ଅମ୍ଳଜାନ ଅଭାବରୁ ଦିଲ୍ଲୀର ବାତ୍ରା ହସ୍ପିଟାଲରେ ୮ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଦିଲ୍ଲୀର ବାତ୍ରା ହସ୍ପିଟାଲ ଦିଲ୍ଲୀ ହାଇକୋର୍ଟରେ ସ୍ୱୀକାର କରିଛନ୍ତି ଯେ ଅମ୍ଳଜାନ ଅଭାବରୁ ୮ ଜଣ ରୋଗୀରଙ୍କର ମୃତ୍ୟୁ ହୋଇଯାଇଛି। ଘଣ୍ଟାଏ ପାଇଁ ହସ୍ପିଟାଲରେ ଅମ୍ଳଜାନ ଅଭାବ ଦେଖାଦେଇଥିଲା। ମୃତକଙ୍କ ମଧ୍ୟରେ ଏଇ ହସ୍ପିଟାଲର ଜଣେ ଡାକ୍ତର ଅଛନ୍ତି। ହାଇକୋର୍ଟରେ ବାତ୍ରା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ବୟାନ ଦାଖଲ ହୋଇଛି। ଏଥିରେ କୁହାଯାଇଛି, ‘ମଧ୍ୟାହ୍ନ ୧୨ଟାରେ ଆମର ଅମ୍ଳଜାନ ଶେଷ ହୋଇଗଲା। ଆମେ ୧.୩୫ ଘଣ୍ଟାରେ ଯାଇ ଅମ୍ଳଜାନ ପାଇଲୁ। ସେ ଭିତରେ ଜୀବନ […]

Batra-Hospital

Debendra Prusty
  • Published: Saturday, 01 May 2021
  • , Updated: 01 May 2021, 04:23 PM IST

ନୂଆଦିଲ୍ଲୀ : ଦିଲ୍ଲୀର ବାତ୍ରା ହସ୍ପିଟାଲ ଦିଲ୍ଲୀ ହାଇକୋର୍ଟରେ ସ୍ୱୀକାର କରିଛନ୍ତି ଯେ ଅମ୍ଳଜାନ ଅଭାବରୁ ୮ ଜଣ ରୋଗୀରଙ୍କର ମୃତ୍ୟୁ ହୋଇଯାଇଛି। ଘଣ୍ଟାଏ ପାଇଁ ହସ୍ପିଟାଲରେ ଅମ୍ଳଜାନ ଅଭାବ ଦେଖାଦେଇଥିଲା। ମୃତକଙ୍କ ମଧ୍ୟରେ ଏଇ ହସ୍ପିଟାଲର ଜଣେ ଡାକ୍ତର ଅଛନ୍ତି।

ହାଇକୋର୍ଟରେ ବାତ୍ରା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ବୟାନ ଦାଖଲ ହୋଇଛି। ଏଥିରେ କୁହାଯାଇଛି, ‘ମଧ୍ୟାହ୍ନ ୧୨ଟାରେ ଆମର ଅମ୍ଳଜାନ ଶେଷ ହୋଇଗଲା। ଆମେ ୧.୩୫ ଘଣ୍ଟାରେ ଯାଇ ଅମ୍ଳଜାନ ପାଇଲୁ। ସେ ଭିତରେ ଜୀବନ ଚାଲିଗଲା। ତନ୍ମଧ୍ୟରେ ଆମର ଜଣେ ଡାକ୍ତର ମଧ୍ୟ ଅନ୍ତର୍ଭକ୍ତ।’ ବାତ୍ରା ହସ୍ପିଟାଲ ମେଡିସିନ୍‌ ନିର୍ଦ୍ଦେଶକ ଡାକ୍ତର ଏସସିଏଲ ଗୁପ୍ତା କହିଛନ୍ତି ଘଣ୍ଟାଏ ପର୍ଯ୍ୟନ୍ତ ଆମକୁ ବିନା ଅମ୍ଳଜାନରେ ହସ୍ପିଟାଲ ଚଳେଇବାକୁ ପଡ଼ିଲା। ଶନିବାର ମଧ୍ୟାହ୍ନରେ ଏହି ସଂକଟ ଯୋଗୁଁ ୮ ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି। ସେମାନଙ୍କ ମଧ୍ୟରେ ଆମର ଜଣେ ଡାକ୍ତର ଅଛନ୍ତି।

