ସୋଶାଲ ମିଡିଆ ଆକାଉଣ୍ଟଧାରୀଙ୍କ ପ୍ରାଇଭେସି ଏବେ ସରକାରଙ୍କ ହାତରେ!

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଦେଖାଦେଇଥିବା ବିବାଦୀୟ ପୋଷ୍ଟ, ଭାଇରାଲ ନ୍ୟୁଜ, ପୋର୍ଣ୍ଣ ଭିଡିଓ ଆଦି ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାର ଆଣିବାକୁ ଯାଉଛନ୍ତି ନୂଆ ଆଇନ। ମୋଦିଙ୍କ ପ୍ରଥମ ସରକାରର ଶେଷ ଆଡ଼କୁ ଏ ସଂକ୍ରାନ୍ତୀୟ ଆଇନ ଆସିବା ପୂର୍ବରୁ ତର୍କ କରିବାର ଆବଶ୍ୟକ ରହିଛି ବୋଲି ସରକାରଙ୍କ ତରଫରୁ କୁହାଯାଇଥିଲା। ଏବେ ଚଳିତ ମାସ ଶେଷ ଆଡ଼କୁ ସରକାର ଏହି ଆଇନ ଆଣିବାକୁ ଯାଉଛନ୍ତି ବୋଲି ସୂଚନା ରହିଛି। ୨୦୧୮ରେ ପ୍ରସ୍ତାବିତ ଆଇନ ଅନୁଯାୟୀ […]

social_media(1)

Subhransu Sekhar
  • Published: Thursday, 13 February 2020
  • , Updated: 13 February 2020, 03:45 PM IST

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଦେଖାଦେଇଥିବା ବିବାଦୀୟ ପୋଷ୍ଟ, ଭାଇରାଲ ନ୍ୟୁଜ, ପୋର୍ଣ୍ଣ ଭିଡିଓ ଆଦି ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାର ଆଣିବାକୁ ଯାଉଛନ୍ତି ନୂଆ ଆଇନ। ମୋଦିଙ୍କ ପ୍ରଥମ ସରକାରର ଶେଷ ଆଡ଼କୁ ଏ ସଂକ୍ରାନ୍ତୀୟ ଆଇନ ଆସିବା ପୂର୍ବରୁ ତର୍କ କରିବାର ଆବଶ୍ୟକ ରହିଛି ବୋଲି ସରକାରଙ୍କ ତରଫରୁ କୁହାଯାଇଥିଲା। ଏବେ ଚଳିତ ମାସ ଶେଷ ଆଡ଼କୁ ସରକାର ଏହି ଆଇନ ଆଣିବାକୁ ଯାଉଛନ୍ତି ବୋଲି ସୂଚନା ରହିଛି। ୨୦୧୮ରେ ପ୍ରସ୍ତାବିତ ଆଇନ ଅନୁଯାୟୀ ସରକାର ଚାହିଁଲେ କୌଣସି ପୋଷ୍ଟକୁ ନେଇ ୭୨ ଘଣ୍ଟା ମଧ୍ୟରେ ସୋଶାଲ ମିଡିଆ କମ୍ପାନୀକୁ ସେହି ଆକାଉଣ୍ଟଧାରୀଙ୍କ ବାବଦରେ ସୂଚନା ମାଗିପାରିବେ। ସୁପ୍ରିମକୋର୍ଟଙ୍କ ଅନୁସାରେ ଏହା ରାଇଟ ଟୁ ପ୍ରାଇଭେସିକୁ ଉଲ୍ଲଂଘନ କରୁଛି।

ଚଳିତ ମାସ ଶେଷ ଆଡ଼କୁ ପୂର୍ବ ପ୍ରସ୍ତାବିତ ଆଇନରେ ବିଶେଷ କିଛି ପରିବର୍ତ୍ତନ ନକରି ନୂଆ ଆଇନ ବାବଦରେ ଆଇଟି ମନ୍ତ୍ରଣାଳୟ ଘୋଷଣା କରିପାରେ। ଏହି ଆଇନ ପାଇପ ଲାଇନରେ ରହିଛି। ଯେତେ ପର୍ଯ୍ୟନ୍ତ ଏହି ଆଇନ ବାବଦରେ ଘୋଷଣା ହୋଇନାହିଁ ସେ ଯାଏ କିଛି କହିବା ଠିକ୍ ହେବନି ବୋଲି ଆଇଟି ମନ୍ତ୍ରଣାଳୟର ମିଡିଆ ପରାମର୍ଶଦାତା ଏନ.ଏନ. କାଉଲ କହିଛନ୍ତି।

୨୦୧୮ ପ୍ରସ୍ତାବିତ ଆଇନ ଅନୁସାରେ ସରକାର ଚାହିଁଲେ ୭୨ ଘଣ୍ଟା ମଧ୍ୟରେ ସୋଶାଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ତଥ୍ୟ ମାଗିପାରିବେ। ଏଥିସହ ସେହି ବ୍ୟକ୍ତିଙ୍କର ୧୮୦ ଦିନର ତଥ୍ୟ ରଖିବାକୁ ସରକାର ସୋଶାଲ ମିଡିଆ କମ୍ପାନୀ ଫେସବୁକ, ଟୁଇଟର, ୟୁଟ୍ୟୁବ ଏବଂ ଟିକଟକ, ବାଇଟ୍ ଡ୍ୟାନ୍ସ ଭଳି କମ୍ପାନୀଙ୍କୁ ଆହ୍ୱାନ କରିଥିଲେ। ଏହି ଆଇନ ଦେଶରେ ସୋଶାଲ ମିଡିଆ ବ୍ୟବହାର କରୁଥିବା ସମସ୍ତ ଆକାଉଣ୍ଟଧାରୀ ଓ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଲାଗୁ ହେବ।

ତେବେ ସରକାରଙ୍କ ଏଭଳି ନିର୍ଦ୍ଦେଶକୁ କିନ୍ତୁ ହ୍ୱାଟସଆପ ମାନିବ ନାହିଁ ବୋଲି କହିଥିଲା। କିନ୍ତୁ ଫେକ୍ ନ୍ୟୁଜ ରୋକିବା ଉପରେ ହ୍ୱାଟସଆପ ସମସ୍ତ ପ୍ରକାର ପଦକ୍ଷେପ ନେବ ବୋଲି କହିଥିଲା। ସାରା ଦେଶରେ ଏବେ ୪୦୦ ନିୟୁତ ଲୋକ ହ୍ୱାଟସଆପ ବ୍ୟବହାର କରୁଥିବା ସୂଚନା ରହିଛି।

Related story