୬ କୋଟି ଦେଲେ ମିଳୁଛି ଆପ୍‌ ଏମ୍‌ପି ଟିକେଟ୍‌!

ନୂଆଦିଲ୍ଲୀ: ରବିବାର ଦିଲ୍ଲୀରେ ଲୋକସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ପୂର୍ବରୁ ଏଠାରେ କ୍ଷମତାସୀନ ଆପ୍‌ ବିରୋଧ ରେ ଆସିଛି ସାଂଘାତିକ ଅଭିଯୋଗ । ଜଣେ ଆପ୍‌ ସାଂସଦ ପ୍ରାର୍ଥୀଙ୍କ ପୁଅ ଆପ୍‌ ସୁପ୍ରିମୋ କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ତାଙ୍କ ବାପା କୁଆଡ଼େ ଟିକେଟ୍‌ ପାଇଁ ୬ କୋଟି ଟଙ୍କା ଦେଇଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ପଶ୍ଚିମ ଦିଲ୍ଲୀ ପ୍ରାର୍ଥୀ ବଲବୀର ସିଂହ ଜାଖଡ଼ଙ୍କ ପୁଅ। ବଲବୀରଙ୍କ ପୁଅ ଉଦୟ କହିଛନ୍ତି, “ମୋ ବାପା […]

kejri

Subrat Kumar Nayak
  • Published: Saturday, 11 May 2019
  • , Updated: 12 May 2019, 10:48 AM IST

ନୂଆଦିଲ୍ଲୀ: ରବିବାର ଦିଲ୍ଲୀରେ ଲୋକସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ପୂର୍ବରୁ ଏଠାରେ କ୍ଷମତାସୀନ ଆପ୍‌ ବିରୋଧ ରେ ଆସିଛି ସାଂଘାତିକ ଅଭିଯୋଗ । ଜଣେ ଆପ୍‌ ସାଂସଦ ପ୍ରାର୍ଥୀଙ୍କ ପୁଅ ଆପ୍‌ ସୁପ୍ରିମୋ କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ତାଙ୍କ ବାପା କୁଆଡ଼େ ଟିକେଟ୍‌ ପାଇଁ ୬ କୋଟି ଟଙ୍କା ଦେଇଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ପଶ୍ଚିମ ଦିଲ୍ଲୀ ପ୍ରାର୍ଥୀ ବଲବୀର ସିଂହ ଜାଖଡ଼ଙ୍କ ପୁଅ।

ବଲବୀରଙ୍କ ପୁଅ ଉଦୟ କହିଛନ୍ତି, “ମୋ ବାପା ୩ ମାସ ତଳେ ରାଜନୀତିରେ ଯୋଗ ଦେଇଛନ୍ତି। ଏହି ଟିକେଟ୍‌ ପାଇଁ ସେ ଅରବିନ୍ଦ କେଜ୍ରିୱାଲଙ୍କୁ ୬ କୋଟି ଦେଇଛନ୍ତି। ସେ ଟଙ୍କା ନେଇଛନ୍ତି ବୋଲି ମୋ ପାଖରେ ଠୋସ୍‌ ପ୍ରମାଣ ମଧ୍ୟ ରହିଛି।” ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ବାପା ୧୯୮୪ ଶିଖ୍‌ ଦଙ୍ଗା ମାମଲାରେ ଅଭିଯୁକ୍ତ ସଜ୍ଜନ କୁମାରଙ୍କୁ ଜାମିନ୍‌ରେ ଆଣିବାର ପ୍ରୟାସ ମଧ୍ୟ କରିଛନ୍ତି।

ନିଜ ପିତାଙ୍କ ସମ୍ପର୍କରେ ସେ ଏଭଳି ଅଭିଯୋଗ ଆଣିବାର କାରଣ ମଧ୍ୟ ଆଶ୍ଚର୍ଯ୍ୟଜନକ। ତାଙ୍କ ବାପା ତାଙ୍କ ଉଚ୍ଚ ଶିକ୍ଷା ପାଇଁ ଟଙ୍କା ଦେବାକୁ ମନା କରିବାରୁ ସେ ମୁହଁ ଖୋଲିଛନ୍ତି। ପିତା ବଲବୀର ଉଦୟଙ୍କୁ ଟଙ୍କା ଦେବାକୁ ମନା କରି କହିଥିଲେ ଯେ ସେ ରାଜନୀତିରେ କ୍ୟାରିଅର କରିବାକୁ ତାଙ୍କର ସଞ୍ଚିତ ଟଙ୍କା ଲଗାଇଦେଇଛନ୍ତି।

ଅନ୍ୟପକ୍ଷରେ ପିତା ବଲବୀର କହିଛନ୍ତି, ମୁଁ ପୁଅର ଏପରି କାର୍ଯ୍ୟକୁ ନିନ୍ଦା କରୁଛି। ମୁଁ ମୋ ପୁଅ ସାଙ୍ଗରେ ମୋ ପ୍ରାର୍ଥୀତ୍ୱକୁ ନେଇ କେବେ ବି କଥା ହୋଇନି। ମୁଁ ତା ସହ କେବେ କେମିତି କଥା ହୁଏ। ଜନ୍ମ ହେବା ଦିନରୁ ସେ ମୋ ପାଖରେ ନରହି ତାର ଅଜା ଘରେ ରହୁଛି। ମୋ ସ୍ତ୍ରୀକୁ ମୁଁ ୨୦୦୯ ମସିହାରେ ଛାଡ଼ପତ୍ର ଦେଇସାରିଛି। ମୋ ସ୍ତ୍ରୀ ମୋ ସହ ମାତ୍ର ୬ରୁ ୭ ମାସ ରହିଥିଲା। ଛାଡ଼ପତ୍ର ପରେ ଉଦୟ ତା ମା'ସହ ରହିବ ବୋଲି ନିଷ୍ପତ୍ତି ହୋଇଥିଲା। "

Related story