ୟୁ  ଘଟିଛି। ଗତକାଲି ସଂଧ୍ୟାରେ ଝାନସୀର ନିଜାମୁଦ୍ଦିନରୁ ତ୍ରିଭେନ୍ଦ୍ରମ ଯାଉଥିବା କେରଳ ଏକ୍ପେପ୍ରସ(୧୨୬୨୬) ଟ୍ରେନରେ ଏହି ଅଘଟଣ ଘଟିଛି। କୋଚ ନମ୍ୱର ଏସ-୮ ଏବଂ ଏସ-୯ରେ ମୃତକମାନେ ଆଗ୍ରାରୁ କୋଏମ୍ବାଟୁର ଯାଉଥିଲେ ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଜଣେ ଯାତ୍ରୀ ଭର୍ତ୍ତି ହୋଇଛନ୍ତି। ଝାନସୀ ରେଲଓ୍ୱେ ଷ୍ଟେସନରେ ମୃତକଙ୍କୁ […]

train1

Subhransu Sekhar
  • Published: Tuesday, 11 June 2019
  • , Updated: 11 June 2019, 11:35 AM IST

ଲକ୍ଷ୍ନୌ: ଅସହ୍ୟ ତାତିରୁ ବର୍ତ୍ତିଲେନି ଟ୍ରେନ ଯାତ୍ରୀ। ଟ୍ରେନ ଯାତ୍ରା ବେଳେ ସ୍ଲିପର କୋଚରେ ଅତ୍ୟଧିକ ଗରମ ସହି ନ ପାରି ୪ ଯାତ୍ରୀଙ୍କର ମୃତ୍ୟୁ  ଘଟିଛି। ଗତକାଲି ସଂଧ୍ୟାରେ ଝାନସୀର ନିଜାମୁଦ୍ଦିନରୁ ତ୍ରିଭେନ୍ଦ୍ରମ ଯାଉଥିବା କେରଳ ଏକ୍ପେପ୍ରସ(୧୨୬୨୬) ଟ୍ରେନରେ ଏହି ଅଘଟଣ ଘଟିଛି। କୋଚ ନମ୍ୱର ଏସ-୮ ଏବଂ ଏସ-୯ରେ ମୃତକମାନେ ଆଗ୍ରାରୁ କୋଏମ୍ବାଟୁର ଯାଉଥିଲେ ବୋଲି ଜଣାପଡ଼ିଛି।

ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଜଣେ ଯାତ୍ରୀ ଭର୍ତ୍ତି ହୋଇଛନ୍ତି। ଝାନସୀ ରେଲଓ୍ୱେ ଷ୍ଟେସନରେ ମୃତକଙ୍କୁ ଓହ୍ଲାଇ ଦିଆଯାଇଥିବା ବେଳେ ଶବ ବ୍ୟବଛେଦ ହୋଇନଥିବା ଜଣାପଡ଼ିଛି।

ତାମିଲନାଡୁରୁ  ୬୮ ଯାତ୍ରୀ ଏକାଠି ବାରଣାସୀ ଏବଂ ଆଗ୍ରା ପରିଦର୍ଶନରେ ଆସି ଟ୍ରେନରେ ଘରକୁ ଫେରୁଥିଲେ। ଅତ୍ୟଧିକ ଗରମ ଯୋଗୁ ଯାତ୍ରୀମାନ ଛଟପଟ ହେଉଥିଲେ। ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ଏମାନେ ଅଣନିଶ୍ୱାସୀ ହେବା ସହ ଦୁର୍ବଳ ଅନୁଭବ କରିଥିଲେ । କିଛି ସମୟ ପରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କୁ ଝାନସୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୃତକମାନେ ହେଲେ ତାମିଲନାଡୁ ନୀଲଗିରିର ୮୦ ବର୍ଷୀୟ ବୁନନ୍ଦୁର ପଲାନୀ ସ୍ୱାମୀ, ୬୯ ବର୍ଷୀୟ ବାଲକୃଷ୍ଣନ ରାମସ୍ୱାମୀ ଏବଂ କୋୟେମ୍ୱୁଟରର ୭୧ ବର୍ଷୀୟ ଚିନ୍ନାରେ ଏବଂ ଢିଭ ନାଇ। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ୟକ୍ତି ଜଣଙ୍କ ୭୧ ବର୍ଷୀୟ ସୁବାରାୟା ଅଟନ୍ତି।

Related story