ମଣ୍ଡି: ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ନେର ଚୌକ୍ଠାରେ ଥିବା ଏକ ଆବାସିକ ଅଞ୍ଚଳରେ ସିଲିଣ୍ଡର ଫାଟି ଭୟଙ୍କର ଅଗ୍ନିକାଣ୍ତ ଘଟିଛି। ଏଥିରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ଶିଶୁ ଅଛନ୍ତି। ମଣ୍ଡି ଏସ୍ପି ଗୁରୁଦେବ ଚାନ୍ଦ ଶର୍ମା କହିଛନ୍ତି, ଅଗ୍ନିକାଣ୍ଡର ଖବର ପାଇଁ ୩ଟି ଅଗ୍ନିଶମ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲା। ମାତ୍ର କିଛି ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା। କିନ୍ତୁ ସେତେବଳକୁ ୫ ଜଣଙ୍କ ମୃତ୍ୟୁ ହୋଇସାରିଥିଲା। ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକାରୀ ଦଳ ହସ୍ପିଟାଲ୍ରେ ଭର୍ତ୍ତି କରିଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିଲେ ହେଁ ସିଲିଣ୍ଡର ଫାଟିବା ଯୋଗୁ ଏଭଳି ଘଟଣା ଘଟିଛି ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଏନ୍କାଉଣ୍ଟର, ଟଳିଲେ ୩ ନକ୍ସଲ
ଏହି ଏନକାଉଣ୍ଟରରେ DVCM ସ୍ତରର ନକ୍ସଲମାନଙ୍କୁ ହତ୍ୟା କରାଯାଇଥିବା ଖବର ରହିଛି।
National
କାଲିଠୁ ମହାକୁମ୍ଭ ମେଳା, ଜମିଲାଣି ସାଧୁ ସନ୍ଥଙ୍କ ଭିଡ଼
ଦେଶର ସମସ୍ତ ପ୍ରମୁଖ ଆଖଡ଼ାରୁ ସାଧୁ ସନ୍ଥ ପହଞ୍ଚି ସାରିଲେଣି। ଆସନ୍ତାକାଲି ପୌଷ ପୂର୍ଣ୍ଣିମା ଓ ମକର ସଂକ୍ରାନ୍ତି। ଏହି ଦୁଇ ଦିନ ହେବ ସାହି ସ୍ନାନ।
National
୨୦ରେ ଟ୍ରମ୍ପଙ୍କ ଶପଥ, ଯୋଗ ଦେବେ ଜୟଶଙ୍କର
ଟ୍ରମ୍ପଙ୍କ ଶପଥ ସମାରୋହରେ ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଅଂଶଗ୍ରହଣ କରିବେ।
National
ରାତି ସାରା ଷ୍ଟୋଭ୍ରେ ବସିଥିଲା ଛୋଲେ, ସକାଳୁ ଚାଲିଗଲା ଦୁଇ ଜୀବନ
ଶ୍ୱାସରୁଦ୍ଧ ହୋଇ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।
Science & Environment
ସ୍ପେସ ଡକିଂ କ୍ଷେତ୍ରରେ ଇତିହାସ ରଚିବ ଇସ୍ରୋ, ୩ ମିଟର ଟ୍ରାଏଲ୍ ସଫଳ
ରାତି ୨ଟା ବେଳେ ୨ଟି ଉପଗ୍ରହ ମଧ୍ୟରେ ଦୂରତା ୧୦୫ ମିଟର ଥିଲା।