ପୁଣି ଲଜ୍ଜା: ୮ ବର୍ଷୀୟ ଝିଅକୁ ଦୁଷ୍କର୍ମ ପରେ ତଣ୍ଟିଚିପି ହତ୍ୟା

ବେଙ୍ଗାଲୁରୁ: ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। କର୍ଣ୍ଣାଟକାର କଳବର୍ଗିରେ ୮ ବର୍ଷୀୟ ନାବାଳିକାଙ୍କୁ ଜଣେ ବ୍ୟକ୍ତି ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରିଛି। ପୁଲିସ୍‌ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି। ଗତାକାଲି ରାତିରେ ଚିଞ୍ଚୋଲି ତାଲୁକ ନିକଟରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗକ୍ରମେ ସୁଲେପୀଠ ପୁଲିସ୍ ସ୍ଥାନୀୟ ଅଞ୍ଚଳର ଜଣେ ୩୫ ବର୍ଷୀୟ ବ୍ୟକ୍ତିକୁ ହେଫାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି। ସୋମବାର ମଧ୍ୟାହ୍ଣରେ ନାବାଳିକା […]

sc

Hemant Lenka
  • Published: Tuesday, 03 December 2019
  • , Updated: 03 December 2019, 05:49 PM IST

ବେଙ୍ଗାଲୁରୁ: ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। କର୍ଣ୍ଣାଟକାର କଳବର୍ଗିରେ ୮ ବର୍ଷୀୟ ନାବାଳିକାଙ୍କୁ ଜଣେ ବ୍ୟକ୍ତି ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରିଛି। ପୁଲିସ୍‌ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି।

ଗତାକାଲି ରାତିରେ ଚିଞ୍ଚୋଲି ତାଲୁକ ନିକଟରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗକ୍ରମେ ସୁଲେପୀଠ ପୁଲିସ୍ ସ୍ଥାନୀୟ ଅଞ୍ଚଳର ଜଣେ ୩୫ ବର୍ଷୀୟ ବ୍ୟକ୍ତିକୁ ହେଫାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି।

ସୋମବାର ମଧ୍ୟାହ୍ଣରେ ନାବାଳିକା ଜଣଙ୍କ ତାଙ୍କ ଘର ପାଖରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲେ। ଜଣେ ବ୍ୟକ୍ତି ନାବାଳିକାଙ୍କୁ ଚକୋଲେଟର ଲୋଭ ଦେଖାଇ ତାଙ୍କ ସହ ନେଇ ଯାଇଥିବା ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ କହିଥିଲେ।

ପରିବାର ଲୋକ ଖୋଜାଖୋଜି କରିଥିଲେ ହେଁ କୌଣସି ପତ୍ତା ପାଇ ନଥିଲେ। ଶେଷରେ ସେମାନେ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ। ପୁଲିସ୍‌ ଏହାର ଗୋଟିଏ ଦିନ ପରେ ନାବାଳିକାଙ୍କ ମୃତଦେହ ଠାବ କରିଛି। ତାଙ୍କୁ ଦୁଷ୍କର୍ମ କରିବା ପରେ କେହି ତଣ୍ଟି ଚିପି ହତ୍ୟା କରିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

Related story