ଆକାଶରେ ଉଡ଼ି ଏକାକୀ ପଳାଇ ଆସିଲେ ବିହାନ, ଅପେକ୍ଷା କରିଥିଲେ ମା’

ବେଙ୍ଗାଲୁରୁ: ଦୀର୍ଘ ୨ ମାସ ବ୍ୟବଧାନ ପରେ ଆଜିଠାରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି। ତେବେ ଆଜି ସମସ୍ତଙ୍କ ନଜର ରହିଥିଲା ବେଙ୍ଗାଲୁରୁରେ ପହଞ୍ଚିଥିବା ଜଣେ ୫ ବର୍ଷୀୟ ଶିଶୁ ଉପରେ। କାରଣ ସେ ଦୀର୍ଘ ୩ ମାସ ହେଲା ଲକଡାଉନ ଯୋଗୁ ଦିଲ୍ଲୀରେ ନିଜ ବାପାମା’ଙ୍କ ବିନା ରହିଥିଲେ। ଆଜି ବିମାନ ଚଳାଚଳ ଆରମ୍ଭ ହେବାରୁ ସେ ଏକାକୀ ଦିଲ୍ଲୀରୁ ବିମାନ ଯୋଗେ ବେଙ୍ଗାଲୁରୁ ଏୟାରପୋର୍ଟରେ ପହଞ୍ଚିଛନ୍ତି। ତାଙ୍କ ହାତରେ “ସ୍ପେଶାଲ କ୍ୟାଟାଗୋରୀ” ଲେଖା […]

bc

bc

Hemant Lenka
  • Published: Monday, 25 May 2020
  • Updated: 25 May 2020, 08:03 PM IST

Sports

Latest News

ବେଙ୍ଗାଲୁରୁ: ଦୀର୍ଘ ୨ ମାସ ବ୍ୟବଧାନ ପରେ ଆଜିଠାରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି। ତେବେ ଆଜି ସମସ୍ତଙ୍କ ନଜର ରହିଥିଲା ବେଙ୍ଗାଲୁରୁରେ ପହଞ୍ଚିଥିବା ଜଣେ ୫ ବର୍ଷୀୟ ଶିଶୁ ଉପରେ। କାରଣ ସେ ଦୀର୍ଘ ୩ ମାସ ହେଲା ଲକଡାଉନ ଯୋଗୁ ଦିଲ୍ଲୀରେ ନିଜ ବାପାମା’ଙ୍କ ବିନା ରହିଥିଲେ।

ଆଜି ବିମାନ ଚଳାଚଳ ଆରମ୍ଭ ହେବାରୁ ସେ ଏକାକୀ ଦିଲ୍ଲୀରୁ ବିମାନ ଯୋଗେ ବେଙ୍ଗାଲୁରୁ ଏୟାରପୋର୍ଟରେ ପହଞ୍ଚିଛନ୍ତି। ତାଙ୍କ ହାତରେ “ସ୍ପେଶାଲ କ୍ୟାଟାଗୋରୀ” ଲେଖା ହୋଇଥିବା ଏକ ପ୍ଲାକାର୍ଡ ରହିଥିଲା। ବିମାନବନ୍ଦରରେ ତାଙ୍କୁ ଘରକୁ ନେବା ପାଇଁ ତାଙ୍କ ମା’ ଉପସ୍ଥିତ ରହିଥିଲେ। ୫ ବର୍ଷୀୟ ପୁଅକୁ ଦୀର୍ଘ ୩ ମାସ ପରେ ଦେଖି ମା’ ମଧ୍ୟ ବେଶ ଭାବବିହ୍ୱଳ ହୋଇଯାଇଥିଲେ।

ବିହାନ ଶର୍ମା ନାମକ ଏହି ୫ ବର୍ଷୀୟ ଶିଶୁ ଜଣଙ୍କ ଦିଲ୍ଲୀରେ ରହୁଥିବା ତାଙ୍କ ଜେଜେବାପା ମା’ଙ୍କ ପାଖକୁ ଯାଇଥିଲେ। ହେଲେ ସେଠାରେ ସେ ଲକଡାଉନ ଯୋଗୁ ଫସି ଯାଇଥିଲେ।

ଗାଡ଼ି ମଟର କିମ୍ବା ବିମାନ ଚାଲୁ ନଥିବାରୁ ସେ ଆଉ ଘରକୁ ଫେରି ପାରି ନଥିଲେ। ତେବେ ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିମାନ ଯୋଗେ ବିହାନ ଆଜି ବେଙ୍ଗାଲୁରୁର କେମ୍ପେଗୌଡ଼ା ଏୟାରପୋର୍ଟରେ ପହଞ୍ଚିଛନ୍ତି। ଏୟାରପୋର୍ଟ ପକ୍ଷରୁ ଟ୍ୱିଟ ଯୋଗେ ବିହାନଙ୍କ ଫଟୋ ଜାରି କରି ତାଙ୍କୁ ସ୍ୱାଗତ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭିହାନ ମୋବାଇଲ ଫୋନର ବ୍ୟବହାର ମଧ୍ୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos