ମହଙ୍ଗା ପଡ଼ିଲା ରାତାରାତି ଲକ୍ଷପତି ହେବାର ସ୍ୱପ୍ନ: ୬ ଓଡ଼ିଆଙ୍କୁ ଧରିଲା ଗୁଜରାଟ ପୋଲିସ

ସୁରଟ/ବ୍ରହ୍ମପୁର:ରାତାରାତି ଲକ୍ଷପତି ହେବାର ସ୍ୱପ୍ନ ମହଙ୍ଗା ପଡ଼ିଲା । ଗୁଜରାଟର ସୁରତ କ୍ରାଇମବ୍ରାଞ୍ଚ ହାତରେ ଧରା ପଡିଛନ୍ତି ୬ ଜଣିଆ ଓଡ଼ଆ ଲୁଟେରା ଗ୍ୟାଙ୍ଗ୍ । କ୍ରାଇମବ୍ରାଞ୍ଚ ହାତରେ  ହାତରେ ଧରା ପଡିଥିବା ଏହି ସମସ୍ତ ଲୁଟେରାଙ୍କ ବୟସ ୨୨ ବର୍ଷରୁ କମ ରହିଛି । ଲୁଟେରା ଗ୍ୟାଙ୍ଗର ସାମିଲ ଯୁବକଙ୍କ ଘର ଗଂଜାମ ଜିଲ୍ଲା କୋଦଳା ଏବଂ କବି ସୂର୍ଯ୍ୟନଗର ଅଂଚଳରେ ବୋଲି ଜଣାପଡିଛି । କ୍ରାଇମବ୍ରାଞ୍ଚ ସେମାନଙ୍କଠାରୁ ୨ଟି ପିସ୍ତଲ, ୬ଟି ଅଫୁଟା ଗୁଳି […]

g-455

g-455

Rakesh Mallick
  • Published: Saturday, 27 October 2018
  • Updated: 27 October 2018, 07:40 PM IST

ସୁରଟ/ବ୍ରହ୍ମପୁର:ରାତାରାତି ଲକ୍ଷପତି ହେବାର ସ୍ୱପ୍ନ ମହଙ୍ଗା ପଡ଼ିଲା । ଗୁଜରାଟର ସୁରତ କ୍ରାଇମବ୍ରାଞ୍ଚ ହାତରେ ଧରା ପଡିଛନ୍ତି ୬ ଜଣିଆ ଓଡ଼ଆ ଲୁଟେରା ଗ୍ୟାଙ୍ଗ୍ । କ୍ରାଇମବ୍ରାଞ୍ଚ ହାତରେ  ହାତରେ ଧରା ପଡିଥିବା ଏହି ସମସ୍ତ ଲୁଟେରାଙ୍କ ବୟସ ୨୨ ବର୍ଷରୁ କମ ରହିଛି । ଲୁଟେରା ଗ୍ୟାଙ୍ଗର ସାମିଲ ଯୁବକଙ୍କ ଘର ଗଂଜାମ ଜିଲ୍ଲା କୋଦଳା ଏବଂ କବି ସୂର୍ଯ୍ୟନଗର ଅଂଚଳରେ ବୋଲି ଜଣାପଡିଛି ।

କ୍ରାଇମବ୍ରାଞ୍ଚ ସେମାନଙ୍କଠାରୁ ୨ଟି ପିସ୍ତଲ, ୬ଟି ଅଫୁଟା ଗୁଳି ସହ ୬ଟି ଛୁରୀ ଜବତ କରିଛି । ଗ୍ୟାଙ୍ଗର ମୁଖ୍ୟ ଅମିତ ସାହୁ ବୋଲି ଜଣାପଡିଛି। ରୋଜଗାର ଉଦ୍ଦେଶ୍ୟରେ ଏହି ସମସ୍ତ ଯୁବକ  ଗୁଜରାଟର ସୁରତ ଯାଇଥିଲେ ।

ତେବେ ସେଠାରେ କାମ ନମିଳିବାରୁ ଅର୍ଥ ନେଣଦେଣ କରୁଥିବା ଏକ ସଂସ୍ଥାକୁ ଲୁଟ୍ କରିବାକୁ ଯୋଜନା କରିଥିଲେ । ଯୋଜନା ମୁତାବକ ଲୁଟ୍ ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଓଡ଼ିଶାରୁ ନେଇ ଯାଇଥିଲେ।   ତେବେ ଲୁଟ୍ ପୂର୍ବରୁ ବିଶେଷ ସୂତ୍ରରୁ ଖବର ପାଇ ସେମାନଙ୍କୁ କାବୁ କରି ନେଇଥିଲେ ଗୁଜରାଟ ପୋଲିସର କ୍ରାଇମବ୍ରାଞ୍ଚ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos