ବିକାନେର ଏକ୍ସପ୍ରେସ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଲା

କୋଲକାତା:  ପଶ୍ଚିମବଙ୍ଗର ଦୋମୋହାଣି ଠାରେ ଘଟିଥିବା ବିକାନେର ଏକ୍ସପ୍ରେସ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ୩୬ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଗତକାଲି ସଂଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଟ୍ରେନରେ ଥିବା ଅନ୍ୟ ଯାତ୍ରୀଙ୍କୁ ଆଉ ଏକ  ଟ୍ରେନ୍‌ରେ ପଠାଇ ଦିଆଯାଇଥିବା କେନ୍ଦ୍ରମନ୍ତ୍ରୀ ଜନ୍ […]

Train derailed in bikaner

Niharika Rout
  • Published: Friday, 14 January 2022
  • , Updated: 14 January 2022, 05:32 PM IST

କୋଲକାତା:  ପଶ୍ଚିମବଙ୍ଗର ଦୋମୋହାଣି ଠାରେ ଘଟିଥିବା ବିକାନେର ଏକ୍ସପ୍ରେସ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଛି। ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ୩୬ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।

ଗତକାଲି ସଂଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଟ୍ରେନରେ ଥିବା ଅନ୍ୟ ଯାତ୍ରୀଙ୍କୁ ଆଉ ଏକ  ଟ୍ରେନ୍‌ରେ ପଠାଇ ଦିଆଯାଇଥିବା କେନ୍ଦ୍ରମନ୍ତ୍ରୀ ଜନ୍ ବାର୍ଲା କହିଛନ୍ତି ।ତେବେ ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଆଜି ଘଟଣାସ୍ଥଳକୁ ଗସ୍ତ କରିବେ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ,  ଗତକାଲି ଗୌହାଟୀ-ବିକାନେର ଏକ୍ସପ୍ରେସ  ବିକାନେରରୁ ଗୌହାଟୀ ଯାଉଥିଲା।  ସନ୍ଧ୍ୟା ସମୟରେ ପଶ୍ଚିମବଙ୍ଗ ଜଲପାଇଗୁଡ଼ି ଜିଲ୍ଲାର ମାୟାନଗୁରୀ ପାଖରେ  ଟ୍ରେନ୍‌ର ୧୨ଟି ବଗି ଲାଇନଚ୍ୟୁତ ହୋଇଥିଲା । ଏହା ଭିତରୁ ୫ଟି ବଗି ଓଲଟି ପଡ଼ିଥିଲା ।

ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କାରେ ଅନୁକମ୍ପାମୂଳକ ରାଶି ଦିଆଯିବ । ସେପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଟିଏମ୍‌ସି ସାଂସଦ ସୌଗତ ରାୟ  ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ଘଟଣା ସମ୍ପର୍କରେ  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି।

Related story