ଜେଲ୍‌ରେ ୮୭ ମହିଳା ଓ ଜଣେ ପୁରୁଷ କଏଦୀ ଅସୁସ୍ଥ

ମୁମ୍ବାଇ: ମୁମ୍ବାଇର ଭାୟଖଲା ଜେଲ୍‌ରେ ୮୭ଜଣ କଏଦୀ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ଶୁକ୍ରବାର ସେମାନଙ୍କୁ ତୁରନ୍ତ ମୁମ୍ବାଇ ସ୍ଥିତ ଜେଜେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ପୁରଷ କଏଦୀ ଥିବା ବେଳେ ୮୫ଜଣ ମହିଳା କଏଦୀ ଓ ଜଣେ ୪ ମାସର ଶିଶୁ ରହିଛି। ପେଟବଥା ଓ ବାନ୍ତି ସହିତ ଝାଡ଼ା ହେବାରୁ ସେମାନଙ୍କୁ ଡାକ୍ତରଖାନା ନିଆଯାଇଛି। ଅସୁସ୍ଥ ମହିଳା କଏଦୀଙ୍କ କହିବାନୁସାରେ, ଗୁରୁବାର ରାତ୍ରି ଭୋଜନ ପରେ ସକାଳେ ସେମାନେ ପୋହା ଖାଇଥିଲେ, […]

byculla-1532096418

byculla-1532096418

Rakesh Mallick
  • Published: Saturday, 21 July 2018
  • Updated: 21 July 2018, 06:30 PM IST

Sports

Latest News

ମୁମ୍ବାଇ: ମୁମ୍ବାଇର ଭାୟଖଲା ଜେଲ୍‌ରେ ୮୭ଜଣ କଏଦୀ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ଶୁକ୍ରବାର ସେମାନଙ୍କୁ ତୁରନ୍ତ ମୁମ୍ବାଇ ସ୍ଥିତ ଜେଜେ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ପୁରଷ କଏଦୀ ଥିବା ବେଳେ ୮୫ଜଣ ମହିଳା କଏଦୀ ଓ ଜଣେ ୪ ମାସର ଶିଶୁ ରହିଛି। ପେଟବଥା ଓ ବାନ୍ତି ସହିତ ଝାଡ଼ା ହେବାରୁ ସେମାନଙ୍କୁ ଡାକ୍ତରଖାନା ନିଆଯାଇଛି।

ଅସୁସ୍ଥ ମହିଳା କଏଦୀଙ୍କ କହିବାନୁସାରେ, ଗୁରୁବାର ରାତ୍ରି ଭୋଜନ ପରେ ସକାଳେ ସେମାନେ ପୋହା ଖାଇଥିଲେ, ଏହାପରେ ସେମାନଙ୍କ ପେଟରେ ଯନ୍ତ୍ରଣା ହେବା ସହିତ ବାନ୍ତି ଓ ଝାଡ଼ା ହୋଇଥିଲା। ଅସ୍ଵାସ୍ଥ୍ୟକର ଖାଦ୍ୟ ଖାଇବା କାରଣରୁ ଏପରି ହୋଇଥିବା କଏଦୀମାନେ ଅଭିଯୋଗ କରିଛନ୍ତି।

କିନ୍ତୁ ଡାକ୍ତରଙ୍କ କହିବା କଥା ହେଲା, ଗ୍ୟାସ୍ ଜନିତ କାରଣରୁ ଏପରି ହୋଇଛି। ଋତୁ ବଦଳିବା ସହିତ କିମ୍ବା ଦୂଷିତ ଖାଦ୍ୟପେୟ ବ୍ୟବହାର କଲେ ଏପରି ହୋଇଥାଏ। ଓ ଏହା ଏକ  ସାଧାରଣ କଥା ବୋଲି ଡାକ୍ତର ୱାକ୍ୱାର୍‌ ଶେଖ୍‌ କହିଛନ୍ତି, ତେବେ ଜେଲ୍‌ରେ ଦିଆଯାଉଥିବା ଖାଦ୍ୟକୁ ଏଫ୍‌ଡିଏ( Food and Drug Administration) ଯାଞ୍ଚ ପାଇଁ ନେଇଛି,

ଅନ୍ୟପଟେ ପୁଲିସ୍ ଆଇଜି ରାଜବର୍ଦ୍ଧନ୍ ସିହ୍ନାଙ୍କ କହିବା କଥା ହେଲା, ହଇଜାକୁ ରୋକିବା ପାଇଁ ଆମେ ସ୍ଵାସ୍ଥ୍ୟ ବିଭାଗକୁ ଖବର ଦେଇଥିଲୁ, ଜେଲ୍‌ରେ ୩୧୨ଜଣ ମହିଳା ୩୯୯ ଜଣ ପୁରୁଷ କଏଦୀଙ୍କୁ Doxycycline 100mg ଦିଆଯାଇଥିଲା, ଔଷଧ ଖାଇବା ପରେ କିଛି ମହିଳା କଏଦୀ ବାନ୍ତି ହେଉଥିବା ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos