୬ଟି ରାଜ୍ୟରେ ନିର୍ବାଚନ ଲଢ଼ିବ ଆପ୍

ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନ ନେଇ ଆଗୁଆ ଘୋଷଣା କଲା ଆମ ଆଦମୀ ପାର୍ଟି। ଦୁଇ ବର୍ଷ ମଧ୍ୟରେ ଦେଶରେ ହେବାକୁ ଥିବା ସବୁ ନିର୍ବାଚନ ଲଢ଼ିବାକୁ ନ୍ୟାସନାଲ କାଉନସିଲ ବୈଠକରେ ଦଳ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ  ଘୋଷଣା କରିଛନ୍ତି। ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ଗୁଜରାଟ, ପଞ୍ଜାବ ଓ ଗୋଆରେ ଆମ ଆଦମୀ ପାର୍ଟି ନିର୍ବାଚନ ଲଢ଼ିବ ବୋଲି ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି। ଦିଲ୍ଲୀରେ ଆମ ଆଦମୀ ପାର୍ଟିର ସ୍ଥିତି ମଜବୁତ କରିବା […]

kejriwal

kejriwal

Madhupriya Mistry
  • Published: Thursday, 28 January 2021
  • Updated: 28 January 2021, 02:20 PM IST

Sports

Latest News

ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନ ନେଇ ଆଗୁଆ ଘୋଷଣା କଲା ଆମ ଆଦମୀ ପାର୍ଟି। ଦୁଇ ବର୍ଷ ମଧ୍ୟରେ ଦେଶରେ ହେବାକୁ ଥିବା ସବୁ ନିର୍ବାଚନ ଲଢ଼ିବାକୁ ନ୍ୟାସନାଲ କାଉନସିଲ ବୈଠକରେ ଦଳ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ  ଘୋଷଣା କରିଛନ୍ତି। ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ଗୁଜରାଟ, ପଞ୍ଜାବ ଓ ଗୋଆରେ ଆମ ଆଦମୀ ପାର୍ଟି ନିର୍ବାଚନ ଲଢ଼ିବ ବୋଲି ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଦିଲ୍ଲୀରେ ଆମ ଆଦମୀ ପାର୍ଟିର ସ୍ଥିତି ମଜବୁତ କରିବା ପରେ ବର୍ତ୍ତମାନ କେଜ୍ରିୱାଲଙ୍କ ନଜର ଦେଶର ଅନ୍ୟ ରାଜ୍ୟମାନଙ୍କ ଉପରେ ପଡିଛି। ସେ ନିଜ ଦଳର ନେତାଙ୍କୁ ଏଥିପାଇଁ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି। ରାଘବ ଚଡ୍ଡାଙ୍କୁ ପଞ୍ଜାବ, ଆତିଶି ମାର୍ଲିନାଙ୍କୁ ଗୁଜରାଟରେ ଦଳ ବିସ୍ତାର କରିବାକୁ ଦାୟିତ୍ୱ ଦେଇଛନ୍ତି। ସେହିପରି ବିଧାୟକ ଦୀନେଶ ମୋହନୀୟାଙ୍କୁ ଉତ୍ତରାଖଣ୍ଡର ଦାୟିତ୍ୱ ଦିଆଯାଇଛି । ଏହିସବୁ ରାଜ୍ୟରେ ଆମ ଆଦମୀ ପାର୍ଟି ୨୦୨୨ରେ ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି।

ଗୁରୁବାର ଦିନ ଦଳର ନ୍ୟାସନାଲ କାଉନସିଲ ବୈଠକ ବସିଥିଲା। ବୈଠକରେ କେଜ୍ରିୱାଲ କହିଛନ୍ତି,”ଆପର ସୁଶାସନ ସମ୍ପର୍କରେ ସାରା ଦେଶରେ ଲୋକେ ଚର୍ଚ୍ଚା କରୁଛନ୍ତି। ଦେଶରେ ସବୁ ସ୍ଥାନରେ ଲୋକେ ଦିଲ୍ଲୀ ଭଳି ବିଜୁଳି, ପାଣି ସବସିଡି ଓ କଲ୍ୟାଣକାରୀ ଯୋଜନା ଚାହୁଁଛନ୍ତି। ଏଥିପାଇଁ ଆମକୁ ଏକ ମଜବୁତ ସଂଗଠନ ଗଢିବା ଆବଶ୍ୟକ। ଆଗାମୀ ଦୁଇ ବର୍ଷରେ ଆମ ଦଳ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ, ହିମାଚଳ ପ୍ରଦେଶ ଓ ଗୁଜରାଟରେ ନିର୍ବାଚନ ଲଢ଼ିବ।

କୃଷକ ଆନ୍ଦୋଳନ ଓ ଦିଲ୍ଲୀ ହିଂସାକୁ ନେଇ ମଧ୍ୟ କେଜ୍ରିୱାଲ ନିଜ ପ୍ରତିକ୍ରିୟା ଦେଇଛନ୍ତି।  ସେ କହିଛନ୍ତି, ଗତ କିଛି ଦିନ ହେଲା ଦେଶର ଚାଷୀ ଦୁଃଖୀ ଅଛନ୍ତି। ଗତ ୨୫ ବର୍ଷ ମଧ୍ୟରେ ଦେଶର ସାଢେ ୩ ଲକ୍ଷ ଚାଷୀ ଆତ୍ମହତ୍ୟା କରିଛନ୍ତି। ନୂଆ କୃଷି ଆଇନ ଜରିଆରେ ସରକାର କୃଷକଙ୍କ ଚାଷ ଛଡେଇ ନେଇ ପୁଞ୍ଜିପତିଙ୍କୁ ଦେବାକୁ ଚେଷ୍ଟା କରୁଛନ୍ତି। ଜାନୁଆରୀ ୨୬ ତାରିଖରେ ହୋଇଥିବା ହିଂସା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା। କୃଷକଙ୍କ ବିରୋଧରେ ମିଛ ମାମଲା ରୁଜୁ ହେଉଛି। ଏହି ହିଂସା ଘଟଣା ପାଇଁ ଯେଉଁ ଦଳ ଦାୟୀ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଏହି ଘଟଣାକୁ ନେଇ ରାଜନୀତି କରିବା ଉଚିତ ନୁହେଁ ବୋଲି କେଜ୍ରିୱାଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos