ପୂଜାରୀଙ୍କ ଉପରେ କିରାସିନି ଓ ପେଟ୍ରୋଲ ଢ଼ାଳି ଦେଲେ ଜମି ମାଫିଆ

ଜୟପୁର: ଜଣେ ୫୦ ବର୍ଷୀୟ ବୃଦ୍ଧ ପୂଜାରୀଙ୍କ ଶରୀରରେ କିରାସିନି ଏବଂ ପେଟ୍ରୋଲ ଢାଳି ପୋଡ଼ି ଦେବାରୁ ମୃତ୍ୟୁ ଘଟିଛି। ଜମି ମାଫିଆ ମାନେ ଏଭଳି କରିଥିବା ଅଭିଯୋଗ ହୋଇଛି। ରାଜସ୍ଥାନର କରଉଲି ଜିଲ୍ଲାର ସପୋତରା ଅଞ୍ଚଳରେ ଏଭଳି ଅମାନବୀୟ କାଣ୍ଡ ଘଟିଛି। ସଓ୍ୱାଇ ମେନ ସିଂହ (ଏସଏମଏସ) ହସ୍ପିଟାଲରେ ପୂଜାରୀଙ୍କ ମୃତ୍ୟୁ ଘଟିଛି। ମନ୍ଦିର ଜମିକୁ ଜମି ମାଫିଆ ନିଜ ଅଧୀନକୁ ନେବା ପାଇଁ ପ୍ରୟାସ କରୁଥିଲେ। ହେଲେ ପୂଜକ ଜଣଙ୍କ ଏହାକୁ ବିରୋଧ କରୁଥିଲେ। […]

Temple priest set on fire by land mafia in Karauli

Subhransu Sekhar
  • Published: Friday, 09 October 2020
  • , Updated: 09 October 2020, 11:45 AM IST

ଜୟପୁର: ଜଣେ ୫୦ ବର୍ଷୀୟ ବୃଦ୍ଧ ପୂଜାରୀଙ୍କ ଶରୀରରେ କିରାସିନି ଏବଂ ପେଟ୍ରୋଲ ଢାଳି ପୋଡ଼ି ଦେବାରୁ ମୃତ୍ୟୁ ଘଟିଛି। ଜମି ମାଫିଆ ମାନେ ଏଭଳି କରିଥିବା ଅଭିଯୋଗ ହୋଇଛି। ରାଜସ୍ଥାନର କରଉଲି ଜିଲ୍ଲାର ସପୋତରା ଅଞ୍ଚଳରେ ଏଭଳି ଅମାନବୀୟ କାଣ୍ଡ ଘଟିଛି।

ସଓ୍ୱାଇ ମେନ ସିଂହ (ଏସଏମଏସ) ହସ୍ପିଟାଲରେ ପୂଜାରୀଙ୍କ ମୃତ୍ୟୁ ଘଟିଛି। ମନ୍ଦିର ଜମିକୁ ଜମି ମାଫିଆ ନିଜ ଅଧୀନକୁ ନେବା ପାଇଁ ପ୍ରୟାସ କରୁଥିଲେ। ହେଲେ ପୂଜକ ଜଣଙ୍କ ଏହାକୁ ବିରୋଧ କରୁଥିଲେ। ପରେ ରାଗ ରଖି ଛଅ ଜମି ମାଫିଆ ପୂଜାରୀଙ୍କ ଶରୀରରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପୂଜାରୀଙ୍କ ଶରୀରର ପାଖାପାଖି ୫୦ ପ୍ରତିଶତ ପୋଡି ଯାଇଥିଲା ବୋଲି ଜଣାପଡ଼ିଛି।

ଜମି ମାଫିଆଙ୍କ ଏଭଳି କାଣ୍ଡ ରାଜସ୍ଥାନ ସରକାରର ଆଇନ ଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠିଛି।

Related story