୫ ପିଏଫଆଇ ସଦସ୍ୟ କାନପୁରରୁ ଗିରଫ

କାନପୁର: ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ)ର ୫ ସଦସ୍ୟଙ୍କୁ କାନପୁରରୁ ଆଜି ଉତ୍ତର ପ୍ରଦେଶ ପୁଲିସ ଗିରଫ କରିଛି। ନାଗରିକତା ସଂଶୋଧନ ଆଇନ (ସିଏଏ), ନ୍ୟାଶନାଲ ରେଜିଷ୍ଟର ଅଫ୍ ସିଟିଜେନ (ଏନଆରସି)କୁ ବିରୋଧ କରି ଏହି ୫ ସଦସ୍ୟ ହିଂସାକୁ ଉସକାଇବା ପାଇଁ ପ୍ରୟାସ କରୁଥିଲେ। ଆଗକୁ ଉତ୍ତର ପ୍ରଦେଶରେ ଗଙ୍ଗାଯାତ୍ରା ରହିଛି। ଏହି ଅବସରରେ ଗିରଫ ହୋଇଥିବା ୫ ପିଏଫଆଇ ସଦସ୍ୟ ହିଂସା କରିବାକୁ ଯୋଜନା କରିଥିଲେ ବୋଲି ମଧ୍ୟ ପୁଲିସ ସୂଚନା ପାଇଛି। […]

PFI

Subhransu Sekhar
  • Published: Friday, 31 January 2020
  • , Updated: 31 January 2020, 04:30 PM IST

କାନପୁର: ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ)ର ୫ ସଦସ୍ୟଙ୍କୁ କାନପୁରରୁ ଆଜି ଉତ୍ତର ପ୍ରଦେଶ ପୁଲିସ ଗିରଫ କରିଛି। ନାଗରିକତା ସଂଶୋଧନ ଆଇନ (ସିଏଏ), ନ୍ୟାଶନାଲ ରେଜିଷ୍ଟର ଅଫ୍ ସିଟିଜେନ (ଏନଆରସି)କୁ ବିରୋଧ କରି ଏହି ୫ ସଦସ୍ୟ ହିଂସାକୁ ଉସକାଇବା ପାଇଁ ପ୍ରୟାସ କରୁଥିଲେ।

ଆଗକୁ ଉତ୍ତର ପ୍ରଦେଶରେ ଗଙ୍ଗାଯାତ୍ରା ରହିଛି। ଏହି ଅବସରରେ ଗିରଫ ହୋଇଥିବା ୫ ପିଏଫଆଇ ସଦସ୍ୟ ହିଂସା କରିବାକୁ ଯୋଜନା କରିଥିଲେ ବୋଲି ମଧ୍ୟ ପୁଲିସ ସୂଚନା ପାଇଛି। ଗିରଫ ୫ ସଦସ୍ୟଙ୍କୁ ପଚରାଉଚାର କରିବା ପରେ ଅଧିକ ସୂଚନା ମିଳିବ ବୋଲି ପୁଲିସ କହିଛି। ତେବେ ଗିରଫ ପିଏଫଆଇ ସଦସ୍ୟଙ୍କ ନାମ ପୁଲିସ ପ୍ରକାଶ କରିନାହିଁ।

ସିଏଏକୁ ବିରୋଧ କରିବା ଆଳରେ ପିଏଫଆଇର ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା ହୋଇଛି। ତେଣୁ ପୁଲିସ ଏହି ୫ ପିଏଫଆଇ ସଦସ୍ୟଙ୍କୁ ପଚରାଉଚରା କରିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସହଯୋଗ ନେଇପାରେ।

Related story