୩ ମାସରେ ୯୫୦ ଥର ସୀମା ଲଙ୍ଘିଛି ପାକିସ୍ତାନ

ନୂଆଦିଲ୍ଲୀ: ଅଗଷ୍ଟରୁ ଅକ୍ଟୋବର ମାସ ମଧ୍ୟରେ ଜମ୍ମୁ-କଶ୍ମୀର ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ୯୫୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଗନ କରି ଭାରତୀୟ ସେନା ଆଉଟ ପୋଷ୍ଟ ଏବଂ ସୀମାବର୍ତ୍ତି ଗାଁ ଗୁଡ଼ିକୁ ଟାର୍ଗେଟ କରିଛି। ଆଜି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାଏକ ରାଜ୍ୟସଭାର ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। ତେବେ ପାକିସ୍ତାନର ସମସ୍ତ ଅସ୍ତ୍ରବିରତି ଉଲ୍ଲଙ୍ଘନର ଜବାବ ଭାରତୀୟ ସେନା ପକ୍ଷରୁ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ସେହିପରି ପାକିସ୍ତାନ […]

svz

Hemant Lenka
  • Published: Monday, 02 December 2019
  • , Updated: 02 December 2019, 10:25 PM IST

ନୂଆଦିଲ୍ଲୀ: ଅଗଷ୍ଟରୁ ଅକ୍ଟୋବର ମାସ ମଧ୍ୟରେ ଜମ୍ମୁ-କଶ୍ମୀର ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ୯୫୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଗନ କରି ଭାରତୀୟ ସେନା ଆଉଟ ପୋଷ୍ଟ ଏବଂ ସୀମାବର୍ତ୍ତି ଗାଁ ଗୁଡ଼ିକୁ ଟାର୍ଗେଟ କରିଛି।

ଆଜି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାଏକ ରାଜ୍ୟସଭାର ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। ତେବେ ପାକିସ୍ତାନର ସମସ୍ତ ଅସ୍ତ୍ରବିରତି ଉଲ୍ଲଙ୍ଘନର ଜବାବ ଭାରତୀୟ ସେନା ପକ୍ଷରୁ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି।

ସେହିପରି ପାକିସ୍ତାନ ସେନାର ସମସ୍ତ ଗୁଳିମାଡ଼ ସମ୍ପର୍କରେ ଭାରତ ପକ୍ଷରୁ ପାକ୍‌ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ଏବଂ ଏହାର ପ୍ରତିବାଦ ମଧ୍ୟ କରାଯାଇଛି।

Related story