କରୋନା ବେଳେ ୬୪% ଦିବ୍ୟାଙ୍ଗ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି: ସର୍ଭେ

ନୂଆଦିଲ୍ଲୀ: କରୋନା ମହାମାରୀରେ ସାରା ଦେଶ ପ୍ରଭାବିତ ହୋଇଛନ୍ତି। ହେଲେ ଏହାରି ଭିତରେ ପ୍ରଭାବିତ ହୋଇଛନ୍ତି ଦିବ୍ୟାଙ୍ଗମାନେ। ଇଭାରା ଫାଉଣ୍ଡେସନ, ଡାଶମଲଭ ଏବଂ ଉଇ କାପାବେଲ ଦ୍ୱାରା ହୋଇଥିବା ସର୍ଭେରୁ ଏହା ଜଣାପଡ଼ିଛି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଦେଶରେ ହେଉଥିବା ଲକଡାଉନ୍ ଏବଂ ଶଟଡାଉନ୍ ପାଇଁ ଦିବ୍ୟାଙ୍ଗମାନେ ପ୍ରଭାବିତ ହୋଇଛନ୍ତି ବୋଲି ଜଣାପଡ଼ିଛି। ମୋଟ୍ ୨,୦୦୦ରୁ ଅଧିକ ଦିବ୍ୟାଙ୍ଗଙ୍କୁ ନେଇ ଏହି ସର୍ଭେ ହୋଇଥିବା ଜଣାପଡ଼ିଛି। ଅଗଷ୍ଟ ୧୧ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୧୮ ରୁ […]

DISABLITY

Subhransu Sekhar
  • Published: Wednesday, 12 August 2020
  • , Updated: 12 August 2020, 04:31 PM IST

ନୂଆଦିଲ୍ଲୀ: କରୋନା ମହାମାରୀରେ ସାରା ଦେଶ ପ୍ରଭାବିତ ହୋଇଛନ୍ତି। ହେଲେ ଏହାରି ଭିତରେ ପ୍ରଭାବିତ ହୋଇଛନ୍ତି ଦିବ୍ୟାଙ୍ଗମାନେ। ଇଭାରା ଫାଉଣ୍ଡେସନ, ଡାଶମଲଭ ଏବଂ ଉଇ କାପାବେଲ ଦ୍ୱାରା ହୋଇଥିବା ସର୍ଭେରୁ ଏହା ଜଣାପଡ଼ିଛି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଦେଶରେ ହେଉଥିବା ଲକଡାଉନ୍ ଏବଂ ଶଟଡାଉନ୍ ପାଇଁ ଦିବ୍ୟାଙ୍ଗମାନେ ପ୍ରଭାବିତ ହୋଇଛନ୍ତି ବୋଲି ଜଣାପଡ଼ିଛି। ମୋଟ୍ ୨,୦୦୦ରୁ ଅଧିକ ଦିବ୍ୟାଙ୍ଗଙ୍କୁ ନେଇ ଏହି ସର୍ଭେ ହୋଇଥିବା ଜଣାପଡ଼ିଛି।

ଅଗଷ୍ଟ ୧୧ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୧୮ ରୁ ୨୭ ଜୁଲାଇ ମଧ୍ୟରେ କରାଯାଇଥିବା ସର୍ଭେରୁ ଜଣାପଡିଛି ଯେ ପ୍ରାୟ ୭୫% ଦିବ୍ୟାଙ୍ଗ ଭାବପ୍ରବଣତା, ଉଦାସୀନତା ଏବଂ ଆତ୍ମହତ୍ୟା ଆଦି ଚିନ୍ତାଧାରାରେ ଦେଇ ଅତିବାହିତା କରୁଛନ୍ତି। ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ସର୍ଭେରେ ସାମିଲ୍ ହୋଇଥିବା ମୋଟ୍ ଭିନ୍ନକ୍ଷମଙ୍କ ମଧ୍ୟରୁ ପ୍ରାୟ ୪୩.୬% ସେମାନଙ୍କ ସମସ୍ୟା କିମ୍ବା ଦୁଃଖକୁ କାହା ସହ ବାଣ୍ଟୁ ନାହାନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେବା ଦରକାର ବୋଲି ଜଣାପଡ଼ିଛି।

