ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରିବାକୁ ଯାଇ ହୋଇଥିବା ହିଂସା କାଣ୍ଡରେ ୮୮ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ପଶ୍ଚିମବଙ୍ଗ, ବିହାର ଏବଂ ଆସାମ ରେଲଓ୍ୱେରେ ୮୭.୯୯ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହି ମାମଲାରେ ରେଲଓ୍ୱେ ୨୧ ଜଣଙ୍କୁ Nପୋଡ଼ା ଜଳା ଓ ଭଙ୍ଗାରୁଜା ମାମଲାରେ ଗିରଫ କରିଛି। ଆରପିଏଫ୍ ଏହି ମାମଲାରେ ମୋଟ୍ ୫୪ଟି ମାମଲା ରୁଜୁ କରିଥିବା ବେଳେ ସରକାରୀ ରେଳବାଇ ପୁଲିସ୍ ୨୭ଟି ମାମଲା ରୁଜୁ କରିଛି।
ସୂଚନାଯୋଗ୍ୟ, ସଂସଦରେ ନାଗରିକତା ସଂଶୋଧନ ଆଇନ ଗୃହୀତ ହେବା ପରେ ହିଂସା ଦେଖିବାକୁ ମିଳିଥିଲା। ଆରପିଏଫର ବରିଷ୍ଠ ଅଧିକାରୀ କହିଛନ୍ତି, ମୋଟ୍ ୨୧ ଜଣଙ୍କୁ ଗିରଫ କରାଯାଇଛି। କିଛି ଲୋକ ଘଟଣାସ୍ଥଳରୁ ଗିରଫ ହୋଇଥିବା ବେଳେ ଆଉ କିଛି ହିଂସାର ଭିଡିଓ ଫୁଟେଜ ଜରିଆରେ ଗିରଫ ହୋଇଛନ୍ତି ବୋଲି ଆରପିଏଫର ବରିଷ୍ଠ ଅଧିକାରୀ କହିଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଅଧିକାଂଶ ପଶ୍ଚିମବଙ୍ଗର ରହିଛନ୍ତି। ଏବେ ସରକାର ଦୋଷୀଙ୍କୁ ନୋଟିସ କରି କ୍ଷତିପୂରଣ କରାଯିବ।