ମୁମ୍ୱାଇରେ ଗୋଟିଏ ଦିନରେ ୯୯୮ କରୋନା ଆକ୍ରାନ୍ତ ଚିହ୍ନଟ

ମୁମ୍ୱାଇ: ଦେଶରେ କରୋନାର ହଟସ୍ପଟ ପାଲଟିଥିବା ମହାରାଷ୍ଟ୍ରର ମୁମ୍ୱାଇରେ ଆଜି ଗୋଟିଏ ଦିନରେ ୯୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ମୁମ୍ୱାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୩୭୭ ହୋଇଛି। ତେବେ ଗୋଟିଏ ଦିନରେ କରୋନାରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୧୮ ଜଣ ପୁରୁଷ ଏବଂ ୭ ଜଣ ମହିଳା ରହିଛନ୍ତି। ମୃତକଙ୍କ ମଧ୍ୟରୁ ଜଣଙ୍କ ବୟସ ୪୦ରୁ କମ୍ ରହିଥିବା ବେଳେ ବାକି ୧୪ ଜଣଙ୍କ ବୟସ ୬୦ରୁ ଅଧିକ […]

corona1

corona1

Subhransu Sekhar
  • Published: Thursday, 14 May 2020
  • Updated: 15 May 2020, 06:33 AM IST

Sports

Latest News

ମୁମ୍ୱାଇ: ଦେଶରେ କରୋନାର ହଟସ୍ପଟ ପାଲଟିଥିବା ମହାରାଷ୍ଟ୍ରର ମୁମ୍ୱାଇରେ ଆଜି ଗୋଟିଏ ଦିନରେ ୯୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ମୁମ୍ୱାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୩୭୭ ହୋଇଛି। ତେବେ ଗୋଟିଏ ଦିନରେ କରୋନାରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୧୮ ଜଣ ପୁରୁଷ ଏବଂ ୭ ଜଣ ମହିଳା ରହିଛନ୍ତି। ମୃତକଙ୍କ ମଧ୍ୟରୁ ଜଣଙ୍କ ବୟସ ୪୦ରୁ କମ୍ ରହିଥିବା ବେଳେ ବାକି ୧୪ ଜଣଙ୍କ ବୟସ ୬୦ରୁ ଅଧିକ ଏବଂ ୧୦ ଜଣଙ୍କ ବୟସ ୪୦ରୁ ୬୦ ବର୍ଷ ମଧ୍ୟରେ ରହିଛି। ଏଯାବତ ମୁମ୍ୱାଇରେ ମୋଟ୍ ୬୨୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ବୋଲି ମୁମ୍ୱାଇ ମହାନଗର ନିଗମ କହିଛି।

https://twitter.com/ANI/status/1260949896976150528

ସେହିଭଳି ୨୪ ଘଣ୍ଟାରେ ୪୪୩ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ମୋଟ୍ ୪୨୩୪ ଜଣ ଡିସଚାର୍ଜ ହୋଇଥିବା ଜଣାପଡ଼ିଛି। ଏବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧୬,୫୭୯ ଜଣ କେବଳ ମୁମ୍ୱାଇରେ କରୋନାରେ ଚିକିତ୍ସାଧୀନ ରହିଛନ୍ତି। ସେହିପରି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ୯୨୨ ଛୁଇଁଛି। ଯେଉଁଥିରେ ୯୭୫ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos