ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ ଛୁଇଁଲା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଧୀରେଧୀରେ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଗତକାଲି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଥିବା ବେଳେ ଆଜି ଏହା ୮୧ରେ ପହଞ୍ଚି ଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୮୧ ଜଣଙ୍କ ମଧ୍ୟରୁ କର୍ଣ୍ଣାଟକାରେ ଜଣେ ବୃଦ୍ଧ କରୋନାରେ ପ୍ରାଣ ମଧ୍ୟ ହରାଇଛନ୍ତି। ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚର ନିର୍ଦ୍ଦେଶକ ଡା. ରମନ ଆର ଗଙ୍ଗାଖେଡକର କହିଛନ୍ତି, “କରୋନା ସଂକ୍ରମଣରେ କର୍ଣ୍ଣାଟକାରେ […]

ef

Hemant Lenka
  • Published: Friday, 13 March 2020
  • , Updated: 13 March 2020, 09:14 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଧୀରେଧୀରେ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଗତକାଲି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଥିବା ବେଳେ ଆଜି ଏହା ୮୧ରେ ପହଞ୍ଚି ଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ୮୧ ଜଣଙ୍କ ମଧ୍ୟରୁ କର୍ଣ୍ଣାଟକାରେ ଜଣେ ବୃଦ୍ଧ କରୋନାରେ ପ୍ରାଣ ମଧ୍ୟ ହରାଇଛନ୍ତି।

ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚର ନିର୍ଦ୍ଦେଶକ ଡା. ରମନ ଆର ଗଙ୍ଗାଖେଡକର କହିଛନ୍ତି, “କରୋନା ସଂକ୍ରମଣରେ କର୍ଣ୍ଣାଟକାରେ ପ୍ରଥମ ମୃତ୍ୟୁ ଘଟିଛି। ଏହା ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରେ ୬୪ ଭାରତୀୟ ଓ ୧୭ଜଣ ବିଦେଶୀ ନାଗରିକ ଅଛନ୍ତି। ଭାରତରେ ଥିବା ୫୨ଟି ଲାବରେ ୬,୭୦୦ କରୋନା ନୁମନା ପରୀକ୍ଷା କରାଯାଇଛି।

ଖୁବଶୀଘ୍ର ଲାବ ସଂଖ୍ୟା ୬୭କୁ ବୃଦ୍ଧି କରାଯିବ। ଆମେ ଦିନକୁ ୧୦ ହଜାର ନମୁନା ପରୀକ୍ଷା କରିବାର କ୍ଷମତା ରଖିଛୁ। ଯଦି ଦରକାର ପଡ଼େ ଏହାକୁ ୨୦ ହଜାର ମଧ୍ୟ କରାଯିବ। ବର୍ତ୍ତମାନ ଏକ ଲକ୍ଷ ଟେଷ୍ଟିଂ କିଟ୍ ବଣ୍ଟା ଯାଇଥିବା ବେଳେ ଆଉ ୨ ଲକ୍ଷ କିଟ୍ ପାଇଁ ଅର୍ଡର ଦିଆଯାଇଛି।”

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲାଭ ଅଗ୍ରୱାଲ କହିଛନ୍ତି, “ଭାରତରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ବିଦେଶରେ ଫସିଥିବା ଭାରତୀୟଙ୍କୁ ମଧ୍ୟ ଉଦ୍ଧାର କରିବାକୁ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ୮୧ ଜଣ କାରୋନା ରୋଗୀ ଭାରତରେ ଥିବା ବେଳେ ୪ ହଜାର ଲୋକଙ୍କୁ ସନ୍ଦିଗ୍ଧ ତାଲିକାରେ ରଖାଯାଇଛି।

କେରଳରେ ୧୯ ଜଣ, କର୍ଣ୍ଣାଟକାରେ ୬ ଜଣ, ମହାରାଷ୍ଟ୍ରରେ ୧୪ ଜଣ, ରାଜସ୍ଥାନରେ ୩ ଜଣ, ହରିଆଣାରେ ୧୪ ଜଣ, ପଞ୍ଜାବରେ ଜଣେ, ଜମ୍ମୁ-କଶ୍ମୀରରେ ୧,  ଲଦାଖ ୩, ଦିଲ୍ଲୀ ୬, ଉତ୍ତର ପ୍ରଦେଶରେ ୧୧, ତେଲେଙ୍ଗାନା, ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ଜଣେ ଲେଖାଏ ରୋଗୀ ଅଛନ୍ତି। ଇରାନରେ ଫସିଥିବା ୧୧୯୯ ଭାରତୀୟଙ୍କ ନମୁନା ସଂଗ୍ରହ କରାଯାଇଛି।

ସେମାନଙ୍କ ମଧ୍ୟରୁ ୪୪ ଜଣଙ୍କୁ ଭାରତକୁ ଅଣାଯାଇଛି। କରୋନା ଭାଇରସ ସୃଷ୍ଟି ହୋଇଥିବା ରାଷ୍ଟ୍ର ଗୁଡ଼ିକରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଭାରତ ଓ ବାଂଲାଦେଶ ସୀମାରେ ଚାଲୁଥିବା ବସ୍ ଏବଂ ଟ୍ରେନ ସେବାକୁ ଏପ୍ରିଲ ୧୫ ଯାଏ ସ୍ଥଗିତ ରଖାଯାଇଛି।”

ଅନ୍ୟପକ୍ଷରେ କରୋନା ଭାଇରସ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଜରୁରୀ କାଳୀନ କ୍ୟାବିନେଟ ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ, କେନ୍ଦ୍ର ସ୍ୱାସ୍ଥ୍ୟ, ବୈଦେଶିକ ବ୍ୟାପାର, ବେସାମରିକ ବିମାନ ଚଳାଚଳ, ଅର୍ଥ ଓ ବାଣିଜ୍ୟ ମନ୍ତ୍ରାଳୟ ଏଣିକି ପ୍ରତିଦିନ ପ୍ରେସମିଟ୍ କରି ଲୋକଙ୍କୁ ସତର୍କ କରିବାକୁ ନିଷ୍ପତ୍ତି ହୋଇଛି।

ସେହିପରି ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ସମେତ ସମସ୍ତ ସାର୍କ ଦେଶର ମୁଖିଆଙ୍କୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏକାଠି ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି।

Related story