ଆତଙ୍କ ରଚିଲେ ନେପାଳୀ ହାତୀ, ଘଉଡ଼ାଇବାକୁ ପଠାଗଲା ମାଈ ହାତୀ

ନୂଆଦିଲ୍ଲୀ:ଭାରତ ଏବଂ ନେପାଳ ମଧ୍ୟରେ ରହିଥିବା ଖୋଲା ସୀମାର ଫାଇଦା ନେଇ ନେପାଳରୁ ଭାରତ ପଟକୁ ପଶିଆସିଛନ୍ତି ୨ଟି ଦନ୍ତା ହାତୀ। ବାଟ ଭୁଲି ଉତ୍ତରପ୍ରଦେଶ ଚାଲିଆସିଥିବା ଏହି ହାତୀମାନେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛନ୍ତି। ସେମାନେ ଏତେ ମାତ୍ରାରେ ଆତଙ୍କ ଖେଳାଇଛନ୍ତି ଯେ, ଉତ୍ତରପ୍ରଦେଶ ପ୍ରଶାସନ ୫ଟି ରାଜ୍ୟରୁ ୧୫୦ ବିଶେଷଜ୍ଞଙ୍କୁ ଡକାଇ ସେମାନଙ୍କୁ ହାତୀ ଘଉଡ଼ାଇବା କାର୍ଯ୍ୟରେ ନିୟୋଜିତ କରାଯାଇଛି। ବରେଲୀର ପ୍ରାୟ ୧୨ଟି ଗାଁରେ ପ୍ରଭିନ୍ସିଆଲ ଆର୍ମଡ୍‌ କନ୍‌ଷ୍ଟାବୁଲାରି (ପିଏସି) […]

tusker

Subrat Kumar Nayak
  • Published: Tuesday, 09 July 2019
  • , Updated: 09 July 2019, 04:39 PM IST

ନୂଆଦିଲ୍ଲୀ:ଭାରତ ଏବଂ ନେପାଳ ମଧ୍ୟରେ ରହିଥିବା ଖୋଲା ସୀମାର ଫାଇଦା ନେଇ ନେପାଳରୁ ଭାରତ ପଟକୁ ପଶିଆସିଛନ୍ତି ୨ଟି ଦନ୍ତା ହାତୀ। ବାଟ ଭୁଲି ଉତ୍ତରପ୍ରଦେଶ ଚାଲିଆସିଥିବା ଏହି ହାତୀମାନେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛନ୍ତି। ସେମାନେ ଏତେ ମାତ୍ରାରେ ଆତଙ୍କ ଖେଳାଇଛନ୍ତି ଯେ, ଉତ୍ତରପ୍ରଦେଶ ପ୍ରଶାସନ ୫ଟି ରାଜ୍ୟରୁ ୧୫୦ ବିଶେଷଜ୍ଞଙ୍କୁ ଡକାଇ ସେମାନଙ୍କୁ ହାତୀ ଘଉଡ଼ାଇବା କାର୍ଯ୍ୟରେ ନିୟୋଜିତ କରାଯାଇଛି।

ବରେଲୀର ପ୍ରାୟ ୧୨ଟି ଗାଁରେ ପ୍ରଭିନ୍ସିଆଲ ଆର୍ମଡ୍‌ କନ୍‌ଷ୍ଟାବୁଲାରି (ପିଏସି) ନିୟୋଜିତ କରାଯାଇଛି। ଏହି ଦନ୍ତାମାନଙ୍କୁ ଘଉଡ଼େଇବା କାର୍ଯ୍ୟରେ ସହାୟତା ପାଇଁ ଦୁଧ୍‌ୱା ଜାତୀୟ ଉଦ୍ୟାନରୁ ୫ଟି ମାଈ ହାତୀଙ୍କୁ ପ୍ୟାଟ୍ରୋଲରେ ନିଯୁକ୍ତ କରାଯାଇଛି। ଏହି ମାଈ ହାତୀଙ୍କର କାମ ହେଉଛି ସେମାନେ ତାଙ୍କ ନେପାଳୀ ପଡ଼ୋଶୀଙ୍କୁ ତାଙ୍କ ଗୋଠକୁ ସ୍ୱାଗତ ଜଣାଇ ଜଙ୍ଗଲ ଆଡ଼କୁ ନେଇଯିବେ। କିନ୍ତୁ ଶେଷ ଖବର ସୁଦ୍ଧା ଏହିଁ ଯୋଜନାରୁ କୌଣସି ସୁଫଳ ମିଳିପାରିନାହିଁ।

ଗତ ଜୁନ୍‌ ୨୭ ପରଠାରୁ ସେମାନେ ରୋହିଲାଖଣ୍ଡ ଏବଂ ବରେଲୀର ଜନବସତି ଥିବା ଅଞ୍ଚଳରେ ପଶିବା ଆରମ୍ଭ କରିଛନ୍ତି। ସେମାନେ ଗାଁରେ ପଶିବା ମାତ୍ରେ ଆତଙ୍କ ସୃଷ୍ଟି କରୁଛନ୍ତି। ପିଲ୍‌ଭିଟ୍‌ ଅଞ୍ଚଳରେ କିଛି ଲୋକ ସେମାନଙ୍କ ସହ ସେଲଫି ନେବାକୁ ଯାଇ ପ୍ରାଣ ହରାଇଥିବାବେଳେ ଏମାନଙ୍କୁ ନିୟନ୍ତ୍ରଣ କରିବାକୁ ଯାଇ ଜଣେ ବନ ଅଧିକାରୀ ପ୍ରାଣ ହରାଇଛନ୍ତି।

Related story