ସଲମାନଙ୍କ ନମ୍ବର ମାଗି ନ ପାଇବାରୁ ଏମିତି କାମ କଲେ ଫ୍ୟାନ୍‌

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଖାନ୍‌ ସଲମାନ ଖାନ୍‌ଙ୍କ କେବଳ ଦେଶରେ କାହିଁକି, ସାରା ବିଶ୍ୱରେ କୋଟି କୋଟି ଫ୍ୟାନ୍‌ ଅଛନ୍ତି। ସଲମାନଙ୍କ ଟିକିଏ ଝଲ୍‌କ ପାଇବାକୁ ଏମାନେ ସର୍ବଦା ଚାତକ ଭଳି ଚାହିଁ ରହିଥାଆନ୍ତି। ହେଲେ ଉତ୍ତରପ୍ରଦେଶରେ ଥିବା ସଲମାନଙ୍କ ଜଣେ ଅଜବ ଫ୍ୟାନ୍‌ ଗଜବ ହରକତ କରିଛନ୍ତି। ଉକ୍ତ ଫ୍ୟାନ୍‌ଙ୍କ ନାଁ ଶାହାରୁଖ ନଵୀ ଓରଫ୍‌ ଶେରା। ସେ ପ୍ରଥମେ ସଲମାନଙ୍କ ବାପା ସଲିମ୍‌ ଖାନ୍‌ଙ୍କୁ ଯୋଗାଯୋଗ କରିଥିଲେ। ସୋଶାଲ୍‌ ମିଡିଆରୁ ସେ ସଲିମଙ୍କ ନମ୍ବର […]

i

Hemant Lenka
  • Published: Tuesday, 20 November 2018
  • , Updated: 20 November 2018, 03:50 PM IST

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଖାନ୍‌ ସଲମାନ ଖାନ୍‌ଙ୍କ କେବଳ ଦେଶରେ କାହିଁକି, ସାରା ବିଶ୍ୱରେ କୋଟି କୋଟି ଫ୍ୟାନ୍‌ ଅଛନ୍ତି। ସଲମାନଙ୍କ ଟିକିଏ ଝଲ୍‌କ ପାଇବାକୁ ଏମାନେ ସର୍ବଦା ଚାତକ ଭଳି ଚାହିଁ ରହିଥାଆନ୍ତି। ହେଲେ ଉତ୍ତରପ୍ରଦେଶରେ ଥିବା ସଲମାନଙ୍କ ଜଣେ ଅଜବ ଫ୍ୟାନ୍‌ ଗଜବ ହରକତ କରିଛନ୍ତି। ଉକ୍ତ ଫ୍ୟାନ୍‌ଙ୍କ ନାଁ ଶାହାରୁଖ ନଵୀ ଓରଫ୍‌ ଶେରା।

ସେ ପ୍ରଥମେ ସଲମାନଙ୍କ ବାପା ସଲିମ୍‌ ଖାନ୍‌ଙ୍କୁ ଯୋଗାଯୋଗ କରିଥିଲେ। ସୋଶାଲ୍‌ ମିଡିଆରୁ ସେ ସଲିମଙ୍କ ନମ୍ବର ପାଇଥିଲେ। ଏହାପରେ ସେ ସଲମାନଙ୍କ ନମ୍ବର ଦେବାକୁ ସଲିମ୍‌ଙ୍କୁ କହିଥିଲେ। ହେଲେ ସଲିମ ଏହା ନ କରିବାରୁ ଶାହାରୁଖ ତାଙ୍କୁ ଧମକ ଦେବା ସହ ମାଡ଼ ମାରିବା ବୋଲି ଧମକ ଦେଇଥିଲେ। ଏଥିସହ ସେ ନିଜକୁ ଗ୍ୟାଙ୍ଗଷ୍ଟର ଛୋଟା ସକିଲର ସହଯୋଗୀ ବୋଲି ମଧ୍ୟ କହିଥିଲେ।

ଏହାପରେ ସଲିମ ଓ ତାଙ୍କ ମ୍ୟାନେଜର ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ଶାହାରୁଖର ଘର ଉତ୍ତର ପ୍ରଦେଶର ହୋଇଥିଲେ ହେଁ ସେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ରହୁଥିଲେ। ପୁଲିସ୍‌ ତାକୁ ଏବେ ଅଟକ ରଖି ପଚରାଉଚରା କରୁଛି।

Related story