ରାଷ୍ଟ୍ରପତି ନିର୍ବାଚନ: ଜାଣନ୍ତୁ କ'ଣ ପାଇଁ ଏନଡ଼ିଏ ପ୍ରାର୍ଥୀ ରାମନାଥ କୋବିନ୍ଦ ଜିତିବା ନିଶ୍ଚିତ

ନୂଆଦିଲ୍ଲୀ: ରାଷ୍ଟପତି ନିର୍ବାଚନ ପାଇଁ ଦେଶରେ ଏବେ ରାଜନୈତିକ ମାହୋଲ ଗରମ। ଏନଡିଏର ରାମନାଥ କୋବିନ୍ଧଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବା ବେଳେ ମିଳିତ ବିପକ୍ଷ ମୀରା କୁମାରଙ୍କୁ ପ୍ରାର୍ଥୀ କରିଛି। ଆଜି ରାମନାଥ କୋବିନ୍ଦ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ସମତେ ଅନେକ ଏନଡିଏର ନେତା ସାମିଲ ହୋଇଥିଲେ। ଏହାସହ କୋବିନ୍ଦଙ୍କୁ ସମର୍ଥନ କରୁଥିବା ଅନ୍ୟଦଳର ନେତା ମଧ୍ୟ ଏହି ଅବସରରେ ସାମିଲ ଥିଲେ। ଆସନ୍ତା ଜୁଲାଇ ୧୭ରେ […]

ramnath

Rakesh Mallick
  • Published: Friday, 23 June 2017
  • , Updated: 23 June 2017, 07:06 PM IST

ନୂଆଦିଲ୍ଲୀ: ରାଷ୍ଟପତି ନିର୍ବାଚନ ପାଇଁ ଦେଶରେ ଏବେ ରାଜନୈତିକ ମାହୋଲ ଗରମ। ଏନଡିଏର ରାମନାଥ କୋବିନ୍ଧଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବା ବେଳେ ମିଳିତ ବିପକ୍ଷ ମୀରା କୁମାରଙ୍କୁ ପ୍ରାର୍ଥୀ କରିଛି। ଆଜି ରାମନାଥ କୋବିନ୍ଦ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ସମତେ ଅନେକ ଏନଡିଏର ନେତା ସାମିଲ ହୋଇଥିଲେ। ଏହାସହ କୋବିନ୍ଦଙ୍କୁ ସମର୍ଥନ କରୁଥିବା ଅନ୍ୟଦଳର ନେତା ମଧ୍ୟ ଏହି ଅବସରରେ ସାମିଲ ଥିଲେ।

ଆସନ୍ତା ଜୁଲାଇ ୧୭ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଜୁଲାଇ ୨୦ରେ ଫଳାଫଳ ପ୍ରକାଶ ପାଇବ। ସଂଖ୍ୟାକୁ ଯଦି ଲକ୍ଷ୍ୟ କରିବା ତେବେ ଏନଡିଏର ପଲା ଭାରି ପଡୁଛି ବିପକ୍ଷ ଉପରେ। କାରଣ ରାଷ୍ଟ୍ରପତି ନିର୍ବାଚନରେ ମୋଟ୍‌ ଭୋଟ୍‌ ସଂଖ୍ୟା ହେଉଛି ୧୦,୯୮,୮୮୨। ତେବେ ବିଜୟୀ ପାଇଁ ଆବଶ୍ୟକ ଭୋଟ୍‌ ସଂଖ୍ୟା ମାତ୍ର ୫,୪୯,୪୪୨ । ହେଲେ ବର୍ତ୍ତମାନର ଯଦି ସଂଖ୍ୟାକୁ ହିସାବ କରିବା ତେବେ ଏନଡିଏ ପାଖରେ ନିଜର ଭୋଟ୍‌ ୪୮.୯ ପ୍ରତିଶତ ଭୋଟ୍‌ ରହିଛି।  ଏହାସହ ଜେଡିୟୁ ୧.୯୧ ପ୍ରତିଶତ, ଏଆଇଡିଏମକେ ୫.୩୯ ପ୍ରତିଶତ, ବିଜେଡି ୨.୯୯ ପ୍ରତିଶତ, ଟିଆର୍‌ଏସ୍‌ ୨ ପ୍ରତିଶତ ଭୋଟ୍‌ ସହ କୋବିନ୍ଦଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଥିବାରୁ ବର୍ତ୍ତମାନ ଭୋଟ୍‌ ହାର ୬୩.୧ ପ୍ରତିଶତରେ ପହଞ୍ଚି ସାରିଲାଣି। ଫଳରେ ଏନଡିଏର ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ଜିତାବା ନିଶ୍ଚିତ ହୋଇଯାଇଛି।

Related story