ଭାବପ୍ରବଣତା ବ୍ୟତୀତ ୬୪% ଦିବ୍ୟାଙ୍ଗ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୦% ଲୋକଙ୍କ ଆୟ ଶୂନ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଭାବିତ ଦିବ୍ୟାଙ୍ଗଙ୍କ ମଧ୍ୟରେ ୬୪.୪% ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।

ଏହି ଦିବ୍ୟାଙ୍ଗଙ୍କ ମଧ୍ୟରୁ କିଛିଜଣ ବେକାର ବ୍ୟକ୍ତି। ସମ୍ପୃକ୍ତ ରାଜ୍ୟ ସରକାରଙ୍କଠାରୁ ପାଇଥିବା ପେନ୍‌ସନ୍‌ ଉପରେ ସେମାନେ ନିର୍ଭର କରନ୍ତି। ତେବେ କରୋନା ପାଇଁ ପେନସନ ସେବାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଛି। ଦିବ୍ୟାଙ୍ଗଙ୍କୁ ଠିକ୍ ସମୟରେ ପେନସନ ପଠାଯିବାକୁ ସର୍ଭେ ରିପୋର୍ଟରେ ଦାବି ହୋଇଛି।

ସେହିଭଳି ଯେଉଁ ଦିବ୍ୟାଙ୍ଗ ଚାକିରୀ କରୁଥିଲେ କିମ୍ବା ଖୋଜୁଥିଲେ କରୋନା ମହାମାରୀ ପାଇଁ ସେମାନେ ଏକ ପ୍ରଚାର ଚିନ୍ତାଗ୍ରସ୍ତ ହୋଇ ପଡ଼ିଛନ୍ତି। ଏମିତିକି ମହାମାରୀ ପାଇଁ ଅନେକ ବ୍ୟବସାୟିକ କ୍ଷତି ସହିବା ସହିତ ଚାକିରି ହରାଇଛନ୍ତି।

ସହର ଏବଂ ଛୋଟିଆ ଗାଁରେ ରହୁଥିବା ଭିନ୍ନକ୍ଷମଙ୍କୁ ଉପରେ ହୋଇଥିବା ସର୍ଭେରେ କୁହାଯାଇଛି, ଦିବ୍ୟାଙ୍ଗଙ୍କ ଜୀବନ ବଞ୍ଚାଇବା ପାଇଁ ଆବଶ୍ୟକ ମୌଳିକ ଜିନିଷ ସୁନିଶ୍ଚିତ କରିବା କଷ୍ଟକର ହୋଇପଡ଼ିଛି। ରାଜ୍ୟ ଭିନ୍ନକ୍ଷମ କମିଶନ ଏବାବଦରେ ଅବଗତ ହେବା ଉଚିତ ଏବଂ ଖାଦ୍ୟ, ଔଷଧ, ରହିବା ବ୍ୟବସ୍ଥା ଆଦି ବିଭିନ୍ନ ସେବା ଦିବ୍ୟାଙ୍ଗଙ୍କୁ ଯୋଗାଇ ଦେବା ଦରକାର ବୋଲି ଦାବି ହୋଇଛି।

ଇଭାରା ଫାଉଣ୍ଡେସନର ଅଧ୍ୟକ୍ଷ ଲଲିତ କୁମାର କହିଛନ୍ତି, “ସର୍ଭେରୁ ଦେଶର ଦିବ୍ୟାଙ୍ଗଙ୍କ ସ୍ଥିତିର ପ୍ରକୃତ ଚିତ୍ର ମିଳିଛି। କୋଭିଡ-୧୯ ଏବଂ ଲକଡାଉନ୍ ପାଇଁ ପରିସ୍ଥିତି ଆହୁରି ଖରାପ ହେଉଛି।

Related story