ମୂଷା ଦେହରେ ସୋୟାବିନ୍‌ ଗଛ, ଆଶ୍ଚର୍ଯ୍ୟ ଲାଗିଲେ ବି ସତ !

ଭୋପାଳ: ପିଲାବେଳେ ଆମେ କଇଁଆ କିମ୍ୱା ତରଭୁଜ ଖାଇବା ସମୟରେ ମଞ୍ଜି ଖାଇବାକୁ ଭୟ କରିଥାଉ। ମଞ୍ଜି ପେଟକୁ ଚାଲିଗଲେ ପେଟରେ ଗଛ ଉଠିବା ଧାରଣା ରହିଥାଏ। ଥରେ ଚିନ୍ତା କରନ୍ତୁ, ଯଦି ଏହା ସତରେ ସମ୍ଭବ ହେବ! ତେବେ ପରିସ୍ଥିତି କ’ଣ ହେବ। ଆଜ୍ଞା ହଁ, ମଧ୍ୟପ୍ରଦେଶର ରତଲାମ୍‌ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ସେ ପୁଣି ମଣିଷ ନୁହେଁ, ଏକ ମୂଷା ଦେହରେ ଉଠିଛି ସୋୟାବିନ୍‌ ଗଛ। ଘଟଣାଟି ଏପରି ମଧ୍ୟପ୍ରଦେଶର ରତଲାମ୍‌ […]

CL-COMPOSITE-rat

Ordigital Desk
  • Published: Wednesday, 15 August 2018
  • , Updated: 15 August 2018, 02:37 PM IST

ଭୋପାଳ: ପିଲାବେଳେ ଆମେ କଇଁଆ କିମ୍ୱା ତରଭୁଜ ଖାଇବା ସମୟରେ ମଞ୍ଜି ଖାଇବାକୁ ଭୟ କରିଥାଉ। ମଞ୍ଜି ପେଟକୁ ଚାଲିଗଲେ ପେଟରେ ଗଛ ଉଠିବା ଧାରଣା ରହିଥାଏ। ଥରେ ଚିନ୍ତା କରନ୍ତୁ, ଯଦି ଏହା ସତରେ ସମ୍ଭବ ହେବ! ତେବେ ପରିସ୍ଥିତି କ’ଣ ହେବ। ଆଜ୍ଞା ହଁ, ମଧ୍ୟପ୍ରଦେଶର ରତଲାମ୍‌ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ସେ ପୁଣି ମଣିଷ ନୁହେଁ, ଏକ ମୂଷା ଦେହରେ ଉଠିଛି ସୋୟାବିନ୍‌ ଗଛ।


ଘଟଣାଟି ଏପରି

ମଧ୍ୟପ୍ରଦେଶର ରତଲାମ୍‌ ଅଞ୍ଚଳରେ ଦାତାର୍‌ ସିଂହ ନାମକ ଜଣେ କୃଷକ ତାଙ୍କ ବିଲରେ ସୋୟାବିନ୍‌ ଚାଷ କରିବା ପାଇଁ ମଞ୍ଜି ବୁଣିଥିଲେ। ଚାରା ହେବା ପରେ ଅଗଷ୍ଟ ୭ରେ ସେ କୀଟନାଶକ ଔଷଧ ପକାଇବା ପାଇଁ ବିଲରେ ପହଞ୍ଚିଥିଲେ।

ସେଠାରେ ସେ ଏକ ମୂଷାକୁ  ଅଦ୍ଭୁତ ଅବସ୍ଥାରେ ଦେଖିଥିଲେ। ତା’ ଦେହରେ ଏକ ସୋୟାବିନ୍‌ ଗଛ ଉଠିଥିବା ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ।  କେବଳ ଏତିକି ନୁହେଁ, ଏହି ଗଛ ବଡ଼ ମଧ୍ୟ ହୋଇଯାଇଛି।

ମୂଷାର ବେକରେ ଏହି ଚାରା ଗଛ ଉଠି ସେଥିରେ ମାଟି ମଧ୍ୟ ଲାଗିଛି। ଦାତାର ସିଂହ ଏହି ମୂଷାର ଭିଡିଓକୁ ସୋଶାଲ୍‌ ମିଡିଆରେ ସେୟାର୍‌ କରିଛନ୍ତି।
ପରେ ସେ ମୂଷାଟିକୁ ଘରକୁ ଆଣି ତା’ର ଦେହରୁ ଗଛକୁ ଅଲଗା କରିଥିଲେ। ମୂଷାଟିର ଏପରି ଅବସ୍ଥା ଦେଖି ବୈଜ୍ଞାନିକ ଏବଂ କୃଷି ବିଜ୍ଞାନୀ ମଧ୍ୟ ଚିନ୍ତାରେ ପଡ଼ିଥିଲେ।

ବିଶେଷଜ୍ଞଙ୍କ ମତ ଅନୁସାରେ, ସୋୟାବିନ୍‌ ମଞ୍ଜି ବୁଣିବା ସମୟରେ ଏହି ମୂଷାଟି ଆଘାତ ଅବସ୍ଥାରେ ଥିଲା ଏବଂ ସେହି ଆଘାତ ସ୍ଥାନରେ ସୋୟାବିନ୍‌ ମଞ୍ଜି ରହିଯିବାରୁ ଏପରି ହୋଇଛି। ଏହା ସହିତ ଆଘାତ ପାଇ ମାଟିରେ ରହିବା କାରଣରୁ ଚାରା ଗଛଟି ମୂଷା ଶରୀରରୁ ବାହାରି ଆସିଛି।

ବିଶେଷଜ୍ଞ ଆହୁରି ମଧ୍ୟ କହିଛନ୍ତି, ମୂଷା ଅନେକ ଦିନ ପର୍ଯ୍ୟନ୍ତ ନଖାଇ ରହିପାରିବ। ଚାରା ଗଛଟି ବଡ଼ ହେବା ପାଇଁ ମୂଷା ଶରୀରରେ ଥିବା ପୋଷକ ତତ୍ତ୍ୱକୁ ବ୍ୟବହାର କରିଛି। ଏହି ମୂଷା ଏବେ ସେଠାରେ ଚର୍ଚ୍ଚାର ବିଷୟ ପାଲଟିଛି।

https://www.youtube.com/watch?v=A1u5rogFzFU

Related story