ଅମ୍ଳଜାନ ଶେଷ ହେବା ପୂର୍ବରୁ ବାତ୍ରା ହସ୍ପିଟାଲ ତରଫରୁ ଏସଓଏସ ପଠାଯାଇଥିଲା। ସେଥିରେ କୁହାଯାଇଥିଲା ଆମର ଅମ୍ଳଜାନ ସରି ଆସୁଛି। ଆଉ ୧୦ ମିନିଟରେ ସବୁ ଶେଷ ହୋଇଯିବ। ଆମ ପାଖରେ ୩୨୬ ଜଣ ରୋଗୀ ଅଛନ୍ତି।

ଏହା ପରେ ପରେ ଦିଲ୍ଲୀର ମନ୍ତ୍ରୀ ରାଘବ ଚଢା କହିଥିଲେ ଆମର ଏସଓଏସ କ୍ରାୟୋଜେନିକ ଟ୍ୟାଙ୍କରରେ ତରଳ ମେଡିକାଲ ଅମ୍ଳଜାନ ୫ ମିନିଟରେ ବାତ୍ରା ହସ୍ପିଟାଲରେ ପହଞ୍ଚୁଛି। ନିୟମିତ ଅମ୍ଳଜାନ ଯୋଗାଉଥିବା ସଂସ୍ଥା ବିଳମ୍ବ କରିଛି।

ଏହା ପରେ ବାତ୍ରା ହସ୍ପିଟାଲରେ ଅମ୍ଳଜାନ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ୮ ଜଣଙ୍କର ଜୀବନହାନୀ ଘଟି ସାରିଥିଲା।

ଇତିମଧ୍ୟରେ ଏନକେଏସ ସୁପର ସ୍ପେଶାଲିଟି ହସ୍ପିଟାଲ ମଧ୍ୟ ଅମ୍ଳଜାନ ଅଭାବରୁ ସଂକଟରେ ଥିବା ବୟାନ ଦେଇସାରିଛି।

ଦିଲ୍ଲୀର ସମସ୍ତ ହସ୍ପିଟାଲ ସୁପରିନ୍‌ଟେଣ୍ଡେଣ୍ଟ, ମାଲିକ ଓ ନିର୍ଦ୍ଦେଶକମାନଙ୍କୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଏପ୍ରିଲ ପହିଲାରୁ ସେମାନଙ୍କ ନିକଟରେ କେତେ କୋଭିଡ ରୋଗୀ ପଂଜୀକୃତ ହୋଇଛନ୍ତି ସମସ୍ତଙ୍କର ତାଲିକା ଦାଖଲ କର। ତାଲିକାରେ କେଉଁ ରୋଗୀ କେଉଁ ଦିନ ଭର୍ତ୍ତି ହେଲେ ଓ କେବେ ଡିସ୍‌ଚାର୍ଜ ହେଲେ ତାହା ମଧ୍ୟ ଉଲ୍ଲେଖ କରାଯିବା ଜରୁରୀ।

ଜଷ୍ଟିସ ବିପିନ ସାଙ୍ଘୀ ଓ ରେଖା ପଲ୍ଲୀଙ୍କୁ ନେଇ ଗଠିତ ଖଣ୍ଡପୀଠ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ପୂର୍ବ ଅନୁଭୂତିକୁ ଦେଖି କୋଭିଡ଼ କାଳରେ ହସ୍ପିଟାଲଗୁଡ଼ିକ ନି ନିଜର ଅମ୍ଳଜାନ କାରଖାନା ବସାଇବା ଦରକାର। ଅନେକ ହସ୍ପିଟାଲ ବାଣିଜ୍ୟିକ ଦୃଷ୍ଟିକୋଣରୁ ଖର୍ଚ୍ଚ କାଟ କରିବାକୁ ଅମ୍ଳଜାନ ପ୍ଲାଣ୍ଟ ବସାଇନାହାନ୍ତି। ଏବେ ଜରୁରୀ ହେଲାଣି।

Related story