ଷ୍ଟେସନରେ ହଠାତ୍ ଓଲଟା ଚାଲିଲା ଏସ୍‌କାଲେଟର: ୫ ଆହତ, ଯାତ୍ରୀ ଆତଙ୍କିତ

ମୁମ୍ବାଇ: ଥାଣେ ରେଲୱେ ଷ୍ଟେସନରେ ଅଘଟଣା। ଓଲଟା ଚାଲିଲା ଏସ୍‌କାଲେଟର। ଚାଲୁଥିବା ବେଳେ ହଠାତ୍ ଖରାପ ହୋଇଗଲା ଏସ୍‌କାଲେଟର।  ଏଥିରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।  ଶୁକ୍ରବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଏସ୍‌କାଲେଟର ହଠାତ ମଝିରେ ବନ୍ଦ ହୋଇଯିବା ସହ ଓଲଟା ଗତି କରିଥିଲା। ତେବେ ଖବର ପାଇଁ ସଙ୍ଗେ ସଙ୍ଗେ ରେଲୱେ ଅଧିକାରୀ ପହଞ୍ଚି ଏହାକୁ ବନ୍ଦ କରିଦେଇଥିଲେ। ସେଣ୍ଟ୍ରାଲ ରେଲୱେ ପକ୍ଷରୁ ଏହାର ମରାମିତି କରାଯାଇଛି […]

rail

Rakesh Mallick
  • Published: Saturday, 12 May 2018
  • , Updated: 12 May 2018, 03:51 PM IST

ମୁମ୍ବାଇ: ଥାଣେ ରେଲୱେ ଷ୍ଟେସନରେ ଅଘଟଣା। ଓଲଟା ଚାଲିଲା ଏସ୍‌କାଲେଟର। ଚାଲୁଥିବା ବେଳେ ହଠାତ୍ ଖରାପ ହୋଇଗଲା ଏସ୍‌କାଲେଟର।  ଏଥିରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।  ଶୁକ୍ରବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଏସ୍‌କାଲେଟର ହଠାତ ମଝିରେ ବନ୍ଦ ହୋଇଯିବା ସହ ଓଲଟା ଗତି କରିଥିଲା। ତେବେ ଖବର ପାଇଁ ସଙ୍ଗେ ସଙ୍ଗେ ରେଲୱେ ଅଧିକାରୀ ପହଞ୍ଚି ଏହାକୁ ବନ୍ଦ କରିଦେଇଥିଲେ। ସେଣ୍ଟ୍ରାଲ ରେଲୱେ ପକ୍ଷରୁ ଏହାର ମରାମିତି କରାଯାଇଛି ।  ସନ୍ଧ୍ୟା ପ୍ରାୟ ୮ଟା ବେଳେ ୧ ନମ୍ବର ପ୍ଲାଟଫର୍ମରେ  ଏହି ଦୁର୍ଘଟଣା ଘଟିଥିଲା।

କୁହାଯାଉଛି ମେସିନଟି ଓଭରଲୋଡ଼  ଥିବାରୁ ଏମିତି ଘଟଣା ଘଟିଲା। ଏହି ସମୟରେ ଯାତ୍ରୀମାନେ ହଡ଼ବଡ଼ ହୋଇଯିବା ସହ ଭାରସାମ୍ୟ ହରାଇଥିଲେ। ତେବେ ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକର ଗୋଡ଼ ମୋଡ଼ିଯାଇଛି। ତେବେ ଏହି ଦୁର୍ଘଟଣା ପାଇଁ ଯାତ୍ରୀମାନେ ରେଳ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି। ଏଠାରେ ଲାଗିଥିବା ଏସ୍‌କାଲେଟର ଗୁଡ଼ିକର ଦୀର୍ଘଦିନ ଧରି ମରାମିତି କରାଯାଉ ନ ଥିବାରୁ ଏମିତି ପରିସ୍ଥିତି ଉପୁଜିଲା ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ଥାଣେ ଷ୍ଟେସନରେ ୮ଟି ଏସ୍‌କାଲେଟର ଲାଗିଛି। କିଛି ମାସ ପୂର୍ବରୁ ଏଠାରେ ଗୋଟିଏ ଏସ୍‌କାଲେଟର ଅଚଳ ହୋଇଯାଇଥିଲା।  କିନ୍ତୁ ଏଲ୍‌ଫାଇନୋଷ୍ଟୋନ୍‌ ଘଟଣା ପରେ ଏହାକୁ ସଚଳ କରାଯାଇଥିଲା।

Related story