ଢାକା: ବାଂଲାଦେଶ ରାଜଧାନୀ ଢାକାଠାରେ ସଂଘଟିତ ଏକ ବଡ଼ ଧରଣର ଅଗ୍ନିକାଣ୍ଡରେ ୮୧ ଜଣଙ୍କର ପ୍ରାଣହାନି ହୋଇଥିବାବେଳେ ୫୦ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ନିଆଁକୁ ନିୟନ୍ତ୍ରଣକୁ ଆଣି ଉଦ୍ଧାରକାର୍ଯ୍ୟ ଚାଲୁରହିଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶା କରାଯାଉଛି।
ଗୃହମନ୍ତ୍ରୀ ଅସାଦୁଜୁମନ୍ ଖାନ୍ କହିଛନ୍ତି ପ୍ରଧାନମନ୍ତ୍ରୀ ଶେଖ୍ ହସିନା ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଏହି ଘଟଣାର ତଦନ୍ତ କରିବାପାଇଁ ଏକ ୫ ଜଣିଆ ପ୍ୟାନେଲ ଗଠନ କରାଯାଇଛି।
ବୁଧବାର ଏକ କେମିକାଲ ୱେରହାଉସ୍ରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହି ହାଜି ୱାହେଦ୍ ମାନିସନ୍ ନାମକ ୪ ମହଲା କୋଠାର ଗ୍ରାଉଣ୍ଡଫ୍ଲୋରରେ ହିଁ ପ୍ରଥମେ ନିଆଁ ଲାଗିଥିଲା। ଏହା ପୁରୁଣା ଢାକାର ଚୌକ୍ବଜାର ଅଞ୍ଚଳରେ ଥିବା ଏକ କୋଠା।
ଏହି ନିଆଁକୁ ଲିଭାଇବା ପାଇଁ ୨୦୦ ଅଗ୍ନିଶମ କର୍ମଚାରୀ ଲାଗିଥିଲେ। ଏହାକୁ ଲିଭାଇବାକୁ ୫ ଘଣ୍ଟା ଲାଗିଥିଲା ଓ ନିକଟସ୍ଥ ମସଜିଦ୍ରୁ ପାଣି ଆଣି ନିଆଁ ଲିଭାଇବାର ପ୍ରୟାସ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ଟ୍ରାକରେ ଖସି ପଡ଼ିଲେ, ଆଉ ତା’ ପରେ: ଭିଡିଓ ଭାଇରାଲ୍
ବ୍ୟକ୍ତି ଜଣଙ୍କ ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ହଠାତ୍ ଟ୍ରାକରେ ଖସି ପଡ଼ିଥିଲେ। ଟ୍ରେନ ମଧ୍ୟ ତାଙ୍କ ଉପରେ ଅତିକ୍ରମ କରି ଯାଇଥିଲା।
National
ପଟାଟୋ-ପିଲିଂ ମେସିନରେ ଲାଗିଗଲା ଓଢ଼ଣୀ, ମହିଳା ମୃତ
ଉଜ୍ଜୟୀନସ୍ଥିତ ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରର ଅନ୍ନକ୍ଷେତ୍ର ଭୋଜନଶାଳାରେ ଅଘଟଣ। ଅଜାଣତରେ ଆଳୁ ଚୋପା ଛଡ଼ାଇବା ପାଇଁ ବ୍ୟବହୃତ ମେସିନରେ ଲାଗିଗଲା ଓଢ଼ଣୀ।
Viral
୮ ଥର ପଲଟିଲା କାର୍, ତଥାପି... : ଦେଖନ୍ତୁ ଭିଡିଓ
ସେମାନେ କାର୍ରୁ ବାହାରି ଶୋ’ ରୁମକୁ ଯିବା ସହ ସେଠାରେ ବେଶ ସ୍ୱାଭାବିକ ଢଙ୍ଗରେ ଚା’ ପିଇବାକୁ ମଧ୍ୟ ମାଗିଛନ୍ତି।
Politics
ଦଳିତ ଶିକ୍ଷାର୍ଥୀଙ୍କ ପାଇଁ କେଜ୍ରିୱାଲଙ୍କ ‘ଆମ୍ବେଦକର ବୃତ୍ତି”
ବର୍ତ୍ତମାନ ଦେଶରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଆମ୍ବେଦକରଙ୍କ ପ୍ରସଙ୍ଗରେ ଦେଇଥିବା ବୟାନକୁ ନେଇ ବିବାଦ ଲାଗି ରହିଛି।
National
ଏମଆରଆଇ ସେଣ୍ଟରର ଚେଞ୍ଜିଂ ରୁମ୍ରେ ଲାଗିଥିଲା ମୋବାଇଲ, ଦେଖିଦେଲେ ମହିଳା
ଉକ୍ତ ମୋବାଇଲରେ ରେକର୍ଡ ହେଉଥିଲା ମହିଳାଙ୍କ ଆପତ୍ତିଜନକ ଭିଡିଓ। କିଛି ଦିନ ପୂର୍ବେ ଉକ୍ତ ଏମଆରଆଇ ସେଣ୍ଟରରେ କାମ ଆରମ୍ଭ କରିଥିବା ଜଣେ ଯୁବକ ହିଁ ଏପରି କାମ କରିଥିବା ଜଣାଯାଇଛି।